ETV Bharat / international

ଚଳିତ ବର୍ଷ ଦ୍ବିତୀୟାର୍ଦ୍ଧରେ ଆସିବ ଆଇମ୍ୟାକ, ଆଇପ୍ୟାଡ ଏୟାର

ଆଗକୁ ଆଇମ୍ୟାକ, ଆଇପ୍ୟାଡ ଏୟାର ଓ ଆଇପ୍ୟାଡ ମିନି ଲଞ୍ଚ କରିବା ନେଇ ଯୋଜନା କରୁଥିବା ପ୍ରକାଶ କରିଛି ଆପଲ । ଚଳିତବର୍ଷ ଦ୍ବିତୀୟାର୍ଦ୍ଧରେ ଏହି ସବୁ ପ୍ରଡକ୍ଟ ଲଞ୍ଚ କରିବା ନେଇ କମ୍ପାନୀ ଯୋଜନା ରଖିଛି । ଅଧିକ ପଢ଼ନ୍ତୁ...

author img

By

Published : Jun 14, 2020, 1:28 AM IST

imac, ipad air, ipad mini, apple launching in 2020, apple's new device in 2020, ଆଇମ୍ୟାକ, ଆଇପ୍ୟାଡ ଏୟାର, ଆଇପ୍ୟାଡ ମିନି, 2020ରେ ଆପଲର ଲଞ୍ଚିଂ, 2020ରେ ଆପଲର ନୂଆ ଡିଭାଇଲସ, ଆପଲ ଲାଟେଷ୍ଟ ନ୍ୟୁଜ୍‌
ଚଳିତ ବର୍ଷ ଦ୍ବିତୀୟାର୍ଦ୍ଧରେ ଆସିବ ଆଇମ୍ୟାକ, ଆଇପ୍ୟାଡ ଏୟାର

ସାନ ଫ୍ରାନ୍ସିସ୍କୋ: ଆଗକୁ ଆଇମ୍ୟାକ, ଆଇପ୍ୟାଡ ଏୟାର ଓ ଆଇପ୍ୟାଡ ମିନି ଲଞ୍ଚ କରିବା ନେଇ ଯୋଜନା କରୁଥିବା ପ୍ରକାଶ କରିଛି ଆପଲ । ଚଳିତବର୍ଷ ଦ୍ବିତୀୟାର୍ଦ୍ଧରେ ଏହି ସବୁ ପ୍ରଡକ୍ଟ ଲଞ୍ଚ କରିବା ନେଇ କମ୍ପାନୀ ଯୋଜନା ରଖିଛି । ଏଥିରେ 10.8 ଇଞ୍ଚର ଆଇପ୍ୟାଡ ଏୟାର ଓ 23 ଇଞ୍ଚର ଆଇମ୍ୟାକ ଡିଭାଇସ ଲଞ୍ଚ ହେବା ନେଇ କମ୍ପାନୀ ଇଙ୍ଗିତ କରିଛି ।

କେବଳ ସେତିକି ନୁହେଁ ବରଂ ମିନି ଏଲଇଡି ଡିସପ୍ଲେଯୁକ୍ତ 12.9 ଇଞ୍ଚର ଆଇପ୍ୟାଡକୁ 2021 ମସିହା ପ୍ରଥମାର୍ଦ୍ଧରେ ଲଞ୍ଚ କରିବା ନେଇ କମ୍ପାନୀ ଯୋଜନା ଆରମ୍ଭ କରିଥିବା ଜଣା ପଡିଛି । ଏନେଇ ଡିଜିଟାଇମ୍ସ ପ୍ରକାଶିତ ଏକ ରିପୋର୍ଟ ମୁତାବକ ଆପଲ 2020 ଆଇପ୍ୟାଡ ଏୟାରର ସାଇଜକୁ 10.2 ଇଞ୍ଚରୁ 10.8 ଇଞ୍ଚକୁ ବଢାଇଥିବା ଜଣା ପଡିଛି । ପୂର୍ବରୁ 2019ରେ 10.2 ଇଞ୍ଚର ଆଇପ୍ୟାଡ ଲଞ୍ଚ ହୋଇଥିବାରୁ ଚଳିତବର୍ଷ ନୂଆ ଫିଚର ସହ 10.8 ଇଞ୍ଚର ଡିସପ୍ଲେ ସହ ଆଇପ୍ୟାଡ ଲଞ୍ଚ କରିବା ପାଇଁ କମ୍ପାନୀ ମନସ୍ଥ କରିଛି ।

ତେବେ ଚଳିତବର୍ଷ ଲଞ୍ଚ ହେବାକୁ ଥିବା ଆଇପ୍ୟାଡ ଏୟାରରେ ଏଲଜି ଡିସପ୍ଲେ, ବିଓଇ ଟେକ୍ନୋଲୋଜି ଓ ବିଏଲୟୁ ଆଦି ସୁବିଧା ରହିଥିବା କମ୍ପାନୀ ସ୍ପଷ୍ଟ କରିଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.