ETV Bharat / international

ଆଜି ଭାରତ ଆସୁଛନ୍ତି ଆମେରିକା ସଚିବ ଆଣ୍ଟୋନି ବ୍ଲିନକେନ

author img

By

Published : Jul 27, 2021, 10:18 AM IST

ଆଜି ଭାରତ ଆସୁଛନ୍ତି ଆମେରିକା ବୈଦେଶିକ ସଚିବ ଆଣ୍ଟୋନି ବ୍ଲିନକେନ । ଦ୍ବିପାକ୍ଷିକ ସମ୍ପର୍କ, ଆଫଗାନିସ୍ତାନ ସମେତ ଆଞ୍ଚଳିକ ସମସ୍ୟା, ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ ନେଇ କରିବେ ଆଲୋଚନା । ଅଧିକ ପଢନ୍ତୁ...

ଆଜି ଭାରତ ଆସୁଛନ୍ତି ଆମେରିକା ସଚିବ ଆଣ୍ଟୋନି ବ୍ଲିନକେନ
ଆଜି ଭାରତ ଆସୁଛନ୍ତି ଆମେରିକା ସଚିବ ଆଣ୍ଟୋନି ବ୍ଲିନକେନ

ୱାଶିଂଟନ: ଆଜି ଭାରତ ଆସୁଛନ୍ତି ଆମେରିକା ବୈଦେଶିକ ସଚିବ ଆଣ୍ଟୋନି ବ୍ଲିନକେନ । ଦ୍ବିପାକ୍ଷିକ ସମ୍ପର୍କ, ଆଫଗାନିସ୍ତାନ ସମେତ ଆଞ୍ଚଳିକ ସମସ୍ୟା, ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ ,ଇଣ୍ଡୋ-ପାସିଫିକ୍ ନେଇ ଭାରତୀୟ ଅଧିକାରୀଙ୍କ ସହିତ ଆଲୋଚନା କରିବେ ।

ବୁଧବାର ଆମେରିକାର ବରିଷ୍ଠ କୂଟନୀତିଜ୍ଞ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ଭେଟିବେ । ଏହା ଆମେରିକା ବୈଦେଶିକ ସଚିବ ଆଣ୍ଟୋନି ବ୍ଲିନକେନଙ୍କ ପ୍ରଥମ ଭାରତ ଗସ୍ତ । ପ୍ରତିରକ୍ଷାକୁ ନେଇ ଉଭୟ ପକ୍ଷ ସେମାନଙ୍କର ସହଯୋଗକୁ ଗଭୀର କରିବାର ଉପାୟ ବାହାର କରିବେ ବୋଲି ଆଶା କରାଯାଉଛି । ଚଳିତ ବର୍ଷ ଶେଷରେ ଆମେରିକାରେ ହେବାକୁ ଥିବା ଚତୁର୍ଥ 2 + 2 ମନ୍ତ୍ରୀସ୍ତରୀୟ ବୈଠକରେ ଅଧିକ ବିସ୍ତୃତ ଭାବରେ ଆଲୋଚନା ହେବ ।

ଦେଶର ସୁରକ୍ଷା, ପ୍ରତିରକ୍ଷା ସାଇବର ଏବଂ ଆତଙ୍କବାଦ ବିରୋଧୀ ସହଯୋଗକୁ ବିସ୍ତାର କରିବା ଉପରେ ଧ୍ୟାନ ଦିଆଯିବ ବୋଲି କହିଛନ୍ତି ଦକ୍ଷିଣ ଏବଂ ମଧ୍ୟ ଏସିଆ ବ୍ୟାପାର ବିଭାଗର କାର୍ଯ୍ୟନିର୍ବାହୀ ସହକାରୀ ସଚିବ ଡିନ୍ ଥମ୍ପସନ୍ । ସେ ଆହୁରି କହିଛନ୍ତି ସଚିବ ବ୍ଲିନକେନ ଏବଂ ପ୍ରତିରକ୍ଷା ସଚିବ ଲିଓଡ୍ ଅଷ୍ଟିନ ଚଳିତ ବର୍ଷ ଶେଷରେ ଆମେରିକାର ଇଣ୍ଡିଆ 2 + 2 ମନ୍ତ୍ରୀସ୍ତରୀୟ ବୈଠକରେ ଭାରତୀୟ ପ୍ରତିପକ୍ଷଙ୍କୁ ଆୟୋଜନ କରିବାକୁ ଅପେକ୍ଷା କରିଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.