ETV Bharat / international

କୋରୋନା ଚୀନର ଚାଲ ! ଅନୁସନ୍ଧାନ ପାଇଁ ଦେଶରେ ଆମେରିକାକୁ ମନା

author img

By

Published : Apr 23, 2020, 8:29 PM IST

ଆମେରିକାର ବୈଜ୍ଞାନିକମାନଙ୍କୁ କୋରୋନା ଭାଇରସର ଉତ୍ପତ୍ତିସ୍ଥଳ କୁହାଯାଉଥିବା ଉହାନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି କିମ୍ବା ଚୀନ୍‌ର ଅନ୍ୟ କୈଣସି ଅଂଶ ପରିଦର୍ଶନ କରିବାକୁ ଅନୁମତି ମନା କରିଦେଇଛି ।

ଆମେରିକାର ବୈଜ୍ଞାନିକ
ଆମେରିକାର ବୈଜ୍ଞାନିକ

ୱାଶିଂଟନ୍: ଗୋଟିଏ ପଟେ ସାରା ବିଶ୍ବ କୋରୋନାର ଉଗ୍ର ଓ ତୀବ୍ର ରୂପ ଦେଖିବାରେ ଲାଗିଛି । ହୁ ହୁ ହୋଇ ବଢି ଚାଲିଛି ସଂକ୍ରମଣ ଓ ମୃତ୍ୟୁ ରିପୋର୍ଟ । ଆମେରିକାର କୋରୋନାର ତାଣ୍ଡବଲୀଳା ଏକ ଷଡଯନ୍ତ୍ର ଓ ପ୍ରହାର ବୋଲି ଗୁରୁବାର କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଆମେରିକା ଲଗାତାର ଚୀନ ବିରୋଧରେ କୋରୋନା ଭାଇରସ୍ ବିସ୍ତାର କରିବାର ଅଭିଯୋଗ ଆଣୁଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ମଧ୍ୟ ଲଗାତାର ଏହାକୁ ନେଇ ବୟାନ୍ ଦେଉଛନ୍ତି । ଏପରି ସ୍ଥଳେ ଟ୍ରମ୍ପ ଏହା ପଛରେ ଚୀନର ହାତ ଥିବା ନେଇ ସଠିକ ତଥ୍ୟ ମିଳିଲେ ପ୍ରତିଶୋଧ ନେବା କଥା ମଧ୍ୟ କହିଛନ୍ତି । ଏପରିସ୍ଥଳେ ଏକ ବଡ ଖବର ରହିଛି ଯେ, ଆମେରିକାର ବୈଜ୍ଞାନିକମାନଙ୍କୁ କୋରୋନା ଭାଇରସର ଉତ୍ପତ୍ତିସ୍ଥଳ କୁହାଯାଉଥିବା ଉହାନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି କିମ୍ବା ଚୀନ୍‌ର ଅନ୍ୟ କୈଣସି ଅଂଶ ପରିଦର୍ଶନ କରିବାକୁ ଅନୁମତି ମନା କରିଦେଇଛି ।

ଆମେରିକାର ବୈଦେଶିକ ସଚିବ ମାଇକ ପୋମ୍ପିଓ ବୁଧବାର ଏକ ପ୍ରମୁଖ ନ୍ୟୁଜ ଚ୍ୟାନେଲ ସହ ଆଲୋଚନା ବେଳେ ସି ଜିନପିଙ୍ଗ ସରକାରଙ୍କଠାରୁ କୋରୋନା ବିସ୍ତାର ବିଷୟରେ ଅଧିକ ସ୍ବଚ୍ଛତା କାହିଁକି ଆବଶ୍ୟକ ବୋଲି ସେ କହିଛନ୍ତି ।

ପୋମ୍ପିଓ ନ୍ୟୁଜ ଚ୍ୟାନେଲକୁ କହିଛନ୍ତି, “ଆଜି ବି ଚୀନ୍ ସରକାର ଆମେରିକୀୟ ବୈଜ୍ଞାନିକଙ୍କୁ ଚୀନକୁ ଯିବାକୁ ଅନୁମତି ଦେଇନାହାଁନ୍ତି, କେବଳ ଉହାନ୍ ଲ୍ୟାବରେ ନୁହେଁ ବରଂ ଯେଉଁଠାରେ ଏହି ଭାଇରସ୍ ବିଷୟରେ ଏହାର ଉତ୍ପତ୍ତି ବିଷୟରେ ଜାଣିବାକୁ ସୂଚନା ମିଳିପାରିବ ସେ ସ୍ଥାନକୁ ଯିବା ପାଇଁ ମଧ୍ୟ ଅନୁମତି ମିଳୁନାହିଁ ।

ଟ୍ରମ୍ପ ପ୍ରଶାସନର ଏହା ବିଷୟରେ ସୂଚନା ଥିବା ଦର୍ଶାଇ ସେ କହିଛନ୍ତି, "ଏହା ଏକରୁ ଆରମ୍ଭ ହୋଇଛି, କିନ୍ତୁ ଆମକୁ ଏହା ଜାଣିବା ଆବଶ୍ୟକ। ଏହା ଏକ ଦ୍ରୁତ ଗତିରେ ବିସ୍ତାର ହେଉଥିବା ମହାମାରୀ ଏହା ବିଷୟରେ ଅଧିକ ତଦନ୍ତ ଓ ସୂଚନା ଏକତ୍ରିତ କରିବା ଆବଶ୍ୟକ ରହିଛି । ମାତ୍ର ଚୀନ ଠାରୁ ଆବଶ୍ୟକ ମାତ୍ରାର ସହଯୋଗ ମିଳିପାରୁନାହିଁ ।

ଏହି ତଥ୍ୟ ଓ ସ୍ବଚ୍ଛତା ହାସଲ କରିବା ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଦାୟିତ୍ବ ଅଟେ । ସେମାନେ ଏହା କରୁ ନାହାଁନ୍ତି। ସେମାନଙ୍କୁ ଉତ୍ତରଦାୟୀ କରାଯିବା ଆବଶ୍ୟକ ବୋଲି ପୋମ୍ପିଓ କହିଛନ୍ତି ।

ଆମେରିକାର ବୈଦେଶିକ ସଚିବ କହିଛନ୍ତି ଯେ WHO ଏହାର ମୁଖ୍ୟ ଡା. ଟେଡ୍ରୋସ ଆଡାନୋମ ଗେବ୍ରେଇସଙ୍କ ପଦ ଛାଡିବା ସହିତ ଗଠନମୂଳକ ପରିବର୍ତ୍ତନ ଆବଶ୍ୟକ ।

ଗତ ସପ୍ତାହରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଆମେରିକା WHOକୁ ସମସ୍ତ ପାଣ୍ଠିକୁ ବନ୍ଦ କରିବ । କୋରୋନାକୁ ନେଇ ମଧ୍ୟ ଡବ୍ଲ୍ୟୁଏଚଓର ଅନେକ କାର୍ଯ୍ୟକଳାପ ଉପରେ ଆମେରିକା ସନ୍ଦେହ ପ୍ରକଟ କରିଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.