ETV Bharat / international

4 ଦିନ ପରେ ଆମେରିକା ମୃତ୍ୟୁସଂଖ୍ୟାରେ ବୃଦ୍ଧି, 17 ଲକ୍ଷରୁ ଉର୍ଦ୍ଧ୍ବ ସଂକ୍ରମିତ

author img

By

Published : May 28, 2020, 10:31 AM IST

ଆମେରିକାରେ ପୁଣି ବୃଦ୍ଧି ପାଇଲା ସଂକ୍ରମିତଙ୍କ ସଂଖ୍ୟା । ଗତ 24 ଘଣ୍ଚାରେ ଗଲା 1537 ଆକ୍ରାନ୍ତଙ୍କ ଜୀବନ । ଅଧିକ ପଢନ୍ତୁ...

4 ଦିନ ପରେ ଆମେରିକା ମୃତ୍ୟୁ ସଂଖ୍ୟାରେ ବୃଦ୍ଧି, ମୋଟ 17 ଲକ୍ଷରୁ ଉର୍ଦ୍ଧ୍ବ ସଂକ୍ରମିତ

ଓ୍ବାଶିଂଟନ: ଆମେରିକାରେ ଥମିବାର ନାଁ ଧରୁନି କୋରୋନା ସଂକ୍ରମିତଙ୍କ ସଂଖ୍ୟା । କୋରୋନା ବ୍ୟାପିବାର ଅନେକ ଦିନ ହେବା ସତ୍ତ୍ୱେ ସ୍ଥିତିରେ ଆସିନି କୌଣସି ପରିବର୍ତ୍ତନ । ଯାହାଦ୍ବାରା ପ୍ରତ୍ୟେକ ଦିନ ଯାଉଛି ହଜାର ହଜାର ଜୀବନ । ତେବେ ଗତ 4 ଦିନ ଧରି ଦେଶରେ କୋରୋନାରେ ମୃତ୍ୟୁ ସଂଖ୍ୟାରେ କିଛି ମାତ୍ରାରେ ହ୍ରାସ ପାଇଥିବାବେଳେ, ବୁଧବାର ପୁଣି ପୂର୍ବପରି ମୃତ୍ୟୁ ସଂଖ୍ୟାରେ ବୃଦ୍ଧି ପାଇଛି ।

ସୂଚନାମୁତାବକ, ଆମେରିକାରେ ଗତ 24 ଘଣ୍ଟାରେ ପୁଣି 20 ହଜାର 543 ନୂଆ ମାମଲା ରିପୋର୍ଟ ହୋଇଥିବାବେଳେ, 1537 ଜଣଙ୍କର ମୃତ୍ୟୁ ହୋଇଛି । ଦିନକ ପୂର୍ବରୁ 700 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ପୁଣି ଏହି ସଂଖ୍ୟାରେ ବୃଦ୍ଧି ହୋଇଥିବା ସୂଚନା ଦେଇଛି ଜନ ହପକିନ୍ସ ବିଶ୍ବ ବିଦ୍ୟାଳୟ ।

ସୂଚନା ମୁତାବକ, ଗୁରୁବାର ସକାଳ ସୁଦ୍ଧା ଆମେରିକାରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା 17 ଲକ୍ଷ 45 ହଜାରକୁ ବୃଦ୍ଧି ପାଇଛି । ଏଥିସହ ଲକ୍ଷେ ପାର କରିଛି ମୃତକଙ୍କ ସଂଖ୍ୟା । ତେବେ 4 ଲକ୍ଷ 89 ହଜାର ଲୋକ ମଧ୍ୟ ସୁସ୍ଥ ହୋଇଛନ୍ତି ।

ଆମେରିକାର ନ୍ୟୁୟର୍କ ସିଟିରେ ସର୍ବାଧିକ 3 ଲକ୍ଷ 74 ହଜାର 672ଟି ମାମଲା ରହିଛି । କେବଳ ନ୍ୟୁୟର୍କରେ 29 ହଜାର 553 ଲୋକଙ୍କର ମୃତ୍ୟୁ ହୋଇଛି। ଏହା ପରେ, ନ୍ୟୁ ଜର୍ସିରେ 1 ଲକ୍ଷ 57 ହଜାର 818 ସଂକ୍ରମିତ ଥିବାବେଳେ, ସେଥି ମଧ୍ୟରୁ 11 ହଜାର 341 ଜଣଙ୍କର ମୃତ୍ୟୁ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.