ETV Bharat / international

3 ସପ୍ତାହରେ ମେଗା କୋଭିଡ-19 ହସ୍ପିଟାଲ ବନାଇଲା ବାଂଲାଦେଶ

ବାଂଲାଦେଶ ସରକାର କଡା ପଦକ୍ଷେପ ନେଇଛନ୍ତି । ଆକ୍ରାନ୍ତଙ୍କ ପାଇଁ ହସ୍ପିଟାଲର ଅଭାବ ଥିବାରୁ ମାତ୍ର 3 ସପ୍ତାହରେ ଏକ ବିରାଟ ଫିଲ୍ଡ ହସ୍ପିଟାଲ ତିଆରି କରିଛନ୍ତି ସରକାର । ଅଧିକ ପଢନ୍ତୁ...

author img

By

Published : May 15, 2020, 12:08 AM IST

3 ସପ୍ତାହରେ ମେଗା କୋଭିଡ 19 ହସ୍ପିଟାଲ ବନାଇଲା ବାଂଲାଦେଶ

ଢାକା: ଦେଶରେ କୋରୋନା ସ୍ଥିତି ବିଗୁଡୁଥିବାର ଦେଖି ବାଂଲାଦେଶ ସରକାର କଡା ପଦକ୍ଷେପ ନେଇଛନ୍ତି । ଆକ୍ରାନ୍ତଙ୍କ ପାଇଁ ହସ୍ପିଟାଲର ଅଭାବ ଥିବାରୁ ମାତ୍ର 3 ସପ୍ତାହରେ ଏକ ବିରାଟ ଫିଲ୍ଡ ହସ୍ପିଟାଲ ତିଆରି କରିଛନ୍ତି ସରକାର । ଏଠାରେ କୋଭିଡ-19 ଆକ୍ରାନ୍ତଙ୍କ ଚିକିତ୍ସା ହେବ ବୋଲି ଜଣାପଡିଛି ।

ଏହି ମେଗା କୋଭିଡ-19 ହସ୍ପିଟାଲରେ 2084ଟି ବେଡ୍ ସୁବିଧା ରହିଛି । ଏହାକୁ ନେଇ ଦେଶର ସ୍ବାସ୍ଥ୍ୟକର୍ମୀ ଆଶ୍ବସ୍ତ ହୋଇଛନ୍ତି । କାରଣ ଏବେ କେବଳ କିଛି ହାତଗଣତି ସରକାରୀ ହସ୍ପିଟାଲରେ ଏହି ରୋଗର ଚିକିତ୍ସା ଚାଲିଛି । ଅନେକ ଆକ୍ରାନ୍ତଙ୍କୁ ଚିକିତ୍ସା ସୁବିଧା ତ ଦୂରର କଥା ରହିବା ପାଇଁ ବେଡ୍ ମିଳୁନାହିଁ । ତେବେ ଏହି ହସ୍ପିଟାଲ ପାଇଁ ପ୍ରାୟ 4000ରୁ ଅଧିକ ସ୍ବାସ୍ଥ୍ୟକର୍ମୀଙ୍କ ଆବଶ୍ୟକତା ରହିଛି ।

ପ୍ରୋଜେକ୍ଟର ଦାୟିତ୍ବ ନେଇଥିବା ଅଧିକାରୀ କହିଛନ୍ତି ଯେ ଚୀନର ଉହାନ ସିଟିରେ ଏପରି ଏକ ବିରାଟ ହସ୍ପିଟାଲ ଖୁବ୍ ଅଳ୍ପ ଦିନରେ ତିଆରି ହୋଇଥିଲା । ଏହାଠାରୁ ପ୍ରେରଣା ନେଇ ପ୍ରାୟ 250 ଲୋକ ଦିନରାତି 24 ଘଣ୍ଟା ଏହି କାମରେ ଲାଗିଥିଲେ । ମାତ୍ର 3 ସପ୍ତାହରେ ଏହି ପ୍ରୋଜେକ୍ଟ ସମ୍ପୂର୍ଣ୍ଣ ହୋଇଥିବାବେଳେ ଏଥିରେ 3.4 ମିଲିୟନ ପାଉଣ୍ଡ ଖର୍ଚ୍ଚ ହୋଇଛି ବୋଲି ଜଣାପଡିଛି ।

ପ୍ରକାଶ ଥାଉ କି, ଏହି ଦକ୍ଷିଣ ଏସିଆ ରାଷ୍ଟ୍ରରେ କୋରୋନା ସ୍ଥିତି ଭୟଙ୍କର ପାଲଟିଛି । ଏବେ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା 20 ହଜାର ପାର କରିଥିବାବେଳେ ମୃତ୍ୟୁସଂଖ୍ୟା 300 ଉପରେ ରହିଛି । ଦେଶବ୍ୟାପୀ ଲକଡାଉନ ସତ୍ତ୍ବେ ପରିସ୍ଥିତି ଗମ୍ଭୀର ରହିଛି । ଏପରିକି ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ ଏହି ଆକ୍ରାନ୍ତଙ୍କ ସଂଖ୍ୟା ଆହୁରି ଅଧିକ ରହିଛି । କାରଣ ବର୍ତ୍ତମାନ ଦେଶର ଉପଯୁକ୍ତ ପରିମାଣର ଟେଷ୍ଟିଂ ହେଉନାହିଁ । ଫଳରେ ଏହି ସଂଖ୍ୟା କମ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.