ETV Bharat / international

ଆମେରିକାରେ ବୃଦ୍ଧି ପାଉଛି ସଂକ୍ରମିତଙ୍କ ସଂଖ୍ୟା, 24 ଘଣ୍ଟାରେ 791 ମୃତ - corona virus

କିଛି ଦିନ ହେବ ବିଶ୍ବର ସବୁଠୁ ଶକ୍ତିଶାଳୀ ଦେଶରେ ହ୍ରାସ ପାଉଛି କୋରୋନା ମୃତ୍ୟୁ ସଂଖ୍ୟା । ହେଲେ ସଂକ୍ରମିତଙ୍କ ସଂଖ୍ୟା ପୂର୍ବପରି ବଳବତ୍ତର ରହିଛି । ଅଧିକ ପଢନ୍ତୁ...

ଆମେରିକାରେ ବୃଦ୍ଧି ପାଉଛି ସଂକ୍ରମିତଙ୍କ ସଂଖ୍ୟା, 24 ଘଣ୍ଟାରେ 791 ମୃତ

author img

By

Published : Jun 13, 2020, 10:44 AM IST

ୱାଶିଂଟନ: ବିଶ୍ୱରେ କୋରୋନା ମହାମାରୀ ଦ୍ୱାରା ସର୍ବାଧିକ ପ୍ରଭାବିତ ହୋଇଥିବା ଦେଶ ଆମେରିକାରେ ଧିରେ ଧିରେ ହ୍ରାସ ପାଉଛି ମୃତ୍ୟୁ ସଂଖ୍ୟା । ହେଲେ ଦେଶରେ ଅହେତୁକ ଭାବେ ବୃଦ୍ଧି ପାଉଛି ସଂକ୍ରମିତଙ୍କ ସଂଖ୍ୟା । ଗତ 24 ଘଣ୍ଟା ମଧ୍ୟରେ ଆମେରିକାରେ 26 ହଜାର 971ଟି ନୂଆ ମାମଲା ରୁଜୁ ହୋଇଥିବାବେଳେ, ଏଥିରେ 791 ଜଣଙ୍କର ମୃତ୍ୟୁ ଘଟିଛି । ଏଥିସହ 21 ଲକ୍ଷରୁ ଅଧିକ କୋରୋନା ସଂକ୍ରମିତ ହୋଇଛି ।

ଜନ ହପକିନ୍ସ ଅନୁଯାୟୀ, ଆମେରିକାରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ଶନିବାର ସକାଳ ସୁଦ୍ଧା 20 ଲକ୍ଷ 48 ହଜାରକୁ ବୃଦ୍ଧି ପାଇଛି । ଏଥି ସହିତ ସମୁଦାୟ 1 ଲକ୍ଷ 14 ହଜାର 385 ଜଣଙ୍କର ମୃତ୍ୟୁ ହୋଇଛି । ତେବେ ଏଥିରେ 8 ଲକ୍ଷ 39 ହଜାର ଲୋକ ମଧ୍ୟ ସୁସ୍ଥ ହୋଇଛନ୍ତି । 11 ଲକ୍ଷ 60 ହଜାର ଲୋକ ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି ।

ବର୍ତ୍ତମାନ ସୁଦ୍ଧା ଆମେରିକାରେ ସମୁଦାୟ 6 ପ୍ରତିଶତ କୋରୋନା ସଂକ୍ରମିତ ଲୋକଙ୍କର ମୃତ୍ୟୁ ହୋଇଛି । 39 ପ୍ରତିଶତ ଲୋକ ଏଥିରୁ ସୁସ୍ଥ ହୋଇଛନ୍ତି ।

ସେହିପରି ଆମେରିକାର ନ୍ୟୁୟର୍କ ସହର ସବୁଠାରୁ ଅଧିକ ପ୍ରଭାବିତ ହୋଇଛି । ସହରରେ ସର୍ବାଧିକ 4 ଲକ୍ଷ 2 ହଜାର 914ଟି ପଜିଟିଭ ମାମଲା ରିପୋର୍ଟ ହୋଇଛି । କେବଳ ନ୍ୟୁୟର୍କରେ 30, 758 ଜଣଙ୍କର ମୃତ୍ୟୁ ହୋଇଛି । ଏହାପରେ, ନ୍ୟୁଜର୍ସିର 1 ଲକ୍ଷ 68 ହଜାର 846 ଜଣ ସଂକ୍ରମିତଙ୍କ ମଧ୍ୟରୁ 12 ହଜାର 489 ଜଣଙ୍କର ମୃତ୍ୟୁ ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.