ETV Bharat / international

ହୁୱେଇ ସିଏଫଓଙ୍କୁ ମୁକ୍ତ କରିବାର ନିବେଦନ ଖାରଜ କଲେ ଟ୍ରୁଡୋ - ଚୀନର ଚିଠିରେ ଟ୍ରୁଡୋଙ୍କ ପ୍ରତିକ୍ରିୟା

ଚୀନ ଟେଲିଯୋଗାଯୋଗ ଜାଏଣ୍ଟ ହୁୱେଇ ଦ୍ବାରା ଇରାନ ଆମେରିକୀୟ ପ୍ରତିବନ୍ଧକକୁ ପାର କରି ଅନ୍ତରୀଣ ତଥ୍ୟ ହାସଲ କରୁଥିବା ଅଭିଯୋଗରେ କମ୍ପାନୀର ସିଏଫଓ ମେଙ୍ଗ ୱାଝୋଉଙ୍କୁ ଗିରଫ କରିଥିଲା କାନାଡା । ଏନେଇ ଚୀନର ଅନେକ ପୂର୍ବତନ ସାଂସଦ ଓ କୂଟନୈତିଜ୍ଞମାନେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କୁ ଚିଠି ଜରିଆରେ ମେଙ୍ଗକୁ ମୁକ୍ତ କରିବା ପାଇଁ ନିବେଦନ କରିବାକୁ ଚେଷ୍ଟା କରିଛନ୍ତି ।

huawei cfo arrested in canada, china's letter to release huawei cfo, trudeau's reaction on china's letter, canada pm justin trudeau, କାନାଡାରେ ହୁୱେଇ ସିଏଫଓ ଗିରଫ, ହୁୱେଇ ସିଏଫଓଙ୍କ ମୁକ୍ତି ପାଇଁ ଚୀନର ଚିଠି, ଚୀନର ଚିଠିରେ ଟ୍ରୁଡୋଙ୍କ ପ୍ରତିକ୍ରିୟା, କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ
ହୁୱେଇ ସିଏଫଓଙ୍କୁ ମୁକ୍ତ କରିବାର ନିବେଦନ ଖାରଜ କଲେ ଟ୍ରୁଡୋ
author img

By

Published : Jun 27, 2020, 6:16 AM IST

ଓଟ୍ଟାୱା: ଚୀନ ଟେଲିଯୋଗାଯୋଗ ଜାଏଣ୍ଟ ହୁୱେଇ ଦ୍ବାରା ଇରାନ ଆମେରିକୀୟ ପ୍ରତିବନ୍ଧକକୁ ପାର କରି ଅନ୍ତରୀଣ ତଥ୍ୟ ହାସଲ କରୁଥିବା ଅଭିଯୋଗରେ କମ୍ପାନୀର ସିଏଫଓ ମେଙ୍ଗ ୱାଝୋଉଙ୍କୁ ଗିରଫ କରିଥିଲା କାନାଡା । ଏନେଇ ଚୀନର ଅନେକ ପୂର୍ବତନ ସାଂସଦ ଓ କୂଟନୈତିଜ୍ଞମାନେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କୁ ଚିଠି ଜରିଆରେ ମେଙ୍ଗକୁ ମୁକ୍ତ କରିବା ପାଇଁ ନିବେଦନ କରିବାକୁ ଚେଷ୍ଟା କରିଛନ୍ତି । ହେଲେ ଟ୍ରୁଡୋ ଏସମସ୍ତ ନିବେଦନକୁ ଖାରଜ କରି ମେଙ୍ଗଙ୍କ ପ୍ରତ୍ୟାବର୍ତ୍ତନକୁ ଏକତରଫା ବାତିଲ କରିଛନ୍ତି ।

ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ ଲଏଡ ଆକ୍ସୱୋରଦି ଓ ଲରେନ୍ସ କ୍ୟାନନଙ୍କ ସମେତ ଏକ 19 ଜଣିଆ ଦଳ ଚିଠି ଯୋଗେ ମେଙ୍ଗଙ୍କ ମୁକ୍ତି ପାଇଁ ନ୍ୟାୟିକ ମନ୍ତ୍ରୀ ଡେଭିଡ ଲାମେଟ୍ଟିଙ୍କ ହସ୍ତକ୍ଷେପ ପାଇଁ ସୂଚିତ କରିଥିଲେ । ସେମାନ ଏହା ମଧ୍ୟ କହିଥିଲେ କି ମେଙ୍ଗଙ୍କୁ ମୁକ୍ତ କରିବା ସହ କାନାଡା ଚୀନ ସହ ସମ୍ପର୍କ ପୁଣି ସୁଦୃଢ କରିବାର ସୁଯୋଗ ପାଇବ । ଏଥିସହ ଆମେରିକାରର ପ୍ରତ୍ୟର୍ପଣ ନିର୍ଦ୍ଦେଶକୁ ନେଇ ପ୍ରଧାନମନ୍ତ୍ରୀ ଭାବେ ଟ୍ରୁଡୋ ସଙ୍କଟମୟ ସ୍ଥିତିରେ ପଡିଥିବା କୁହାଯାଇଛି । ହେଲେ ଆମେରିକା ସପକ୍ଷରେ ନିଷ୍ପତ୍ତି ନେଇ କାନାଡା ଚୀନକୁ ଦୁଃଖିତ କରିଛି ବୋଲି ଏହି ଚିଠିରେ ଉଲ୍ଲେଖ ରହିଛି ।

ସୂଚନା ଅନୁଯାୟୀ ଡିସେମ୍ବର 1, 2018 ମସିହାରେ ହୁୱେଇ ପ୍ରତିଷ୍ଠାତାରେନ ଜେଙ୍ଗଫେଇଙ୍କ ଝିଅ ତଥା କମ୍ପାନୀର ସିଏଫଓ ମେଙ୍ଗଙ୍କୁ କାନାଡାର ଭାନକୁଭରରେ ଗିରଫ କରାଯାଇଥିଲା । ତାଙ୍କ ଉପରେ ବ୍ୟାଙ୍କ ଡକାୟତି ଓ ଆମେରିକୀୟ ବ୍ୟାପାର ନୀତିର ଉଲଙ୍ଘନ ଆଦି ଅଭିଯୋଗରେ ମାମଲା ରୁଜୁ ହୋଇଛି ।

ସେପଟେ ଚୀନରୁ ଆସିଥିବା ଚିଠିର ଜବାବ ଦେଇ ଟ୍ରୁଡୋ ଗଣମାଧ୍ୟମକୁ କହିଥିଲେ କି ପ୍ରତିଷ୍ଠିତ କାନାଡିଆନ ଯେଉଁମାନେ ଏହି ଚିଠିକୁ ପ୍ରାଥମିକତା ଦେଇଥିଲେ ତାଙ୍କୁ ସେ ସମ୍ମାନ ଜଣାନ୍ତି କିନ୍ତୁ ଚୀନର ଉଦ୍ଦେଶ୍ୟ ଠିକ୍‌ ନୁହେଁ, ନା ତାଙ୍କ ପ୍ରତିକ୍ରିୟା ଠିକ୍‌ । ସେପଟେ ଚୀନରେ ପ୍ରତିଶୋଧ ପରାୟଣ ହୋଇ ଦୁଇ ଜଣ କାନାଡିଆନଙ୍କୁ ଗିରଫ କରାଯିବା ଘଟଣାରେ ଟ୍ରୁଡୋ ଦୁଃଖ ପ୍ରକାଶ କରି କହିଛନ୍ତି କି ଚୀନର ଏହି ରାଜନୀତିକୁ କାନଡା ବରଦାସ୍ତ କରିବ ନାହିଁ । ସେ ଦୁହିଁଙ୍କୁ ସୁରକ୍ଷିତ ଉଦ୍ଧାର ନକରିବା ଯାଏଁ କାନାଡା ଶାନ୍ତିରେ ବସିବ ନାହିଁ ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.