ETV Bharat / international

ଆମେରିକାରେ ହୋଇପାରେ 'ବଡ ଆକ୍ରମଣ', ସତର୍କ କଲା ଚୀନ ଗଣମାଧ୍ୟମ - ୯/୧୧ ଆତଙ୍କବାଦୀ ହମଲା

ଆମେରିକାର ବହୁ ଚର୍ଚ୍ଚିତ ୯/୧୧ ଆତଙ୍କବାଦୀ ହମଲାକୁ ଶନିବାର ୨୦ ବର୍ଷ ନ ପୁରୁଣୁ ରାଷ୍ଟ୍ର ଉପରେ ଆଉ ଏକ ବଡଧରଣର ଆତଙ୍କୀ ହମଲା ହୋଇପାରେ ବୋଲି ଚୀନ ଗଣମାଧ୍ୟମ ସୂଚନା ଦେଇଛି । ଅଧିକ ପଢନ୍ତୁ...

ଆମେରିକାରେ ହୋଇପାରେ 'ବଡ ଆକ୍ରମଣ', ସତର୍କ କଲା ଚୀନ ଗଣମାଧ୍ୟମ

author img

By

Published : Sep 12, 2021, 5:25 PM IST

ବେଜିଂ: ଆମେରିକାର ବହୁ ଚର୍ଚ୍ଚିତ ୯/୧୧ ଆତଙ୍କବାଦୀ ଆକ୍ରମଣକୁ ଶନିବାର ୨୦ ବର୍ଷ ପୂରିଛି । ଆମେରିକା ଏହି କଳା ଦିବସକୁ ଆଜି ପର୍ଯ୍ୟନ୍ତ ଭୁଲି ପାରିନଥିବା ବେଳେ ଆଉ ଏକ ବଡ଼ ଧରଣର ଆତଙ୍କବାଦୀ ହମଲା ହୋଇପାରେ ବୋଲି ଚୀନ ଗଣମାଧ୍ୟମ ଚାଇନିଜ ଷ୍ଟେଟ ମିଡି଼ଆର ସମ୍ପାଦକ ସୂଚନା ଦେଇଛନ୍ତି । କିନ୍ତୁ ଏହା କେତେଦୂର ସତ୍ୟ ସେ ସମ୍ପର୍କରେ ସ୍ପଷ୍ଟତା ମିଳିନାହିଁ ।

୨୦୦୧ ମସିହା ସେପ୍ଟେମ୍ବର ୧୧ ତାରିଖରେ ଥରହର ହୋଇଯାଇଥିଲା ବିଶ୍ବର ଶକ୍ତିଶାଳୀ ରାଷ୍ଟ୍ର ଆମେରିକା । ୧୯ ଜଣ ଆତଙ୍କବାଦୀ ଦେଶ ଉପରେ ଆତ୍ମଘାତୀ ଆକ୍ରମଣ କରିଥିଲେ । ଏହାଠାରୁ ଆହୁରି ବଡ ଧରଣର ଆକ୍ରମଣ ହୋଇପାରେ ବୋଲି ଏହି ଗଣମାଧ୍ୟମ ସୂଚନା ଦେଇଛି । ଆତଙ୍କବାଦୀ ସଙ୍ଗଠନ ଏଥିଲାଗି ଯୋଜନା ଆରମ୍ଭ କରିଛନ୍ତି ବୋଲି କହିଛି । ତେବେ ଚୀନକୁ ନିଜର ବଡ଼ ଶତ୍ରୁ ଭାବିବା ଆମେରିକା ପକ୍ଷେ ଆଗକୁ ଗୋଟିଏ ବଡ ଭୁଲ ସାବ୍ୟସ୍ତ ହେବ ବୋଲି ଚୀନର ଏହି ଗଣମାଧ୍ୟମ କହିଛି ।

ଏହା ବି ପଢନ୍ତୁ: ୯/୧୧ ଆତଙ୍କୀ ହମଲାକୁ ୨୦ ବର୍ଷ, ଆମେରିକା ଇତିହାସର କଳା ଦିନ

ଚୀନ ଏବଂ ଆମେରିକା ମଧ୍ୟରେ ସମ୍ପର୍କ ଭଲନାହିଁ । ଏଥିଲାଗି ଆମେରିକା ଚୀନର ଜିନଜିଆଙ୍ଗର ଉତ୍ତର-ପଶ୍ଚିମ ଅଞ୍ଚଳରେ ମୁସଲିମ ଉଇଗୁରୁଙ୍କ ଦମନ ପାଇଁ ବେଜିଂ ଉପରେ କଟକଣା ଲଗାଇଛି । ଗତ ଶୁକ୍ରବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ସେପ୍ଟେମ୍ବର 11 କୁ ଦେଶଭକ୍ତ ତଥା ଜାତୀୟ ସେବା ଦିବସ ଭାବରେ ଘୋଷଣା କରିଥିଲେ । ସେପଟେ ଚୀନ ଏହି ବାର୍ଷିକୀକୁ ଉତ୍ତର-ପଶ୍ଚିମ ଅଞ୍ଚଳରେ ଜିନଜିଆଙ୍ଗର ମୁସଲିମ ଉଇଗୁରୁ ଉପରେ ଦମନ କରିଥିବା କାହାଣୀକୁ ଦର୍ଶାଇବା ପାଇଁ ଦିବସଟିକୁ ମନେ ପକାଇଛି ।

ତେବେ ସୂଚନା ଥାଉ କି ୧୯ ଜଣ ଆତଙ୍କବାଦୀମାନେ ଆମେରିକାର ଉତ୍ତର-ପୂର୍ବରୁ କାଲିଫର୍ଣ୍ଣିଆ ଅଭିମୁଖେ ଯାତ୍ରା କରୁଥିବା 4ଟି ବାଣିଜ୍ୟିକ ବିମାନକୁ ହାଇଜାକ କରିଥିଲେ । ପ୍ରତ୍ୟେକ ବିମାନକୁ ଆମେରିକାର ପ୍ରସିଦ୍ଧ ୱାର୍ଲ୍ଡ ଟ୍ରେଡ ସେଣ୍ଟରକୁ ଧକ୍କା ଦେବା ସେମାନଙ୍କର ଉଦ୍ଦେଶ୍ୟ ଥିଲା । ଏହି ଅଟ୍ଟାଳିକାକୁ ଗୋଟିଏ ପରେ ଗୋଟିଏ ବିମାନ ଧକ୍କା ଦେଇଥିଲେ । ଏହି ସିରିଜ ହମଲାରେ ୨୯୭୭ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨୫ ହଜାର ଲୋକେ ଆହତ ହୋଇଥିଲେ । ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଆମେରୀକୀୟ ବିମାନକୁ ନିୟନ୍ତ୍ରାଣଧୀନ ରଖିଥିବା ସେଦିନର ୧୯ ଆତଙ୍କୀ ଆମେରିକାରେ ହିଁ ଛଦ୍ମ ବେଶରେ ଟ୍ରେନିଂ ନେଇଥିଲେ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.