ୱାଶିଂଟନ୍: କୋରୋନା ଭାଇରସ ଯୋଗୁଁ ସାରା ବିଶ୍ବରେ 334,915 ଜଣଙ୍କର ମୃତ୍ୟୁ ଘଟିଛି ଏବଂ 5,212,172 ଲୋକେ ପ୍ରଭାବିତ ହୋଇଛନ୍ତି । ଏହି ମହାମାରୀ ପାଇଁ 100 ରୁ ଅଧିକ ବୈଜ୍ଞାନିକ ଟିକା ଖୋଜିବାରେ ନିୟୋଜିତ ଅଛନ୍ତି । କିନ୍ତୁ ଏହି ସମୟରେ ଆମେରିକାର ଜଣେ ବରିଷ୍ଠ ବୈଜ୍ଞାନିକ ଚେତାବନୀ ଦେଇଛନ୍ତି କୋରୋନା ଭାଇରସର ଟୀକା ବର୍ତ୍ତମାନ ଆସୁନାହିଁ ଏବଂ ଏହି ଟୀକାକୁ ବିକଶିତ କରିବାରେ ବହୁ ସମୟ ଲାଗିପାରେ । ଆମେରିକାର ଏହି ବୈଜ୍ଞାନିକ ଏଚ୍.ଆଇ.ଭି ଭଳି ରୋଗ ଉପରେ ଗବେଷଣା କରିଛନ୍ତି ।
ଆମେରିକୀୟ ବୈଜ୍ଞାନିକ ୱିଲିୟମ୍ ହାସେଲଟାଇନ୍ଙ୍କ କର୍କଟ ଏବଂ ଏଚ୍.ଆଇ.ଭି ଉପରେ ଗବେଷଣା ବହୁତ ଚର୍ଚ୍ଚାରେ ରହିଛି । ନ୍ୟୁଜ୍ ଏଜେନ୍ସି ରଏଟର୍ସ ସହିତ ଏକ ବାର୍ତ୍ତାଳାପରେ ସେ କହିଥିଲେ ଯେ, ମହାମାରୀ କୋରୋନା ପାଇଁ ଔଷଧ ଆସିବ ବୋଲି ମନେ ହେଉନାହିଁ । ତାଙ୍କୁ ସାକ୍ଷାତକାରରେ ପଚରାଯାଇଥିଲା କୋଭିଡ -19 ଟୀକା କେବେ ଏବଂ କେତେ ଶୀଘ୍ର ବିକଶିତ ହୋଇପାରିବ? ଏହାର ଉତ୍ତରରେ ସେ କହିଛନ୍ତି ଯେ ଏତେ ଶୀଘ୍ର ଏହି ଟୀକ ଆସିବାର ସମ୍ଭବ ନୁହେଁ । ହେସେଲଟାଇନ୍ ସ୍ପଷ୍ଟ ଭାବରେ କହିଛନ୍ତି ଯେ କୋରୋନା ମହାମାରୀକୁ ରୋକିବା ପାଇଁ ରୋଗୀଙ୍କୁ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିବା, ସେମାନଙ୍କୁ ସଠିକ୍ ଭାବରେ ଖୋଜିବା ଏବଂ ସଂକ୍ରମଣ ବିସ୍ତାର ନହେବା ପାଇଁ ସାମାଜିକ ଦୂରତା ବଜାୟ ରଖିବୀ ଜରୁରୀ ଅଟେ ।
ସେ କହିଛନ୍ତି ଯେ କୋରୋନା ଭାଇରସ ପାଇଁ ପୂର୍ବରୁ ପ୍ରସ୍ତୁତ ହୋଇଥିବା ଟୀକା ନାକକୁ ସଂକ୍ରମଣରୁ ରକ୍ଷା କରିବାରେ ବିଫଳ ହୋଇଛି । ନାକ ହେଉଛି ପ୍ରଥମ ମାଧ୍ୟମ ଯିଏ ସହଜରେ ଭାଇରସକୁ ନିଜ ଶରୀରରେ ଗ୍ରହଣ କରିଦିଏ । ତେଣୁ ଏହି ଭାଇରସ ଶରୀରରେ ପ୍ରବେଶ କରିବାର ସମ୍ଭାବନା ଅଧିକ ରହିଛି । କୌଣସି ପ୍ରଭାବଶାଳୀ ଚିକିତ୍ସା କିମ୍ବା ଟୀକା ବିନା କୋରୋନା ଭାଇରସ ନିୟନ୍ତ୍ରଣ କରାଯାଇପାରିବ ନାହିଁ ବୋଲି ୱିଲିୟମ୍ କହିଛନ୍ତି । କୋରୋନାକୁ ରୋକିବା ପାଇଁ ସେ ସାମାଜିକ ଦୂରତା ହିଁ ସବୁଠାରୁ ପ୍ରଭାବଶାଳୀ ଉପାୟ ବୋଲି କହିଛନ୍ତି । ଯେଉଁମାନେ ସଂକ୍ରମିତ ଅଛନ୍ତି ସେମାନଙ୍କୁ ଅଲଗା ରଖାଯିବା ଉଚିତ ଏବଂ ହାତ ଧୋଇବା, ମାସ୍କ ପିନ୍ଧିବା, ସାଧାରଣ ବ୍ୟବହୃତ ଜିନିଷକୁ ସଫା ରଖିଲେ ହିଁ ଏହି ଭାଇରସ ସଂକ୍ରମଣ ହେବାରେ କମିବ ।