ETV Bharat / international

7ଟି କୋରୋନା ପ୍ରତିଷେଧକ ନିର୍ମାଣ କରିବ ବିଲ୍ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ - କୋରୋନା ଭୟାବହତା

କୋରୋନା ଭାଇରସର ପ୍ରତିଷେଧକ ବାହାର କରିବା ପାଇଁ ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ୍ ଗେଟ୍ସ ଘୋଷଣା କରିଛନ୍ତି । ଏଥିପାଇଁ ତାଙ୍କ ଫାଉଣ୍ଡେସନ ଅର୍ଥ ଖର୍ଚ୍ଚ କରୁଥିବା ସେ ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ...

Bill Gates announces funding to develop 7 COVID-19 vaccines
7ଟି କୋରୋନା ପ୍ରତିଷେଧକ ନିର୍ମାଣ କରିବ ବିଲ୍ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ
author img

By

Published : Apr 5, 2020, 6:58 PM IST

ନ୍ୟୁୟର୍କ: କୋରୋନା ଭାଇରସର ପ୍ରତିଷେଧକ ବାହାର କରିବା ପାଇଁ ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ୍ ଗେଟ୍ସ ଘୋଷଣା କରିଛନ୍ତି । ଏଥିପାଇଁ ତାଙ୍କ ଫାଉଣ୍ଡେସନ ଅର୍ଥ ଖର୍ଚ୍ଚ କରୁଥିବା ସେ ପ୍ରକାଶ କରିଛନ୍ତି । ଫାଉଣ୍ଡେସନ ପକ୍ଷରୁ 7ଟି ପ୍ରତିଷେଧକ ଟିକା ନିର୍ମାଣ ପାଇଁ ଉଦ୍ୟମ କରୁଛନ୍ତି । ସାତଟି ମଧ୍ୟରୁ ଚୂଡ଼ାନ୍ତ ପରୀକ୍ଷଣ ପାଇଁ ସର୍ବୋତ୍ତମ 2ଟି ଟିକା ନିଆଯିବ ବୋଲି ଗେଟ୍ସ କହିଛନ୍ତି ।

‘ଦ ଡେଲି ସୋ’ରେ ହୋଷ୍ଟ ଟ୍ରେଭର୍ ନେହାଙ୍କୁ ଦେଇଥିବା ଏକ ସାକ୍ଷାତକାରରେ ଗେଟ୍ସ କହିଛନ୍ତି, ‘ବିଲ୍ ଏବଂ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ କୋରୋନା ପାଇଁ ସାତଟି ଟିକା ପ୍ରସ୍ତୁତ କରିବା ଦିଗରେ ଅଗ୍ରସର ହେଉଛି । କୋରୋନା ଭାଇରସ ବିଶ୍ବରେ ଆତଙ୍କ ସୃଷ୍ଟି କରିଥିବାରୁ କମ ସମୟ ମଧ୍ୟରେ ଏହାକୁ ଉତ୍ପାଦନ କରାଯିବ ।’

ଆମେ ଯଦିଓ ଦୁଇଟି ଟିକାକୁ ବାଛିବୁ ତଥାପି ସାତଟି ଟିକା ପ୍ରସ୍ତୁତକାରୀ କାରଖାନା ତିଆରି କରିବା ପାଇଁ ପାଣ୍ଠି ଯୋଗାଇବାକୁ ଯାଉଛି । ସମୟ କମ ଥିବାରୁ କେଉଁ ଟିକା କାମ କରିବ ଓ ପରେ କାରଖାନା ନିର୍ମାଣ କରିବାରେ ଆମେ ସମୟ ନଷ୍ଟ କରିବାକୁ ଚାହୁଁନାହୁଁ ବୋଲି ବିଲ୍ସ ପ୍ରକାଶ କରିଛନ୍ତି ।

ବୃହତ ସ୍ବାର୍ଥ ଦୃଷ୍ଟିରୁ ଆମେ ନିର୍ମାଣ ପାଇଁ କିଛି ବିଲିୟନ ଡଲାର ଅପଚୟ କରିବୁ । ବର୍ତ୍ତମାନ ସ୍ଥିତିରେ ବିଲିୟନ ଡଲାର ରହିଥିବା ବେଳେ ପରବର୍ତ୍ତୀ ସମୟରେ ଏହା ଟ୍ରିଲିୟନକୁ ବୃଦ୍ଧି ପାଇପାରେ ବୋଲି ଟିଭି ଶୋ’ରେ ଗେଟ୍ସ ପ୍ରକାଶ କରିଥିଲେ । ବୈଜ୍ଞାନିକଙ୍କ ଅନୁସାରେ, ମାନବ ଉପରେ ଟିକାର ସଫଳ ପରୀକ୍ଷଣ ପାଇଁ ଏହି ଟିକା 12-18 ମାସ ପର୍ଯ୍ୟନ୍ତ ସମୟ ନେଇପାରେ ।

ଆମେରିକାରେ ଦେଶବ୍ୟାପୀ ବନ୍ଦ ଡାକରାକୁ ନେଇ ଗେଟ୍ସ କହିଛନ୍ତି, ଯେ ପ୍ରତ୍ୟେକ ରାଜ୍ୟରେ କଡା ଲକଡାଉନ ପଦକ୍ଷେପ ଲାଗୁ କରିବା ଆବଶ୍ୟକ ।’ ସେହିପରି ମହାମାରୀ ପରିପ୍ରେକ୍ଷୀରେ ସ୍ବଳ୍ପ ଏବଂ ମଧ୍ୟମ ଆୟକାରୀ ଦେଶମାନଙ୍କୁ ଏହି ମହାମାରୀ ପାଇଁ ପ୍ରସ୍ତୁତ ହେବାରେ ସାହାଯ୍ୟ କରିବା ସହିତ ନିଜ ନାଗରିକଙ୍କୁ ସୁରକ୍ଷା କରିବାକୁ ଆହ୍ବାନ କରିଛନ୍ତି ।

ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ତାଙ୍କ ଗେଟ୍ସ ନୋଟସ୍ ବ୍ଲଗରେ ଲେଖିଛନ୍ତି, ଆଫ୍ରିକା ଏବଂ ଦକ୍ଷିଣ ଏସିଆର ଦେଶମାନଙ୍କୁ ବର୍ତ୍ତମାନ ପ୍ରସ୍ତୁତ ହେବାରେ ସାହାଯ୍ୟ କରି ଆମେ ଜୀବନ ରକ୍ଷା କରିପାରିବା ଏବଂ ଭୂତାଣୁର ସଂକ୍ରମଣକୁ ରୋକିପାରିବା ।

ଫେବୃଆରୀରେ ବିଲ୍ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ୍ ବିଶ୍ବ ସ୍ତରରେ କୋରୋନା ମୁକାବିଲା କରିବା ପାଇଁ 100 ମିଲିୟନ ଡଲାରର ସହାୟତା ଘୋଷଣା କରିଛି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.