ETV Bharat / international

କୋରୋନା ଭୟ: 1,800 ଡଲାର ମୂଲ୍ୟର ସାମଗ୍ରୀ ଚାଟିବା ଘଟଣାରେ ମହିଳା ଗିରଫ

କୋରୋନା ଭୟରେ ବିଶ୍ବବାସୀ । ସମସ୍ତଙ୍କ ପ୍ରତ୍ୟେକ କାର୍ଯ୍ୟକଳାପ ଉପରେ ନଜର ରଖାଯାଉଛି । ପ୍ରତ୍ୟେକ କ୍ଷେତ୍ରରେ ସତର୍କତା ଅବଲମ୍ବନ କରାଯାଉଛି । ବିଭିନ୍ନ ସ୍ଥାନରୁ କିଛି କିଛି ଅଜବ ଖବର ସାମନାକୁ ଆସୁଛି । କୋରୋନାକୁ ନେଇ କେଉଁଠି କିଏ ଗୁଜବ ପ୍ରଚାର କରି ଗିରଫ ହେଉଛି ତ କିଏ ନିୟମ ଉଲ୍ଲଙ୍ଘନ କରି । କୋରୋନା ବ୍ୟାପିବା ଆଶଙ୍କାରେ, କାର୍ଲିଫର୍ଣ୍ଣିଆରେ ଜଣେ ବ୍ୟକ୍ତି କିଣିଥିବା କିଛି ସାମାନକୁ ଚାଟିବା ଘଟଣାରେ ତାଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ଅଧିକ ପଢନ୍ତୁ...

କୋରୋନା ଭୟ: 1,800 ଡଲାର ମୂଲ୍ୟର ସାମଗ୍ରୀ ଚାଟିବା ଘଟଣାରେ ମହିଳା ଗିରଫ
କୋରୋନା ଭୟ: 1,800 ଡଲାର ମୂଲ୍ୟର ସାମଗ୍ରୀ ଚାଟିବା ଘଟଣାରେ ମହିଳା ଗିରଫ
author img

By

Published : Apr 9, 2020, 5:51 PM IST

ୱାଶିଂଟନ: 1,800 ଡଲାର ମୂଲ୍ୟର ଖାଦ୍ୟ ସାମଗ୍ରୀ ଚାଟିବା ଘଟଣାରେ ଜଣେ ମହିଳାଙ୍କୁ ଗିରଫ କରିଛି ପୋଲିସ । ଏହିଭଳି ଅଦ୍ଭୁତ ଘଟଣା ଘଟିଛି କାର୍ଲିଫର୍ଣ୍ଣିଆର ଲସଏଞ୍ଜେଲସ ସହରରେ ।

ସୂଚନାନୁଯାୟୀ, ବୁଧବାର ଦିନ ଲସଆଞ୍ଜେଲସ୍‌ର ଏକ ସୁପର ମାର୍କେଟରେ ଜଣେ ମହିଳା କିଛି ସାମାନକୁ ଚାଟିବା ପରେ କାର୍ଟରେ ଭର୍ତ୍ତି କରୁଥିବା ଦେଖିବାକୁ ମିଳିଥିଲା । ଏହା ଜାଣିବାମାତ୍ରେ ପୋଲିସକୁ ଖବର ଦେଇଥିଲେ ସୁପରମାର୍କେଟ କର୍ମଚାରୀ । ଏହାପରେ ପୋଲିସ ମହିଳାଙ୍କୁ ଧରିବା ପାଇଁ ସୁପରମାର୍କେଟ ପହଞ୍ଚିଥିଲା ।

ମହିଳା ଜଣଙ୍କ ଖାଦ୍ୟ ସାମଗ୍ରୀ ସମେତ ଅଳଙ୍କାରମାନ ବି ଝିଭରେ ଚାଟୁଥିବା କହିଥିଲେ ମଲ କର୍ମଚାରୀ । ଏବେ ଚାରିଆଡେ କୋରୋନା ଭାଇରସକୁ ନେଇ ସମସ୍ତେ ଭହବୀତ ଥିବାବେଳେ ମହିଳାଙ୍କର ଏହି କାରନାମା ମଲ କର୍ମଚାରୀଙ୍କୁ ଚିନ୍ତାରେ ପକାଇଥିଲା । ଫଳରେ ସେମାନେ ପୋଲିସକୁ ଏବିଷୟରେ ଖବର ଦେଇଥିଲେ ।

ପାଖାପାଖି 1800 ଡଲାର ମୂଲ୍ୟର ସାମଗ୍ରୀକୁ ଚାଟିବା ଅଭିଯୋଗରେ ପୋଲିସ ଉକ୍ତ ମହିଳାଙ୍କୁ ଗିରଫ କରିଥିବା ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.