ETV Bharat / international

ଶେଷ ପର୍ଯ୍ୟାୟରେ ଆମେରିକା ନିର୍ବାଚନୀ ପ୍ରଚାର, ଭୋଟରଙ୍କ ପାଖରେ ଟ୍ରମ୍ପ-ବିଡେନ୍ - donalb trump

ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରଚାର ଶେଷ ପର୍ଯ୍ୟାୟରେ ପ୍ରବେଶ କରିଛି । ନଭେମ୍ବର 3ର ସାଧାରଣ ନିର୍ବାଚନ ପୂର୍ବରୁ ଭୋଟରଙ୍କୁ ମନେଇବା ପାଇଁ ଟ୍ରମ୍ପ-ବିଡେନ ଲାଗି ପଡିଛନ୍ତି ।

ଆମେରିକା ନିର୍ବାଚନୀ ପ୍ରଚାର
ଆମେରିକା ନିର୍ବାଚନୀ ପ୍ରଚାର
author img

By

Published : Nov 2, 2020, 12:42 PM IST

ୱାଶିଂଟନ: ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରଚାର ଶେଷ ପର୍ଯ୍ୟାୟରେ ପ୍ରବେଶ କରିଛି । ନଭେମ୍ବର 3ର ସାଧାରଣ ନିର୍ବାଚନ ପୂର୍ବରୁ ଭୋଟରଙ୍କୁ ମନେଇବା ପାଇଁ ଟ୍ରମ୍ପ-ବିଡେନ ସମ୍ପୂର୍ଣ୍ଣ ଦେଶ ବୁଲୁଛନ୍ତି । ରାଷ୍ଟ୍ରପତି ଟ୍ରମ୍ପ 5ଟି ଗୁରୁତ୍ବପୂର୍ଣ୍ଣ ନିର୍ବାଚନୀକ୍ଷେତ୍ର ପରିଦର୍ଶନ କରିବାକୁ ଯୋଜନା କରିଥିବାବେଳେ ତାଙ୍କ ଚ୍ୟାଲେଞ୍ଜର ବିଡେନ ପେନସିଲଭାନିଆରେ ଏକ ଅଭିଯାନ କାର୍ଯ୍ୟକ୍ରମ କରିଥିଲେ।

ଟ୍ରମ୍ପ ଉତ୍ତର କାରୋଲିନା, ଜର୍ଜିଆ ଏବଂ ଫ୍ଲୋରିଡାକୁ ଯିବା ପୂର୍ବରୁ ଆଇୱା ଏବଂ ମିଚିଗାନରେ ରାଲି କରିଥିଲେ । ମିଚିଗାନର ଏକ ସହର ୱାଶିଂଟନରେ ଯୋଗ ଦେଇ ଟ୍ରମ୍ପ ତାଙ୍କ ସମର୍ଥକଙ୍କୁ କହିଛନ୍ତି ଯେ ତାଙ୍କ ନେତୃତ୍ବରେ ଅର୍ଥନୀତି ବର୍ତ୍ତମାନ ଦ୍ରୁତ ଗତିରେ ବୃଦ୍ଧି ପାଉଛି।

ବିଡେନ ଫିଲାଡେଲଫିଆରେ ଏକ ରାଲି କରିଥିଲେ। ଜାତିଭେଦକୁ ସମାଧାନ କରିବାକୁ ସେ ଶପଥ ନେଇଥିଲେ ଏବଂ ମହାମାରୀକୁ ନେଇ ରାଷ୍ଟ୍ରପତିଙ୍କ ଉପରେ ଆକ୍ରମଣ କରିଥିଲେ। 9 କୋଟିରୁ ଅଧିକ ଭୋଟର ବାଲାଟ ଜରିଆରେ ନିଜ ମତଦାନ ଦେଇସାରିଛନ୍ତି ।

ଚଳିତ କୋରୋନା ଭାଇରସ ମହାମାରୀ ମଧ୍ୟରେ ବିଶ୍ବର ଏହା ଗୁରୁତ୍ବପୂର୍ଣ୍ଣ । ବିଶ୍ବର ଅନ୍ୟ ଦେଶ ତୁଳନାରେ ଆମେରିକାରେ ଅଧିକ ମାମଲା ଏବଂ ଅଧିକ ମୃତ୍ୟୁ ରେକର୍ଡ କରାଯାଇଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.