ETV Bharat / international

ଜ୍ୟୋତିର୍ବିଜ୍ଞାନୀଙ୍କୁ ମିଳିଲା ନୂଆ ନ୍ୟୁଟ୍ରନ ତାରକାର ସନ୍ଧାନ

author img

By

Published : Jun 18, 2020, 7:09 PM IST

ଏହି ତାରକା ଏକ ଏପରି ପିଣ୍ଡ ଯାହା ଏକାଧିକ ମହାକାଶୀୟ ବସ୍ତୁକୁ ନେଇ ଗଢା । ଏହାର ସଂରଚନା ଦେଖି ଆକଳନ କରାଯାଏ କି ଏକ ବିଶାଳ ତାରକା ପିଣ୍ଡ ଫାଟିଥିବାରୁ ଏହି ନୂଆ ତାରକା ସୃଷ୍ଟି ହୋଇଛି । ଏପରି ମଧ୍ୟ କୁହାଯାଉଛି କି ମହାକାଶରେ ଦୃଶ୍ୟମାନ ହେଉଥିବା କେତେକ ଘଞ୍ଚ ବା ଜଟିଳ ବସ୍ତୁ ଯଥା ବ୍ଲାକ ହୋଲ ପରି ଏହି ତାରକା ମଧ୍ୟ ଏକପ୍ରକାର ଜଟିଳ ମହାକାଶୀୟ ସଂରଚନା ।

new star in space, new neutron star, neutron star, nasa latest news, latest space news, ମହାକାଶରେ ନୂଆ ତାରକା ପିଣ୍ଡ , ନୂଆ ନ୍ୟୁଟ୍ରନ ତାରକା, ନ୍ୟୁଟ୍ରନ ତାରକା, ନାସା ଲାଟେଷ୍ଟ ନ୍ୟୁଜ୍‌, ଲାଟେଷ୍ଟ ମହାକାଶ ଖବର
ଜ୍ୟୋତିର୍ବିଜ୍ଞାନୀଙ୍କୁ ମିଳିଲା ନୂଆ ନ୍ୟୁଟ୍ରନ ତାରକାର ସନ୍ଧାନ

ୱାଶିଂଟନ: ମହାକାଶ ବିଜ୍ଞାନରେ ଯୋଡି ହୋଇଛି ନୂତନ ଅଧ୍ୟାୟ । ନାସାର ନିଲ ଗେହରେଲ୍ସ ସ୍ବିଫ୍ଟ ଅବଜରଭେଟୋରୀର ଏକ ଜ୍ୟୋତିର୍ବିଜ୍ଞାନୀ ଦଳକୁ ମିଳିଛି ନୂଆ ତାରକାର ସନ୍ଧାନ । ସ୍ବିଫ୍ଟ J1818.0-1607 ନାମକ ଏହି ନ୍ୟୁଟ୍ରନ ତାରକାର ସନ୍ଧାନ ପାଇଛନ୍ତି ପାଇଛନ୍ତି ଏହି ଜ୍ୟୋତିର୍ବିଜ୍ଞାନୀ ଦଳ । ଏଯାବତ୍‌ ମିଳିଥିବା ସମସ୍ତ ତାରକା ତୁଳନାରେ ଏହି ତାରକା ମାତ୍ର 240ବର୍ଷ ପୁରୁଣା ବୋଲି ଆକଳନ କରାଯାଉଛି । ହେଲେ ବାସ୍ତବରେ ଏହି ତାରକାର ବୟସ ଏଯାଏଁ ଜଣା ପଡି ପାରିନାହିଁ । ଅନ୍ୟ ଶବ୍ଦରେ କହିବାକୁ ଗଲେ କସମିକ କିରଣରୁ ସୃଷ୍ଟି ହୋଇଥିବା ଏକ ନବଜାତକ ତାରକା ହେଉଛି ଏହି ନ୍ୟୁଟ୍ରନ ତାରକା ।

ମାର୍ଚ୍ଚ 12ରେ ଏହି ତାରକାରୁ ଏକାଧିକ ଏକ୍ସ-ରେ ନିର୍ଗତ ହେବା ପରେ ଜ୍ୟୋତିର୍ବିଜ୍ଞାନୀମାନେ ଏହାର ସନ୍ଧାନ କରିପାରିଥିଲେ । ତେବେ ଏହି ତଥ୍ୟ ପ୍ରକାଶ ପାଇବା ପରେ ୟୁରୋପିଆନ ସ୍ପେଶ ଏଜେନ୍ସିର ଏକ୍ସଏମଏମ-ନ୍ୟୁଟନ ଅବଜରଭେଟୋରୀ ଓ ନାସାର ନ୍ୟୁଷ୍ଟାର ଟେଲିସ୍କୋପର ସହାୟତାରେ ନ୍ୟୁଟ୍ରନ ତାରକାର ଅବସ୍ଥିତି ଓ ଏହା ଗଠନଶୈଳୀ ଉପରେ ଅନୁଧ୍ୟାନ କରାଯାଇଥିଲା । ଏହି ତଥ୍ୟ ଆଧାରରେ ତାରକାର ବୟସ ମଧ୍ୟ ଆକଳନ କରାଯାଇଥିଲା । ଏହି ଅଧ୍ୟୟନକୁ କ୍ୟାଲଟେକ ଅଧିନରେ ପରିଚାଳିତ କରାଯାଇଥିବା ବେଳେ ସମ୍ପୃକ୍ତ ୟୁରୋପିଆନ ଏଜେନ୍ସିର ଜେଟ ପ୍ରୋପଲ୍ସନ ଲାବୋରେଟୋରୀରେ ଏହି ଅଧ୍ୟୟନ କାର୍ଯ୍ୟ ସମାପନ ହୋଇଥିଲା ।

ଏହି ତାରକା ଏକ ଏପରି ପିଣ୍ଡ ଯାହା ଏକାଧିକ ମହାକାଶୀୟ ବସ୍ତୁକୁ ନେଇ ଗଢା । ଏହାର ସଂରଚନା ଦେଖି ଆକଳନ କରାଯାଏ କି ଏକ ବିଶାଳ ତାରକା ପିଣ୍ଡ ଫାଟିଥିବାରୁ ଏହି ନୂଆ ତାରକା ସୃଷ୍ଟି ହୋଇଛି । ଏପରି ମଧ୍ୟ କୁହାଯାଉଛି କି ମହାକାଶରେ ଦୃଶ୍ୟମାନ ହେଉଥିବା କେତେକ ଘଞ୍ଚ ବା ଜଟିଳ ବସ୍ତୁ ଯଥା ବ୍ଲାକ ହୋଲ ପରି ଏହି ତାରକା ମଧ୍ୟ ଏକପ୍ରକାର ଜଟିଳ ମହାକାଶୀୟ ସଂରଚନା । ମହାକାଶରେ ରହିଥିବା ଏହି ଜଟିଳ ସଂରଚନାରୁ ଯଦି ମାତ୍ର ଗୋଟିଏ ଚାମୁଚ ପରିମାଣର ବସ୍ତୁକୁ ଓଜନ କରାଯାଏ ତେବେ ଏହା ଚାରି ବିଲିୟନ ପୃଥିବୀର ଓଜନ ସମକକ୍ଷ ହେବ । ଏହି ଅନୁଯାୟୀ ଖୋଜାଯାଇଥିବା ନୂଆ ତାରକାର ଓଜନ ଆପଣ କଳନା କରିପାରୁଥିବେ ।

ସ୍ବିଫ୍ଟ J1818.0-1607 ନାମକ ନୂଆ ତାରକା ଆକାରରେ ସୂର୍ଯ୍ୟଠାରୁ ପ୍ରାୟ ଏକ ଟ୍ରିଲିୟନ ଅଂଶ ଛୋଟ ହେଲେ ସୁଦ୍ଧା ଏଥିରେ ସୂର୍ଯ୍ୟର ଦୁଇ ଗୁଣା ପରିମାଣର ବସ୍ତୁ ଧାରଣର କ୍ଷମତା ରହିଛି । ସେପଟେ ସାଧାରଣ ନ୍ୟୁଟ୍ରନ ତାରକା ତୁଳନାରେ ଏହି ନୂଆ ତାରକାର ଚୁମ୍ବକୀୟ କ୍ଷେତ୍ର 1000 ଗୁଣା ଓ ମାନବ ଦ୍ବାରା ପ୍ରସ୍ତୁତ ହୋଇଥିବା ସବୁଠାରୁ ଶକ୍ତିଶାଳୀ ଚୁମ୍ବକଠାରୁ 100 ମିଲିୟନ ଅଧିକ ଶକ୍ତିଶାଳୀ । ଏହି ତାରକା ପିଣ୍ଡର ପ୍ରକୃତ ବୟସ ଯଦି ଜଣା ପଡନ୍ତା ତେବେ ହୁଏତ ଏହା ସମ୍ପର୍କରେ ଅଧିକ ରହସ୍ୟ ଉନ୍ମୋଚନ ହୋଇପାରନ୍ତା ବୋଲି ଜ୍ୟୋତିର୍ବିଜ୍ଞାନୀମାନେ ମତ ଦେଇଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.