ETV Bharat / international

ଆଣ୍ଟାର୍କଟିକାରେ ପହଞ୍ଚିଲା କୋରୋନା

author img

By

Published : Dec 23, 2020, 10:06 PM IST

କୋଭିଡ ମୁକ୍ତ ଥିବା ପୃଥିବୀର ଶେଷ ପ୍ରାନ୍ତ ଆଣ୍ଟାର୍କଟିକାରେ ପହଞ୍ଚିଲା କୋରୋନା ଭୂତାଣୁ । ଏନେଇ ଚିଲିର ସେନାବାହିନୀ ସୂଚନା ଦେଇଛନ୍ତି । ଆକ୍ରାନ୍ତ ୩୬ଜଣଙ୍କ ମଧ୍ୟରୁ ୨୬ଜଣ ସେନା କର୍ମଚାରୀ ହୋଇଥିବା ବେଳେ ୧୦ଜଣ ବେସାମରିକ କଣ୍ଟ୍ରାକ୍ଟର ଅଟନ୍ତି । ଅଧିକ ପଢନ୍ତୁ...

ପୃଥିବୀର ଶେଷ ମହାଦେଶ ଆଣ୍ଟାର୍କଟିକାରେ ପହଞ୍ଚିଲା କୋରୋନା ଭୂତାଣୁ

ସାଣ୍ଟିଆଗୋ: କୋଭିଡ ମୁକ୍ତ ଥିବା ପୃଥିବୀର ଶେଷ ପ୍ରାନ୍ତ ଆଣ୍ଟାର୍କଟିକାରେ ପହଞ୍ଚିଲା କୋରୋନା ଭୂତାଣୁ । ଏନେଇ ଚିଲିର ସେନାବାହିନୀ ସୂଚନା ଦେଇଛନ୍ତି । ସେଠାରେ ଥିବା ସମୁଦ୍ର ଓ ପ୍ରକାଣ୍ଡ ବରଫ ଖଣ୍ଡ ପରିବେଷ୍ଟିତ ସୁଦୂର ଗବେଷଣା କେନ୍ଦ୍ରରୁ କର୍ମଚାରୀମାନଙ୍କୁ ସ୍ଥାନାନ୍ତର କରି କ୍ବାରେଣ୍ଟାଇନରେ ରଖିବାକୁ ତତ୍ପରତା ଦେଖାଦେଇଥିଲା । ଚିଲିର ସଶସ୍ତ୍ର ବାହିନୀ କହିଛି ଯେ, ତା’ର ‘ବର୍ଣ୍ଣାର୍ଡୋ ଓ’ହିଗିନ୍‌ସ୍‌ ଆଡ୍ଡା’ରେ ଅତିକମରେ ୩୬ଜଣ ବ୍ୟକ୍ତି କୋରୋନା ଦ୍ବାରା ଆକ୍ରାନ୍ତ ହୋଇଛନ୍ତି । ଆକ୍ରାନ୍ତ ବ୍ୟକ୍ତିମାନଙ୍କ ମଧ୍ୟରୁ ୨୬ଜଣ ସେନା କର୍ମଚାରୀ ହୋଇଥିବା ବେଳେ ୧୦ଜଣ ବେସାମରିକ କଣ୍ଟ୍ରାକ୍ଟର ଅଟନ୍ତି ।

ଚିଲି ସେନାବାହିନୀ ପରିଚାଳିତ ସ୍ଥାୟୀ କର୍ମଚାରୀ ଥିବା ଏହି ଗବେଷଣା କେନ୍ଦ୍ରଟି ଆଣ୍ଟାର୍କଟିକାର ଉତ୍ତରଦିଗର ଶେଷ ପ୍ରାନ୍ତରେ ଥିବା ଏକ ଉପଦ୍ବୀପରେ ଅବସ୍ଥିତ । ଚିଲି ସେନାବାହିନୀ କହିଛି ଯେ, ଆକ୍ରାନ୍ତ ଆଡ୍ଡା କର୍ମଚାରୀଙ୍କୁ ପୃଥକ୍‌ କରାଯିବା ସହ ଚିଲିର ପାଣ୍ଟାଗୋନିଆରେ ଥିବା ମେଗାଲାନିସ୍‌ ସ୍ବାସ୍ଥ୍ୟ କର୍ତ୍ତୃପକ୍ଷମାନଙ୍କଦ୍ବାରା ସେମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି । ବ୍ରିଟିଶ ଆଣ୍ଟାର୍କଟିକ୍ ସର୍ଭେ ସହିତ ଅନୁସନ୍ଧାନକାରୀମାନେ ଅନୁମାନ କରିଛନ୍ତି ଯେ, ପୃଥିବୀର ଶେଷ ପ୍ରାନ୍ତରେ ଥିବା ଏହି ବରଫ ମହାଦେଶରେ ୩୮ଟି ଗବେଷଣା କେନ୍ଦ୍ରରେ ପ୍ରାୟ ୧୦୦୦ ଲୋକ ରହୁଛନ୍ତି ।

ଚିଲିର ନୌସେନା ରିପୋର୍ଟ କରିଛି ଯେ, ନଭେମ୍ବର 27 ରୁ ଡିସେମ୍ବର 10 ମଧ୍ୟରେ ଆଣ୍ଟାର୍କଟିକ୍ ଅଞ୍ଚଳରେ ଯାତ୍ରା କରୁଥିବା ଜାହାଜର 208 ଜଣ କ୍ରୁ ସଦସ୍ୟଙ୍କ ମଧ୍ୟରେ 3 ଜଣ କୋରୋନା ଆକ୍ରାନ୍ତ ହୋଇଥିବା ଚିହ୍ନଟ ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.