ୱାଶିଂଟନ: ରାଷ୍ଟ୍ରପତି ଜୋ ବାଇଡେନ ଅର୍ଲାଣ୍ଡୋସ୍ଥିତ ପଲ୍ସ ନାଇଟ୍ କ୍ଲବକୁ ଜାତୀୟ ସ୍ମାରକୀ ଭାବେ ନାମିତ କରାଯିବାକୁ ଘୋଷଣା କରିଛନ୍ତି । ଏଠାରେ 5 ବର୍ଷ ତଳେ ଘଟିଥିବା ଗୁଳି ବିନିମୟର ସ୍ମୃତି ମନେ ପକାଇ ଏହି ଘୋଷଣା କରିଛନ୍ତି ବାଇଡେନ୍ । ଏନେଇ ଏକ ବିଲ୍ ଉପସ୍ଥାପିତ କରାଯିବ ।
ଆମେରିକାର ଇତିହାସରେ LGBTQ ସମ୍ପ୍ରଦାୟ ଉପରେ ହୋଇଥିବା ଘାତକ ଆକ୍ରମଣରେ 49 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 53 ଜଣ ଆହତ ହୋଇଥିଲେ। ବାଇଡେନ ଶନିବାର ଏକ ବିବୃତ୍ତିରେ କହିଛନ୍ତି ଯେ ସେ ପୀଡିତଙ୍କ ପରିବାର ତଥା ସେମାନଙ୍କ ଯନ୍ତ୍ରଣାକୁ ଲାଘବ କରିପାରିବେ ନାହିଁ । ଏହି କ୍ଲବକୁ ଏକ ପବିତ୍ର ଭୂମି ବୋଲି ସେ ବର୍ଣ୍ଣନା କରିଛନ୍ତି।
ଦେଶରେ ଗୁଳି ବିନିମୟକୁ ରୋକିବା ପାଇଁ ସରକାର ଅନେକ କିଛି କରିବା ଆବଶ୍ୟକ । ଯେପରିକି, ଆକ୍ରମଣକାରୀ ଅସ୍ତ୍ର ଉପରେ ପ୍ରତିବନ୍ଧକ ଲଗାଇବା । ବାଇଡେନ କହିଛନ୍ତି ଯେ ଦେଶ ସ୍ବୀକାର କରିବା ଉଚିତ ଯେ ଗୁଳିକାଣ୍ଡ LGBTQ ସମ୍ପ୍ରଦାୟର ସଦସ୍ୟଙ୍କୁ ଆଘାତ ଦେଇଛି। ଆମେ ଘୃଣା ଏବଂ ଅସମାନତାକୁ ମନ ଭିତରୁ ବାହାର କରିବା ଉଚିତ ।
ହ୍ବାଇଟ ହାଉସର ପରାମର୍ଶଦାତା ସୁଜାନ ରାଇସ ଏବଂ ସେଡ୍ରିକ୍ ରିଚମଣ୍ଡ ଶୁକ୍ରବାର LGBTQ ନେତା ଓ ଆଡଭୋକେଟଙ୍କ ସହ ଏକ ଭର୍ଚୁଆଲ ଗୋଲ୍ ଟେବୁଲ ବୈଠକରେ ଏହି ଅଭିଭାଷଣ ଦେଇଛନ୍ତି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ