ETV Bharat / international

ଆମେରିକାରେ ତାଣ୍ଡବ ରଚିଛି କୋରୋନା, ଗୋଟିଏ ଦିନରେ 1480 ମୃତ

author img

By

Published : Apr 4, 2020, 11:05 AM IST

ଗତ 24 ଘଣ୍ଟାରେ ଆମେରିକାରେ 1400ରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।

_america corona upadate
ଆମେରିକାରେ ମୃତ୍ୟୁ ତାଣ୍ଡବ ରଚିଛି କୋରୋନା

ୱାଶିଂଟନ: କୋରୋନାକୁ ନେଇ ସମଗ୍ର ବିଶ୍ବରେ କୋକୁଆ ଭୟ ଖେଳିଯାଇଛି । ବିଶ୍ବର 200ଟି ଦେଶ କୋରୋନା କବଳରେ ରହିଛି । ଏହାମଧ୍ୟରେ ଆମେରିକାରେ ସର୍ବାଧିକ ଲୋକ କୋରୋନା ଆକ୍ରାନ୍ତ ଥିବା ଜଣାପଡିଛି । ତେବେ ଗତ 24 ଘଣ୍ଟାରେ ଆମେରିକାରେ 1400ରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।

ଚୀନର ଉହାନରୁ ସୃଷ୍ଟି ହୋଇଥିବା ଏହି ମାରାତ୍ମକ ଭାଇରସ ବର୍ତ୍ତମାନ ଆମେରିକାରେ ମୃତ୍ୟୁର ତାଣ୍ଡବ ରଚିଛି । ଏହାଛଡା ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ପାଖାପାଖି 3 ଲକ୍ଷରେ ପହଞ୍ଚିଥିବା ଜଣାପଡିଛି । ତେବେ ଏହା ବର୍ତ୍ତମାନର ବିଶ୍ବର ସର୍ବାଧିକ ଆକ୍ରାନ୍ତ ସଂଖ୍ୟା ଅଟେ ।

ଜନ୍ସ ହାପକିନ୍ସ ଟ୍ୟାକର ଅନୁଯାୟୀ, ଗତ 24 ଘଣ୍ଟାରେ ଆମେରିକାରେ 1480 ଜଣ ଲୋକଙ୍କର କୋରୋନା କାରଣରୁ ମୃତ୍ୟୁ ଘଟିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.