ବ୍ରାସିଲିଆ: ଇସ୍ତଫା ଦେଲେ ବ୍ରାଜିଲର ସ୍ବାସ୍ଥ୍ୟମନ୍ତ୍ରୀ ନେଲସନ ଟିଚ୍ । ରାଷ୍ଟ୍ରପତି ଜୈର ବାଲସନାରୋଙ୍କ ସହ ମତଭେଦ ପରେ ସେ ଏହି ପଦବୀରୁ ଇସ୍ତଫା ଦେଇଛନ୍ତି । ଦକ୍ଷିଣ ଆମେରିକାରେ କୋରୋନା ମହାବିପତ୍ତିର ପରିଚାଳନାକୁ ନେଇ ଉଭୟଙ୍କ ମଧ୍ୟରେ ମତାନ୍ତର ଲାଗି ରହିଥିଲା ।
ଟେଚ୍ଙ୍କ ପୂର୍ବ ଅଧିକାରୀ ଲୁଇଜ ହେନ୍ରିକ୍ ମାଣ୍ଡେଟ୍ଟା ଗତ ଏପ୍ରିଲ 16ରେ ଏକ ଟ୍ବିଟ କରିଥିଲେ । ଯେଉଁଥିରେ ସେ କହିଥିଲେ ବାଲସନାରୋ ତାଙ୍କୁ ଏକ ନୋଟିସ ଜାରି କରିଥିଲେ । ଏହା ପୂର୍ବରୁ ସାମାଜିକ ଦୂରତ୍ବ ପାଳନ କରିବାକୁ ଓ ଘରେ ରହିବାକୁ ଟେଚ୍ ପରାମର୍ଶ ଦେଇଥିବାବେଳେ ଏହାକୁ ନେଇ ବାଲସନାରୋ ସମାଲୋଚନା କରିଥିଲେ ।
ଅନ୍ୟପଟେ, ବାଲସନାରୋ ଦେଶରେ ଜିମ ଓ ବିୟୁଟି ପାର୍ଲର ଖୋଲିବାକୁ ଅନୁମତି ପ୍ରଦାନ କରିଥିଲା । ଏଥିରେ ଆପତ୍ତି ଜଣାଇଥିଲେ ଟିଚ । ଏହା ସେ କୋରୋନା ଭାଇରସକୁ ସାମାନ୍ ଫ୍ଲୁ କହିବା ସହ ଲକଡାଉନ ନିୟମକୁ ବିରୋଧ କରିଆସିଛନ୍ତି ବାଲସନାରୋ ।
ବ୍ରାଜିଲ ବର୍ତ୍ତମାନ କୋରୋନା ମାମଲାରେ ଜର୍ମାନୀ ଏବଂ ଫ୍ରାନ୍ସକୁ ଅତିକ୍ରମ କରି 200,000 ରୁ ଅଧିକ ମାମଲା ସହ ବିଶ୍ୱର ହଟସ୍ପଟରେ ପରିଣତ ହୋଇଛି। ଗତ ଗୁରୁବାର ଦିନକରେ 844 ନୂତନ ମୃତ୍ୟୁ ହୋଇଥିଲା । ସରକାରୀ ଆକଳନ ଅନୁସାରେ ମୃତ୍ୟୁ ସଂଖ୍ୟା 13,993 ରେ ପହଞ୍ଚିଛି।