ETV Bharat / international

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କୁ ଅସଭ୍ୟ ଭାଷାରେ ଗାଳି ଦେଲେ ବାଇଡେନ

ଲୋକଙ୍କ ସମସ୍ୟାର ସମାଧାନ ପାଇଁ ସରକାରଙ୍କୁ ପ୍ରଶ୍ନ କରିବା ବେଳେ ଜଣେ ସାମ୍ବାଦିକଙ୍କ ଅଧିକାରକୁ ଅପମାନିତ କରିଛି ସମୃଦ୍ଧ ରାଷ୍ଟ୍ର ଆମେରିକା । ପ୍ରଶ୍ନ ପଚାରିବାକୁ ଉତ୍ତର ବଦଳରେ ଜଣେ ସାମ୍ବାଦିକଙ୍କୁ ଅସଭ୍ୟ ଭାଷାରେ ଗାଳି କରିଛନ୍ତି ରାଷ୍ଟ୍ରପତି । ଅଧିକ ପଢନ୍ତୁ

author img

By

Published : Jan 25, 2022, 1:25 PM IST

ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କୁ ଅସଭ୍ୟ ଭାଷାରେ ଗାଳି ହେଲେ ବାଇଡେନ

ୱାଶିଂଟନ: ପ୍ରଶ୍ନ ପଚାରିବା ସାମ୍ବାଦିକଙ୍କ ଅଧିକାର । ଲୋକଙ୍କ ସମସ୍ୟାର ସମାଧାନ ପାଇଁ ସରକାରଙ୍କୁ ପ୍ରଶ୍ନ କରି ଅପମାନିତ ହୋଇଛନ୍ତି ଜଣେ ସାମ୍ବାଦିକ । ହେଲେ ଆମେରିକା ଭଳି ଏକ ସମୃଦ୍ଧ ରାଷ୍ଟ୍ର ସାମ୍ବାଦିକର ଏ ଅଧିକାରକୁ ଅପମାନିତ କରିଛି । ପ୍ରଶ୍ନ ପଚାରିବାକୁ ଉତ୍ତର ବଦଳରେ ସାମ୍ବାଦିକଙ୍କୁ ଅସଭ୍ୟ ଭାଷାରେ ଗାଳି କରିଛନ୍ତି ଖୋଦ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ । ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି ।

  • Democrats: Donald Trump’s attacks on the press are an attack on the First Amendment.

    Joe Biden to Peter Doocy: “What a stupid son of a b*tch.”

    Democrats: *silence* pic.twitter.com/csPv2yjNPb

    — Lauren Boebert (@laurenboebert) January 24, 2022 " class="align-text-top noRightClick twitterSection" data=" ">

ସୂଚନାଅନୁସାରେ ହ୍ବାଇଟ ହାଉସରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଫକ୍ସ ନ୍ୟୁଜର ଜଣେ ସାମ୍ବାଦିକ ପିଟର ଡକ ଦେଶରେ ଦରଦାମ ବୃଦ୍ଧି ନେଇ ପ୍ରଶ୍ନ କରିଥିଲେ । ମୁଦ୍ରାସ୍ଫୀତି ଏକ ରାଜନୈତିକ ଦାୟିତ୍ବ କି ବୋଲି ପ୍ରଶ୍ନ କରିଥିଲେ ସାମ୍ବାଦିକ ଜଣକ। ବାସ ଏତିକି ଶୁଣି ଉତକ୍ଷିପ୍ତ ହୋଇ ଉଠିଥିଲେ ରାଷ୍ଟ୍ରପତି ଜୋ ବାଇଡେନ । ସେ କହିଥିଲେ ଅଧିକ ମୁଦ୍ରାସ୍ଫୀତି ଏକ ସମ୍ପତ୍ତି । 'ହ୍ବାଟ ଏ ଷ୍ଟୁପିଡ ସନ ଅଫ ବିଚ' (What a stupid son of a bitch) କହି ଗାଳି ଦେଇଥିଲେ ବାଇଡେନ ।

ପୋଡିୟମର ମାଇକ ଅନ ଥିବାରୁ ବାଇଡେନଙ୍କ କାରନାମା ପଦାରେ ପଡିଯାଇଛି । ଏହି ଘଟଣା ଲୋକଲୋଚନକୁ ଆସିବା ପରେ ସମାଲୋଚନାର ଶିକାର ହୋଇଛନ୍ତି ବାଇଡେନ ।

ଏହି କାର୍ଯ୍ୟ ପ୍ରଥମ ନୁହେଁ ବରଂ ପୂର୍ବରୁ ମଧ୍ୟ ଏପରି କରିସାରିଛନ୍ତି ବାଇଡେନ । ଗତ ସପ୍ତାହରେ ଫକ୍ସ ନ୍ୟୁଜର ଜଣେ ମହିଳା ସାମ୍ବାଦିକ ତାଙ୍କୁ ପ୍ରଶ୍ନ କରିଥିଲେ ‘ଆପଣ କାହିଁକି ଋଷ ରାଷ୍ଟ୍ରପତିଙ୍କ ପଦକ୍ଷେପକୁ ଅପେକ୍ଷା କରିଛନ୍ତି ସାର ? ଏହାର ଉତ୍ତରରେ ବାଇଡେନ କହିଥିଲେ 'What a stupid question' ?

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.