ETV Bharat / international

କୋରୋନା ପାଇଁ କାଲିଫର୍ଣ୍ଣିଆ ବିଧାନସଭା ଅଧିବେଶନ ସ୍ଥଗିତ - ଆମେରିକାରେ କୋରୋନା ସ୍ଥିତି

କାଲିଫର୍ଣ୍ଣିଆରେ ବଢୁଥିବା କୋରୋନା ସଂକ୍ରମଣରୁ ବାଦ ପଡିପାରିନି ବିଧାନସଭା । ଏନେଇ ବିଧାନସଭା ଅଧିବେଶନକୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି ।

callifornia assembly, callifornia assembly session, assembly session, corona situation in america, corona update in callifornia, କାଲିଫର୍ଣ୍ଣିଆ ବିଧାନସଭା, କାଲିଫର୍ଣ୍ଣିଆ ବିଧାନସଭାରେ ଅଧିବେଶନ, ବିଧାନସଭା ଅଧିବେଶନ, ଆମେରିକାରେ କୋରୋନା ସ୍ଥିତି, କାଲିଫର୍ଣ୍ଣିଆରେ କୋରୋନା ଅପଡେଟ
କୋରୋନା ପାଇଁ କାଲିଫର୍ଣ୍ଣିଆ ବିଧାନସଭା ଅଧିବେଶନ ସ୍ଥଗିତ
author img

By

Published : Jul 7, 2020, 7:36 PM IST

ସାକ୍ରାମେଣ୍ଟୋ: କାଲିଫର୍ଣ୍ଣିଆରେ ବଢୁଥିବା କୋରୋନା ସଂକ୍ରମଣରୁ ବାଦ ପଡିପାରିନି ବିଧାନସଭା । ଏନେଇ ବିଧାନସଭା ଅଧିବେଶନକୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ସେପଟେ ରାଜ୍ୟରେ ବଢୁଥିବା ସଂକ୍ରମଣକୁ ନଜରରେ ରଖି ବାର, ପବ୍‌ ଓ ରେସ୍ତୋରାଁ ଗୁଡିକ ଉପରେ କଟକଣା କଡାକଡି କରାଯାଇଛି । ବାଚସ୍ପତି ଆନ୍ଥୋନୀ ରେଣ୍ଡେନଙ୍କ କାର୍ଯ୍ୟାଳୟ ପକ୍ଷରୁ ଏସମ୍ପର୍କରେ ସୂଚନା ଦିଆଯାଇ କୁହାଯାଇଛି କି ବର୍ତ୍ତମାନ ସୁଦ୍ଧା ବିଧାନସଭାରୁ 5 ଜଣ ସଦସ୍ୟ କୋରୋନା ସଂକ୍ରମିତ ହୋଇଥିବା ଚିହ୍ନଟ ହୋଇଛନ୍ତି ।

ବିଧାନସଭାରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ରହିଛନ୍ତି ମହିଳା ସଦସ୍ୟ ତଥା କୂଟନୀତିଜ୍ଞ ଅଟମ୍ନ ବର୍କେ । ଗତମାସରେ ହୋଇଥିବା ବଜେଟ ଅଧିବେଶନରେ ସେ ଜନୈକ ସଂକ୍ରମିତ ଆଇନଜୀବୀଙ୍କ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଥିବା ଅନୁମାନ କରାଯାଉଛି । ତେବେ ଆସନ୍ତା ଜୁଲାଇ 13ରେ ବିଧାନସଭା ଅଧିବେଶନ ହେବା ନେଇ ନିର୍ଦ୍ଧାରିତ ହୋଇଥିବା ବେଳେ କୋରୋନା ସଂକ୍ରମଣ ପାଇଁ ଏହାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି ।

କେବଳ କାଲିଫର୍ଣ୍ଣିଆ ନୁହେଁ ଆମେରିକାରେ ଅନ୍ୟ ସମସ୍ତ ରାଜ୍ୟରେ ମଧ୍ୟ ବିଧାନସଭା ଅଧିବେଶନ ସ୍ଥଗିତ ରଖାଯାଇଛି । ତେବେ ନିକଟରେ ପ୍ରକାଶିତ ରିପୋର୍ଟ ମୁତାବକ ଗତ 2 ସପ୍ତାହ ମଧ୍ୟରେ ଆମେରିକାରେ ରାଜ୍ୟମାନଙ୍କରେ ଡାକ୍ତରଖାନାରେ ଆକ୍ରାନ୍ତଙ୍କ ଭର୍ତ୍ତି ସଂଖ୍ୟା 56 ପ୍ରତିଶତ ବଢିଥିବା ଜଣା ପଡିଛି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.