ୱାଶିଂଟନ: ସଂଯୁକ୍ତ ରାଷ୍ଟ୍ରର ପ୍ରମୂଖ ଭାରତର ବିବାଦୀୟ ଆଇନ ସିଏଏକୁ ନେଇ ଚିନ୍ତା ପ୍ରକାଶ କରିବା ପରେ ଆମେରିକା ବର୍ତ୍ତମାନ ଏନେଇ ବିବାଦୀୟ ବୟାନ ଦେଇଛି । ଆମେରିକାର ଆୟୋଗ ନାଗରିକତା ସଂଶୋଧନ ଆଇନକୁ ନେଇ ‘ଫ୍ୟାକ୍ଟସିଟ୍’ ନାମରେ ଏକ ରିପୋର୍ଟ ଜାରି କରିଛି । ଏହି ‘ଫ୍ୟାକ୍ଟସିଟ’ରେ ନାଗରିକତା ସଂଶୋଧନ ଆଇନକୁ ନେଇ ଚିନ୍ତା ପ୍ରକାଶ କରି ଏହା ମୁସଲମାନଙ୍କ ସହ ଭେଦଭାବ ଓ ପକ୍ଷପାତିତା ବୋଲି ଦର୍ଶାଇଛି ।
ଅନ୍ତରାଷ୍ଟ୍ରୀୟ ଧାର୍ମିକ ସ୍ବତନ୍ତ୍ରତା ଆୟୋଗ ରିପୋର୍ଟ ଜାରି କରି କହିଛି, ଏନଆରସିରେ କେବଳ ମୁସଲମାନ ପ୍ରଭାବିତ ହେବେ ମାତ୍ର ସିଏଏରେ ଅଣମୁସଲମାନଙ୍କୁ ସୁରକ୍ଷା ପ୍ରଦାନ କରାଯିବ । ନିଜ ନାଗରିକଙ୍କ ମଧ୍ୟରେ ଭେଦଭାବପୂର୍ଣ୍ଣ ସ୍ବଭାବ ସୃଷ୍ଟି କରୁଛି ଭାରତ ବୋଲି ଆରୋପ ଲଗାଇଛି ଏହି ଆୟୋଗ । ସରକାର ସିଏଏ ଲାଗୁ କରିବା ପରେ ବର୍ତ୍ତମାନ ଏନଆରସିର ଭାର ମୁସଲମାନଙ୍କ ଉପରେ । ଏହାର ଫଳାଫଳ ଡିଟେନସନ କିମ୍ବା ଦେଶରୁ ନିର୍ବାସିତ ରୂପରେ ସାମ୍ନାକୁ ଆସିବ ।
ଅନ୍ୟପକ୍ଷେ ଏହି ରିପୋର୍ଟକୁ ନେଇ ଚିନ୍ତାପ୍ରକାଶ କରିଛନ୍ତି ଅନେକ ବିଜେପି ନେତା । କାରଣ ଅନେକ ବିଜେପି ନେତା ଦେଶର ମୁସଲମାନଙ୍କୁ ବାହାର କରିବା ପାଇଁ ଯୋଜନା କରୁଥିବାର ରିପୋର୍ଟରେ ପ୍ରକାଶ କରାଯାଇଛି । ରିପୋର୍ଟରେ ସିଏଏକୁ ନେଇ ସଂଯୁକ୍ତ ରାଷ୍ଟ୍ରର ଆଦେଶ ସାମିଲ କରାଯାଇଛି ।