ଆଜି ପର୍ଯ୍ୟନ୍ତ ବିଶ୍ବର ସବୁଠାରୁ ଧନୀ ଡନ କିଏ ...ଯିଏ କି ଫୋର୍ବସ ମାଗାଜିନ(1989)ରେ ଦୁନିଆର ସବୁଠାର ବଡ ଧନୀ ତାଲିକାରେ 7 ସ୍ଥାନରେ ରହିଥିଲା । ସେ କିଏ ଯିଏ ପ୍ରତ୍ୟପର୍ଣ ଚୁକ୍ତିନାମାକୁ ଚ୍ୟାଲେଞ୍ଜ କରି ନିୟମ ବଦଳାଇଥିଲା । ଆତ୍ମସମର୍ପଣ କରିବାକୁ ଯାଇ ଯିଏ ନିଜେ ପ୍ରସ୍ତୁତ କରିଥିବା ବିଳାସପୂର୍ଣ୍ଣ ଜେଲରେ ରହିଥିଲା ।
ବର୍ତ୍ତମାନ ଅଣ୍ଡରୱାଲର୍ଡ ଡନ କହିଲେ ଆମେ ଦାଉଦ ଇବ୍ରାହିମ ଠାରେ ହିଁ ଅଟକି ଯାଉଛେ । ଦାଉଦ ଠାରୁ ଅତି ଭୟଙ୍କର ଥିଲା ଏହି ଡନ । ଯିଏ ରାଷ୍ଟ୍ରର ଋଣ ଶୁଝିବା ପାଇଁ 10.ବିଲିୟନ ଡଲାର ଦେବାକୁ ସରକାରଙ୍କୁ ପ୍ରସ୍ତାବ ଦେଇଥିଲା । ଖାଲି ସେତିକି ନୁହେଁ କୌଣସି ଥଣ୍ଡା ଜାଗାକୁ ନିଜ ସାନ ଝିଅକୁନେଇ ବୁଲିବାକୁ ଯାଇଥିଲା । ଶୀତରୁ ବଞ୍ଚିବା ପାଇଁ ଭାରତୀୟ ମୂଲ୍ୟରେ 13 କୋଟି ଟଙ୍କା ଜଳାଇ ଉତ୍ତାପ ଦେଇଥିଲା ।
ଦୁନିଆ ପାଇଁ ସେ ଥିଲା ଡ୍ରଗ୍ସ ଲର୍ଡ । ବିଭିନ୍ନ ଦେଶକୁ 80 ପ୍ରତିଶତ କୋକେନ ଚାଲାଣ କରୁଥିଲା । ଏପରିକି ଦିନକୁ 15-15 କ୍ବିଣ୍ଟାଲ କୋକେନ ଚାଲାଣ ମଧ୍ୟ କରୁଥିଲା । ଯାହାର ଦୈନିକ ଆୟ ସେତେବେଳର ଭାରତୀୟ ମୂଲ୍ୟରେ 400 କୋଟି ରହିଥିଲା ।
ଟଙ୍କା ଏତେ ଥିଲା ଏହାକୁ ରଖିବାକୁ ଗୋଦାମ ମଧ୍ୟ କରିଥିଲା । କାରଣ ଡ୍ରଗ୍ସ ତଥା କଳାପଇସା ଧନକୁ କୌଣସି ବ୍ୟାଙ୍କରେ ରଖିପାରିବ ନାହିଁ । ଆଶ୍ଚର୍ଯ୍ୟ ଚକିତ କରିବ ଏହି ଡ୍ରଗ୍ସ ମାଫିଆ ଧନ। ତାର ଏତେ ଅମାପ ଧନ ଥିଲା ଯେ, ତାର 10 ପ୍ରତିଶତ କେବଳ ମୂଷା କିମ୍ବା ପାଣିରେ ପଡି ନଷ୍ଟ ହେଉଥିଲା । ଟଙ୍କା ବାନ୍ଧ ସଜାଡିବା ପାଇଁ ମାସକୁ 1000 ଡଲାର ଟଙ୍କା ଖର୍ଚ୍ଚ କରୁଥିଲା ।
ଏହାପରେ ଆମେରିକା ଜାଣିବାକୁ ପାଏ କଲେମ୍ବିଆର ପାବଲୋ ବିଷୟରେ । ସେହି ପାବଲୋ ଯିଏ ତାଙ୍କ ଦେଶକୁ 80 ପ୍ରତିଶତ କୋକେନ ଚାଲାଣ କରୁଛି । ସେହି ସମୟରେ ପ୍ରତ୍ୟପର୍ଣ ନିୟମ ରହିଥିଲା । ଆଉ ପାବଲୋ ବି ଜାଣିଥିଲା ଆମେରିକା ଏଜେଣ୍ଟ ଲାଞ୍ଚ ନେବାର ଲୋକ ନୁହଁନ୍ତି । ତେଣୁ ନିଜକୁ ସୁରକ୍ଷିତ ଓ ସୁରକ୍ଷା ଦେବାକୁ ଯାଇ ରାଜନୀତିରେ ପ୍ରବେଶ କରିବାକୁ ଉଦ୍ୟମ କରେ । କରଜରେ ବୁଡି ରହିଥିବା ସରକାରକୁ ଋଣରୁ ଉଧାର କରିବାକୁ ପ୍ରସ୍ତାବ ଦେଇଥିଲା ପାବଲୋ । ହେଲେ ସରକାର ଏପରି କୁଖ୍ୟାତ ଅପରାଧି ନେଇଥିଲେ ସତ କିନ୍ତୁ ଲିବେରାଲ ପାର୍ଟି ସହ ସାମିଲ ହେବା ସହ ପଇସା ଦେଇ (1982) କଲମ୍ବୋଆର ନିମ୍ନ ସଦନରେ ବିରୋଧ ଦଳ ହେବା ପରେ କଲମ୍ବିଆ ପାର୍ଟିର ସଦସ୍ୟ ମଧ୍ୟ ପାଲଟିଗଲା । ଆଶ୍ଚର୍ଯ୍ୟକର କଥା ହେଉଛି, ସ୍ପେନର ଏକ ସରକାରୀ କାର୍ଯ୍ୟକ୍ରମରେ ଯେଉଁଠି କି ପାବଲୋ ଡ୍ରଗ୍ସ ପଠାଏ ସେଠାରେ ସେ କଲେମ୍ବିଆ ତରଫରୁ ପ୍ରତିନିଧିତ୍ବ କରୁଥିଲା । ଯିଏ କି ଦୁନିଆ ସବୁଠାର ବଡ ଡ୍ରଗ୍ସ ମାଫିଆ।
ଏମିତି ବି କୁହାଯାଏ, ଏ ଡନ ହିରୋ ବି ଥିଲା । କାରଣ ଅମାପ ସମ୍ପତ୍ତିକୁ ରଖିବାକୁ ଜାଗା ନ ପାଇ ସମସ୍ତ ଗରିବଙ୍କ ପାଇଁ ଘର, ସ୍କୁଲ ଓ ଫୁଟବଲ ପଡିଆ ମଧ୍ୟ କରିଥିଲା । ଧୀରେ ଧୀରେ ରାଜନୀତିରେ ପ୍ରବେଶ କରିବା ପରେ ଓ ଏପଟେ ଆମେରିକାର ଭୟକୁ ଦେଖି 1991ରେ କଲମ୍ବିଆ ସରକାରଙ୍କ ନିକଟରେ ଏକ ଚୁକ୍ତି କରି ଏ ଲାଇନ ଛାଡିବାକୁ କହିଥିଲା । ଯେଉଁଥିରେ ପ୍ରଥମ ସର୍ତ୍ତ ଥିଲା କଲେମ୍ବିଆରେ ପ୍ରତ୍ୟର୍ପଣ ନିୟମକୁ ଉଠାଇ ନେବା । ସେତେବେଳେ ସରକାରକୁ ତାର ଏହି ଚୁକ୍ତି ଉପରେ ରାଜି ହେବାକୁ ପଡିଥିଲା । ଏହାର ଦ୍ବିତୀୟ ସର୍ତ୍ତ ଥିଲା ନିଜ ତିଆରି ନିଜ ଜେଲରେ ରହିବ । ଯାହା ସମ୍ପୂର୍ଣ୍ଣ ବିଳାସପୂର୍ଣ୍ଣ ରହିଥିଲା । କଥା ଅଛି ମଣିଷର ସ୍ବଭାବ ମଲେ ତୁଟେ ଠିକ ସେହି ପରି ପାବଲୋ ଜେଲରେ ରହି ମଧ୍ୟରେ ନିଜ କାରବାର ଚଳାଇଥିଲା । ଏହାର ଖବର ଜଣାପଡିବା ପରେ ପରିଶେଷରେ କଲେମ୍ବିଆ ସରକାର ମଧ୍ୟ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆମେରିକା ସହ ହାତ ମିଳାଇଥିଲେ । ପାବଲୋକୁ ଏହି ଖବର ଜଣାପଡିବା ପରେ ସେ ଜେଲରୁ ଫେରାର ହୋଇଥିଲା । 2 ଡିସେମ୍ବର 1993ରେ ଆମେରିକାର ଟେକ୍ନୋଲୋଜି ଜରିଆରେ ପାବଲୋର ଠିକଣା ଜଣାପଡିବା ପରେ କଲେମ୍ବିଆର ସ୍ପେଶାଲ ବ୍ଲକ ସର୍ଚ୍ଚ ଫୋର୍ସ ମିଳିତ ଅପରେସନରେ ମୃତ୍ୟୁବରଣ କରିଥିଲା ପାବଲୋ । ପାବଲୋର ମୃତ୍ୟୁକୁ ନେଇ ଅନେକ ରହସ୍ୟ ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ