ସିଙ୍ଗାପୁର: ସ୍ପଟ୍ ନାମକ ଏକ ହଳଦିଆ ରୋବର୍ଟ କୁକୁର ଯାହା ହିଟ୍ ଗୀତ "ଅପ୍ଟାଉନ୍ ଫଙ୍କ" ରେ ନାଚି ଅନଲାଇନରେ ଖ୍ୟାତି ଅର୍ଜନ କରିଥିଲା । ସିଙ୍ଗାପୁରର ଏକ ପାର୍କରେ ଏବେ ସେ ରୋବର୍ଟ କୁକୁରକୁ ପାଟ୍ରୋଲିଂ କରିବା ଏବଂ ଲୋକଙ୍କୁ ସାମାଜିକ ଦୂରତା ପାଳନ କରିବା ପାଇଁ ନିୟୋଜିତ କରାଯାଇଛି ।
ହାଇ-ଟେକ୍ ହାଉଣ୍ଡ ରିମୋଟ-ନିୟନ୍ତ୍ରିତ ଏବଂ ସମସ୍ତ ପ୍ରକାର ଭୂମିରେ ସହଜରେ କାର୍ଯ୍ୟ କରିପାରେ ଏହି ରୋବର୍ଟ । ରୋବର୍ଟର ସୃଷ୍ଟି କରିଥିବା ବ୍ୟକ୍ତିଙ୍କ କହିବା ଅନୁସାରେ, ରୋବର୍ଟ କୁକୁର ସ୍ପଟ ପାର୍କରେ ପରିଦର୍ଶକଙ୍କ ସଂଖ୍ୟା ଆକଳନ କରିବାକୁ ପାଟ୍ରୋଲିଂ କରୁଛି । ଏଥିରେ ଥିବା କ୍ୟାମେରା ବ୍ୟବହାର କରି ସେ ଲୋକଙ୍କ ଉପରେ ନଜର ରଖୁଛି ।
ସାମାଜିକ ଦୂରତା ବଜାୟ ରଖିବା ପାଇଁ "ଆପଣଙ୍କର ସୁରକ୍ଷା ପାଇଁ ଏବଂ ଆପଣଙ୍କ ଆଖପାଖ ଲୋକଙ୍କ ପାଇଁ ଦୟାକରି ଅତି କମରେ ଏକ ମିଟର ଦୂରରେ ଛିଡା ହୁଅନ୍ତୁ ବୋଲି କହିଛନ୍ତି ସେ । " ଆମେରିକାର କମ୍ପାନୀ ବୋଷ୍ଟନ୍ ଡାଇନାମିକ୍ସ ଦ୍ୱାରା ବିକଶିତ ହୋଇଥିବା ସ୍ପଟ୍ ଏକ ଭିଡିଓ ପାଇଁ ବେଶ୍ ଜଣାଶୁଣା । ୟୁଟ୍ୟୁବରେ ଏହି ଭିଡିଓ 6.8 ମିଲିୟନ୍ ଥର ଦେଖାଯାଇଥିଲା ।