ETV Bharat / international

କୋରୋନା କାୟା; ମୃତ୍ୟୁ ସଂଖ୍ୟାରେ ବ୍ରାଜିଲର ସ୍ଥାନ ଦ୍ବିତୀୟ

author img

By

Published : Mar 25, 2021, 10:58 AM IST

ବ୍ରାଜିଲରେ ବୁଧବାର ଗୋଟିଏ ଦିନରେ 2,009ଜଣଙ୍କର ମୃତ୍ୟୁ ହୋଇଛି । କୋରୋନା ମୃତ୍ୟୁ ସଂଖ୍ୟାର ଦେଶ ମଧ୍ୟରେ ଦ୍ବିତୀୟ ସ୍ଥାନରେ ରହିଛି ବ୍ରାଜିଲ । ଅଧିକ ପଢନ୍ତୁ...

କୋରୋନା କାୟା
କୋରୋନା କାୟା

ବ୍ରାସିଲିଆ: ଅନେକ ଦେଶରେ କୋରୋନା କାୟା ବଢିବାରେ ଲାଗିଛି । ବ୍ରାଜିଲରେ କୋରୋନା ମୃତ୍ୟୁ ସଂଖ୍ୟା 3 ଲକ୍ଷରେ ପହଞ୍ଚିଛି । କୋରୋନା ମୃତ୍ୟୁ ସଂଖ୍ୟାରେ ଦେଶ ମଧ୍ୟରେ ଦ୍ବିତୀୟ ସ୍ଥାନରେ ରହିଛି ବ୍ରାଜିଲ ।

ବୁଧବାର ଗୋଟିଏ ଦିନରେ ବ୍ରାଜିଲରେ 2,009ଜଣଙ୍କର କୋରୋନାରେ ମୃତ୍ୟୁ ହୋଇଥିବା ବ୍ରାଜିଲ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଲିଛି । ମଙ୍ଗଳବାର ଗୋଟିଏ ଦିନରେ 3,251ଜଣଙ୍କର କୋରୋନାରେ ମୃତ୍ୟୁ ହୋଇଥିବା ଏକ ରେର୍କଡ ସୃଷ୍ଟି କରିଛି । ଏନେଇ ବ୍ରାଜିଲ ପ୍ରଶାସନଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି । ଏପ୍ରିଲରେ ସ୍ଥିତି ଭୟଙ୍କର ହେବ ବୋଲି ଅନୁମାନ ହୋଇଛି ।

କୋରୋନାର ନୂଆ ମ୍ୟୁଟାଣ୍ଟ ଦ୍ରୁତ ଗତିରେ ମାଡି ଚାଲିଛି । ବ୍ରାଜିଲରେ 75ଦିନରେ ସମୁଦାୟ ମୃତ୍ୟୁ ସଂଖ୍ୟା 1,00,00ରେ ପହଞ୍ଚିଥିଲା । କୋରୋନା ପାଇଁ ଜାରି ହୋଇଥିବା ଗାଇଡଲାଇନ ଅଭାବରୁ ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି । ଅନେକ ସ୍ଥାନରେ କୋରୋନା ପ୍ରୋଟୋକଲକୁ ଅବମାନନା ପାଇଁ ଏହି ଅଦୃଶ୍ୟ ଭୂତାଣୁ ଭୟଙ୍କର ହେବାରେ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.