ETV Bharat / international

ଅସ୍ଥାୟୀ ଭାବେ ସିକାଗୋରୁ ହଟିଲା କ୍ରିଷ୍ଟୋଫର କୋଲମ୍ବସଙ୍କ ପ୍ରତିମୂର୍ତ୍ତୀ - ଜାତିଆଣ ବିରୋଧୀ ଆନ୍ଦୋଳନ ଅପଡେଟ

ଏବେ ବି ଆମେରିକାରେ କୁହୁଳିଛି ଜାତିଆଣ ବିରୋଧୀ ଆନ୍ଦୋଳନର ନିଆଁ । ଏମିତିରେ କୋରୋନା ସଂକ୍ରମଣ ସତ୍ତ୍ବେ ବିକ୍ଷୋଭକାରୀ ଆନ୍ଦୋଳନ ଜାରି ରଖିଥିବା ବେଳେ ସିକାଗୋ ସହରରେ ଥିବା କ୍ରିଷ୍ଟୋଫର କୋଲମ୍ବସଙ୍କ ଦୁଇଟି ପ୍ରତିମୂର୍ତ୍ତୀକୁ ଅସ୍ଥାୟୀ ଭାବେ ହଟାଇ ଦିଆଯାଇଛି ।

Christopher Columbus statues, anti racism protest in us, removal of statues in us, anti racism protest update, us latest news, କ୍ରିଷ୍ଟୋଫର କୋଲମ୍ବସଙ୍କ ପ୍ରତିମୂର୍ତ୍ତୀ, ଆମେରିକାରେ ଜାତିଆଣ ବିରୋଧୀ ଆନ୍ଦୋଳନ, ଆମେରିକାରେ ମୂର୍ତ୍ତୀର ସ୍ଥାନ ପରିବର୍ତ୍ତନ, ଜାତିଆଣ ବିରୋଧୀ ଆନ୍ଦୋଳନ ଅପଡେଟ, ଆମେରିକା ଲାଟେଷ୍ଟ ନ୍ୟୁଜ୍‌
ଅସ୍ଥାୟୀ ଭାବେ ସିକାଗୋରୁ ହଟିଲା କ୍ରିଷ୍ଟୋଫର କୋଲମ୍ବସଙ୍କ ପ୍ରତିମୂର୍ତ୍ତୀ
author img

By

Published : Jul 26, 2020, 6:29 AM IST

ସିକାଗୋ: ଏବେ ବି ଆମେରିକାରେ କୁହୁଳିଛି ଜାତିଆଣ ବିରୋଧୀ ଆନ୍ଦୋଳନର ନିଆଁ । ଏମିତିରେ କୋରୋନା ସଂକ୍ରମଣ ସତ୍ତ୍ବେ ବିକ୍ଷୋଭକାରୀ ଆନ୍ଦୋଳନ ଜାରି ରଖିଥିବା ବେଳେ ସିକାଗୋ ସହରରେ ଥିବା କ୍ରିଷ୍ଟୋଫର କୋଲମ୍ବସଙ୍କ ଦୁଇଟି ପ୍ରତିମୂର୍ତ୍ତୀକୁ ଅସ୍ଥାୟୀ ଭାବେ ହଟାଇ ଦିଆଯାଇଛି । ଏହା ପଛରେ କାରଣ ହେଉଛି ବିକ୍ଷୋଭକାରୀମାନେ ଏହି ପ୍ରତିମୂର୍ତ୍ତୀ ଦ୍ବୟ ମଧ୍ୟରୁ ଗୋଟିଏକୁ ଗତ ସପ୍ତାହ ଭାଙ୍ଗିବା ପାଇଁ ଉଦ୍ୟମ କରିଥିଲେ ।

ଏନେଇ ବିଧିବଦ୍ଧ ଭାବେ ଏକ ବିଜ୍ଞପ୍ତି ପ୍ରକାଶ କରି ସୂଚନା ଦେଇଛନ୍ତି ସିକାଗୋ ଅଧିକାରୀବୃନ୍ଦ । ଏଥିରେ ମେୟର ଲୋରି ଲାଇଟଫୁଟ କହିଛନ୍ତି କି ସହରର ଦୁଇଟି ସ୍ଥାନ ଯଥା ଗ୍ରାଣ୍ଟ ପାର୍କ ଓ ଆରିଗୋ ପାର୍କରେ ରହିଛି କୋଲମ୍ବସଙ୍କ ପ୍ରତିମୂର୍ତ୍ତୀ । ହେଲେ ବିକ୍ଷୋଭକାରୀଙ୍କ ହିଂସାରୁ ଉଭୟ ପ୍ରତିମୂର୍ତ୍ତୀକୁ ସୁରକ୍ଷା ଦେବାକୁ ଯାଇ ଉଭୟକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଯଥା ସ୍ଥାନରୁ ହଟାଇ ଦିଆଯାଇଛି । ଆଗାମୀ ନୋଟିସ ପରେ ହିଁ ପରବର୍ତ୍ତୀ ପଦକ୍ଷେପ ନିଆଯିବା ନେଇ ସେ ସ୍ପଷ୍ଟ କରିଛନ୍ତି ।

ସେପଟେ ଦୀର୍ଘ ଦିନ ପରେ ପୁଣି ବିକ୍ଷୋଭକାରୀଙ୍କ କ୍ରୋଧରୁ ବଞ୍ଚାଇବା ପାଇଁ କିଛି ପ୍ରତିମୂର୍ତ୍ତୀ ହଟାଯିବାର ପଦକ୍ଷେପ ନିଆଯାଇଥିବା ମଧ୍ୟ ସେ ପ୍ରକାଶ କରିଛନ୍ତି । ଏସବୁ ପଛରେ ମେ’ 25ରେ ଜର୍ଜ ଫ୍ଲଏଡଙ୍କ ପୋଲିସ ହେପାଜତରେ ମୃତ୍ୟୁ ନିଆଁ ଦାୟୀ ବୋଲି ମଧ୍ୟ ସେ କହିଛନ୍ତି । ଅଧିକ ସୂଚନା ଦେଇ ସେ କହିଛନ୍ତି କି ଏହାପୂର୍ବରୁ ଗତ ମାସ ମିନେସୋଟାଠାରେ ଥିବା 10 ଫୁଟର କୋଲମ୍ବସଙ୍କୁ ପିତ୍ତଳ ମୂର୍ତ୍ତୀକୁ ବିକ୍ଷୋଭକାରୀମାନେ ଭାଙ୍ଗି ଦେଇଥିଲେ । ଏଥିସହ ବୋଷ୍ଟନରେ ମଧ୍ୟ ତାଙ୍କର ଏକ ପ୍ରତିମୂର୍ତ୍ତୀକୁ ଭଙ୍ଗା ଯାଇଥିଲା ।

ଏହି ଇଟାଲିଆନ ଆବିଷ୍କାରକଙ୍କ ଯୋଗୁଁ ପଞ୍ଚଦଶ ଶତାବ୍ଦୀରେ ଏକ ନୂଆ ଦୁନିଆ ଆବିଷ୍କୃତ ହୋଇଥିବା ବେଳେ ଆମେରିକୀୟ ବିଭିନ୍ନ ପାଠ୍ୟ ପୁସ୍ତକରେ କୋଲମ୍ବସଙ୍କ ସମ୍ପର୍କରେ ଲେଖା ରହିଛି । ହେଲେ ମୂଳ ଆମେରିକୀୟମାନେ ଆରମ୍ଭରୁ ହିଁ ତାଙ୍କୁ ବିରୋଧ କରି ଆସିଛନ୍ତି । ସେମାନଙ୍କ କହିବା ମୁତାବକ କୋଲମ୍ବସଙ୍କ ୟୋଗୁଁ ତାଙ୍କର ପୂର୍ବଜମାନଙ୍କର ବିନାଶ ହୋଇଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.