ETV Bharat / international

କାଲିଫର୍ଣ୍ଣିଆ ଆଟର୍ଣ୍ଣିଂ ଜେନେରାଲ ଜାଭିୟର ବେକେରା ହେବେ ଆମେରିକା ସ୍ବାସ୍ଥ୍ୟମନ୍ତ୍ରୀ

author img

By

Published : Dec 7, 2020, 9:53 AM IST

କାଲିଫର୍ଣ୍ଣିଆ ଆଟର୍ଣ୍ଣିଂ ଜେନେରାଲ ଜାଭିୟର ବେକେରାଙ୍କୁ ଆମେରିକାର ସ୍ବାସ୍ଥ୍ୟମନ୍ତ୍ରୀ ଭାବେ ଚୟନ କରିଛନ୍ତି ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ । ଅଧିକ ପଢନ୍ତୁ...

ଆମେରିକା ସ୍ବାସ୍ଥ୍ୟମନ୍ତ୍ରୀ
ଆମେରିକା ସ୍ବାସ୍ଥ୍ୟମନ୍ତ୍ରୀ

ୱାଶିଂଟନ: ଆମେରିକାର ପରବର୍ତ୍ତୀ ସ୍ବାସ୍ଥ୍ୟମନ୍ତ୍ରୀ ହେବେ କାଲିଫର୍ଣ୍ଣିଆ ଆଟର୍ଣ୍ଣିଂ ଜେନେରାଲ ଜାଭିୟର ବେକେରା । ଏନେଇ ତାଙ୍କୁ ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ ଚୟନ କରିଛନ୍ତି । କୋରୋନା ମହାମାରୀ ସମୟରେ ଏହାର ମୁକାବିଲା ପାଇଁ ଜାଭିୟରଙ୍କୁ ହିଁ ଏହି ଗୁରୁତ୍ବପୂର୍ଣ୍ଣ ପଦବୀ ପାଇଁ ବାଇଡେନ ଚୟନ କରିଛନ୍ତି ।

ତେବେ ଯଦି ଏହି ପ୍ରସ୍ତାବକୁ ସିନେଟ ମୋହର ମାରେ, ତେବେ 62 ବର୍ଷୀୟ ଜାଭିୟର ଏହି ପଦବୀ ପାଇଁ ପ୍ରଥମ ଲାଟିନୋ(ଲାଟିନ ଆମେରିକୀୟ) ହେବେ। ତେବେ ପୂର୍ବରୁ ମଧ୍ୟ ଜାଭିୟର ବାରାକ ଓବାମାଙ୍କ ସରକାରରେ ଅନେକ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ସମ୍ଭାଳିଥିଲେ ।

ସୂଚନାଥାଉକି, ମେକ୍ସିକୋର ଦକ୍ଷିଣାଞ୍ଚଳ ସୀମାରେ ଏକ ପ୍ରାଚୀର ନିର୍ମାଣ କରିବା ଲାଗି ଟ୍ରମ୍ପ ସମସ୍ତ ରାଜ୍ୟକୁ ଅର୍ଥ ଦେବା ପାଇଁ କହିଥିବା ପ୍ରସଙ୍ଗରେ ଏହାକୁ ବିରୋଧ କରି ଜାଭିୟର ଚର୍ଚ୍ଚାକୁ ଆସିଥିଲେ । ଟ୍ରମ୍ପଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରି 16ଟି ରାଜ୍ୟ ଅଦାଲତର ଦ୍ବାରସ୍ଥ ହୋଇଥିଲେ ।

ଏହି ମାମଲାର ଶୁଣାଣି ଆସନ୍ତାବର୍ଷ ହେବାକୁ ଥିବାବେଳେ ବାଇଡେନ, ଜାଭିୟରଙ୍କୁ ଏପରି ଏକ ଗୁରୁତ୍ବପୂର୍ଣ୍ଣ ପଦବୀ ପାଇଁ ଚୟନ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.