ETV Bharat / international

କୋରୋନା ପ୍ରଭାବ: ରେଡ କାର୍ପେଟ ପାଲଟିଛି ଆଶ୍ରୟସ୍ଥଳୀ

author img

By

Published : Mar 29, 2020, 8:58 AM IST

ବିଶ୍ବରେ ବର୍ତ୍ତମାନ ଆକ୍ରାନ୍ତଙ୍କୁ ରଖିବାକୁ ସ୍ଥାନାଭାବ ଦେଖାଦେଇଛି । କେଉଁଠି ଷ୍ଟାଡିୟମ ତ କେଉଁଠି ପଞ୍ଚତାରକା ହୋଟେଲକୁ ଅସ୍ଥାୟୀ ହସ୍ପିଟାଲ ବନାଯାଉଛି । ଅଧିକ ପଢନ୍ତୁ....

କୋରୋନା ପ୍ରଭାବ: ରେଡ କାର୍ପେଟ ପାଲଟିଛି ଆଶ୍ରୟସ୍ଥଳୀ
କୋରୋନା ପ୍ରଭାବ: ରେଡ କାର୍ପେଟ ପାଲଟିଛି ଆଶ୍ରୟସ୍ଥଳୀ

କାନ୍ସ(ଫ୍ରାନ୍ସ): କୋଭିଡ 19 ଯୋଗୁଁ ସାରା ବିଶ୍ବରେ ହାହାକାର ମଚିଯାଇଛି । ଭୂତାଣୁ କବଳରେ ପ୍ରାୟ ସମସ୍ତ ଦେଶ ପଡିସାରିଛନ୍ତି । ଲକ୍ଷାଧିକ ଲୋକ ଆକ୍ରାନ୍ତ ହେବା ସହ ହଜାର ହଜାର ଲୋକଙ୍କ ମୃତ୍ୟୁ ହୋଇଛି । ବିଶ୍ବରେ ବର୍ତ୍ତମାନ ଆକ୍ରାନ୍ତଙ୍କୁ ରଖିବାକୁ ସ୍ଥାନାଭାବ ଦେଖାଦେଇଛି । କେଉଁଠି ଷ୍ଟାଡିୟମ ତ କେଉଁଠି ପଞ୍ଚତାରକା ହୋଟେଲକୁ ଅସ୍ଥାୟୀ ହସ୍ପିଟାଲ ବନାଯାଉଛି ।

ତେବେ ଏସବୁ ଭିତରେ ସବୁଠାରୁ ବଡ କଥା ହେଉଛି ଅସହାୟଙ୍କ ଥଇଥାନ ବ୍ୟବସ୍ଥା । ଅନେକ ଦେଶରେ ଏହି ସମସ୍ୟା ଦେଖାଦେଇଛି । ଯେଉଁମାନଙ୍କ ଘର ନାହିଁ ସେମାନଙ୍କୁ ରଖିବାରେ ସମସ୍ୟା ଦେଖାଦେଇଛି । ଆଉ ଏପରି ସମୟରେ ସେମାନଙ୍କ ବାହାରେ ବୁଲିବା ମଧ୍ୟ ସୁରକ୍ଷିତ ନୁହେଁ । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଫ୍ରାନ୍ସର କାନ୍ସ ସହରରେ । ଯେଉଁ ସହର ଫିଲ୍ମ ଫେଷ୍ଟିଭାଲ ପାଇଁ ବିଶ୍ବପ୍ରସିଦ୍ଧ । ଏବର୍ଷ କୋରୋନା ଯୋଗୁଁ କାନ୍ସ ଫିଲ୍ମ ଫେଷ୍ଟିଭାଲ ବାତିଲ ହୋଇଛି । ଦେଖିବାକୁ ମିଳିନାହିଁ ପ୍ରସିଦ୍ଧ ରେଡ କାର୍ପେଟ କିମ୍ବା ସାରା ବିଶ୍ବର ସେଲିବ୍ରିଟିଙ୍କ ଗହଳି । ନାଲି ଗାଲିଚାରେ ବିଖ୍ୟାତ ଡିଜାଇନରଙ୍କ ମହଙ୍ଗା ଡ୍ରେସ ପିନ୍ଧି ସେଲିବ୍ରିଟି ଓ ମଡେଲ ଚାଲିବାର ଦୃଶ୍ୟ ଏବର୍ଷ ଦେଖିବାକୁ ମିଳିବ ନାହିଁ ।

କିନ୍ତୁ ବିଶ୍ବର ଏପରି କଷ୍ଟକର ସମୟରେ କାନ୍ସ ସହର ମଧ୍ୟ ସାଥ ଦେଇଛି । ରେଡ କାର୍ପେଟ ବଦଳରେ ହୋମଲେସ ଲୋକଙ୍କ ପାଇଁ କାନ୍ସବାସୀ ବିଛାଇଛନ୍ତି ବିଛଣା । ଦରିଆଦିଲ ଦେଖାଇ ଅସହାୟ ଲୋକଙ୍କ ରହିବାର ବନ୍ଦୋବସ୍ତ କରିବା ସହ ଆଶ୍ରୟସ୍ଥଳୀ ଖୋଲିଛନ୍ତି । ବିଛଣା ସହ ଲୋକଙ୍କ ପାଇଁ ଖାଇବାର ବ୍ୟବସ୍ଥା ମଧ୍ୟ ହୋଇଛି । କ୍ୟାଣ୍ଟିନ ଖୋଲାଯିବା ସହ ଖାଦ୍ୟ ଦିଆଯାଉଛି । ପଲାଇସ ବିଲ୍ଡିଂରେ 80 ଲୋକଙ୍କ ରହିବାର ସମସ୍ତ ପ୍ରକାର ଆୟୋଜନ ହୋଇଛି । ଏହାସହ ସୁରକ୍ଷା ଓ ସ୍ବାସ୍ଥ୍ୟ ଉପରେ ମଧ୍ୟ ଧ୍ୟାନ ଦେଇଛନ୍ତି କାନ୍ସବାସୀ । ସଂକ୍ରମଣ ଯେପରି ନବ୍ୟାପିବ ସେଥିପାଇଁ ସାନିଟାଇଜକୁ ଗୁରୁତ୍ବ ଦିଆଯାଇଛି । କାନ୍ସ ଫେଷ୍ଟିଭାଲ ସିନା ବାତିଲ ହୋଇଛି, ହେଲେ ଏପରି ମନୋଭାବ ଯୋଗୁଁ ସହରବାସୀ ସାରା ବିଶ୍ବର ଲୋକଙ୍କ ଦିଲ ଜିତିନେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.