ETV Bharat / international

କୋରୋନା ଅକ୍ତିଆରରେ ବ୍ରାଜିଲ, 27 ଲକ୍ଷ ପାର୍ କଲା ସଂକ୍ରମଣ ମାମଲା

author img

By

Published : Aug 2, 2020, 7:32 AM IST

ଆମେରିକାରେ 4.5 କୋରୋନା ଆକ୍ରାନ୍ତଙ୍କ ସହ ବିଶ୍ବର କୋରୋନା ପ୍ରଭାବିତ ତାଲିକାର ଶୀର୍ଷରେ ରହିଛି । ଏବେ ଏହାକୁ ଟକ୍କର ଦେଉଛି ବ୍ରାଜିଲ । ବ୍ରାଜିଲରେ ଉଭୟ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ଅହେତୁକ ଭାବେ ବଢିବାରେ ଲାଗିଛି । ଅଧିକ ପଢନ୍ତୁ...

ବ୍ରାଜିଲରେ 27 ଲକ୍ଷ ପାର କଲା କୋରୋନା ସଂକ୍ରମଣ ମାମଲା

ବ୍ରାସିଲିଆ: କୋରୋନା ହଟସ୍ପଟ ପାଲଟିଥିବା ବ୍ରାଜିଲରେ ସ୍ଥିତି ଆହୁରି ଭୟଙ୍କର ହେବାରେ ଲାଗିଛି । ବିଶ୍ବର କୋରୋନା ପ୍ରଭାବିତ ତାଲିକାର 2ନଂ ସ୍ଥାନରେ ଥିବା ବ୍ରାଜିଲରେ ଉଭୟ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ହୁହୁ ହୋଇ ବଢିବାରେ ଲାଗିଛି । ଗତ 24 ଘଣ୍ଟାରେ ପୁଣି 45 ହଜାର 300 କୋରୋନା ମାମଲା ଚିହ୍ନଟ । ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 27 ଲକ୍ଷ 07 ହଜାର 877ରେ ପହଞ୍ଚିଛି । ସଂକ୍ରମଣରେ ବ୍ରେକ ଲାଗୁନଥିବାବେଳେ ଏପଟେ ମୃତ୍ୟୁ ସଂଖ୍ୟା 1 ଲକ୍ଷ ପାର କରିଯିବ ।

ଦେଶର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଦୈନିକ କୋରୋନା ରିପୋର୍ଟ ମୁତାବକ ଗୋଟିଏ ଦିନରେ 1,088 ଜଣ କୋରୋନାରେ ପ୍ରାଣ ହରାଇଛନ୍ତି । ଦେଶରେ ମୋଟ ମୃତ୍ୟୁହାର 93,563 ରହିଛି । ତେବେ ଯେଉଁ ବେଗରେ ସଂକ୍ରମିତ ମାମଲା ବଢିବାରେ ଲାଗୁଛି ଦେଖିଲେ ଲାଗୁଛି ମୃତ୍ୟୁ ସଂଖ୍ୟା ଅଳ୍ପ ଦିନ ମଧ୍ୟରେ 1 ଲକ୍ଷ ପାର କରିବ । ସେପଟେ ଦେଶରେ କୋରୋନା ଆରମ୍ଭରୁ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ 1.8 ମିଲିୟନ ଲୋକେ ସୁସ୍ଥ ହୋଇଛନ୍ତି ।

ସୂଚନାଯୋଗ୍ୟ, ଜନ ହପକିନ୍ସ ୟୁନିଭର୍ସିଟି ଅନୁସାରେ, ବିଶ୍ବରେ ସଂକ୍ରମିତ ମାମଲା 17,703, 272ରେ ପହଞ୍ଚିଛି । କୋରୋନା ଜନିତ ମୃତ୍ୟୁସଖ୍ୟା 681,580 ପାର କରିଛି । କୋଭିଡ ସର୍ବାଧିକ କ୍ଷତିଗ୍ରସ୍ତ ତଥା ପ୍ରଭାବିତ ଦେଶର ତାଲିକାର ଶୀର୍ଷରେ ଆମେରିକା ରହିଛି । ଏଠାରେ ମୋଟ 4.5 ମିଲିୟନ କୋରୋନା ଆକ୍ରାନ୍ତ ହୋଇଛନ୍ତି ।

ନିକଟରେ ବ୍ରାଜିଲ ରାଷ୍ଟ୍ରପତି ଜୈରା ବୋଲସୋନାରୋ କୋରୋନା ଆକ୍ରାନ୍ତ ହୋଇଥିଲେ । ବର୍ତ୍ତମାନ ତାଙ୍କ ପତ୍ନୀ ତଥା ବ୍ରାଜିଲର ପ୍ରଥମ ମହିଳା ମଧ୍ୟ କୋରୋନା ସଂକ୍ରମିତ ହୋଇଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.