ଜେନେଭା: କୋରୋନା ମହାମାରୀରେ ସାରା ବିଶ୍ବ ଆକ୍ରାନ୍ତ ଥିବାବେଳେ ନିକଟରେ ନୂଆ ସମସ୍ୟା ସମସ୍ତଙ୍କ ମୁଣ୍ଡବ୍ୟଥା ବଢାଇଛି । ଏହା ଅନୁସାରେ କୌଣସି ଲକ୍ଷଣ ନଥିବା ସତ୍ତ୍ବେ ଅନେକ ଲୋକ ପଜିଟିଭ ବାହାରୁଛନ୍ତି । ଏହାସହ ସେମାନଙ୍କ ସହ ମିଶିଥିବା ଲୋକ ମଧ୍ୟ ଏଥିରେ ଆକ୍ରାନ୍ତ ହେଉଛନ୍ତି । ତେବେ ଏପରି ଘଟଣାକୁ ନେଇ ବ୍ୟସ୍ତ ନହେବା ସହ ଏହା ବିରଳ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ କହିଛି ।
ସଙ୍ଗଠନର କୋରୋନା ଭୂତାଣୁ ପ୍ରତିରୋଧ ଟିମର ମୁଖ୍ୟ ମାରିଆ ଭ୍ୟାନ କେରକୋଭେ ସ୍ଥାନୀୟ ସମୟ ଅନୁସାରେ ସୋମବାର ଏହା ଉପରେ ସାମ୍ବାଦିକଙ୍କୁ ସୂଚନା ଦେଇଛନ୍ତି । ଏନେଇ ବିଭିନ୍ନ ଦେଶଙ୍କଠାରୁ ତଥ୍ୟ ସଂଗ୍ରହ କରାଯାଇଛି । ଲୋକଙ୍କ ସମ୍ପର୍କରେ ବିଭିନ୍ନ ପ୍ରକାର ସର୍ଭେ କରାଯାଇ ତଥ୍ୟ ଅଣାଯାଇଛି । ଏଥିରୁ ଜଣାପଡିଛି ଯେ ବିନା ଲକ୍ଷଣରେ ଥିବା ଆକ୍ରାନ୍ତଙ୍କ ସଂଖ୍ୟା ଖୁବ୍ କମ ରହିଛି । ଏମାନଙ୍କ ଦ୍ବାରା ସଂକ୍ରମିତ ବ୍ୟକ୍ତି ମଧ୍ୟ ଅଳ୍ପ ଥିବା ସେ କହିଛନ୍ତି ।
ଏହାସହ ସେ କହିଛନ୍ତି ଯେ ଏହିସବୁ ସଂଗୃହୀତ ଘଟଣା ଉପରେ ଆଲୋଚନା କରିବା ପରେ ଜାଣିବାକୁ ମିଳିଥିଲା ଯେ ଏହି ଆକ୍ରାନ୍ତଙ୍କ ପାଖରେ ଲକ୍ଷଣ ଖୁବ୍ କମ ରହିଛି । ଏମାନେ କୋଭିଡ 19 ଦ୍ବାରା ସିଧାସଳଖ ଆକ୍ରାନ୍ତଙ୍କ ଭଳି ଅଧିକ ଗୁରୁତର ସମସ୍ୟା ଭୋଗିନାହାନ୍ତି । ଏହି ଆକ୍ରାନ୍ତଙ୍କ ପାଖରେ ସାଧାରଣ ସମସ୍ୟା ଦେଖାଦେଇଛି । ଏମାନଙ୍କୁ ଥଣ୍ଡା, ଜ୍ବର, କାଶ ଓ ଗଳାବ୍ୟଥା ସାଧାରଣ ରହିଛି । କୋରୋନାର ଲକ୍ଷଣ ଏମାନଙ୍କ ପାଖରେ ଖୁବ୍ କମ ରହିଥିବା ସେ କହିଛନ୍ତି ।
ବିନା ଲକ୍ଷଣରେ କୋଭି଼ଡ ଆକ୍ରାନ୍ତ ବାହାରୁଥିବା ଲୋକ ବିରଳ
କୋରୋନା ଭୂତାଣୁ ପ୍ରତିରୋଧ ଟିମର ମୁଖ୍ୟ ମାରିଆ ଭ୍ୟାନ କେରକୋଭେ ସ୍ଥାନୀୟ ସମୟ ଅନୁସାରେ ସୋମବାର ସାମ୍ବାଦିକଙ୍କୁ ସୂଚନା ଦେଇଛନ୍ତି । ବିନା ଲକ୍ଷଣରେ ଥିବା ଆକ୍ରାନ୍ତଙ୍କ ସଂଖ୍ୟା ଖୁବ୍ କମ ରହିଛି । ଏମାନଙ୍କ ଦ୍ବାରା ସଂକ୍ରମିତ ବ୍ୟକ୍ତି ମଧ୍ୟ ଅଳ୍ପ ଥିବା ସେ କହିଛନ୍ତି । ଅଧିକ ପଢନ୍ତୁ...