ETV Bharat / international

କାବୁଲ ବିମାନ ବନ୍ଦରରେ ପୁଣି ହୋଇପାରେ ଆକ୍ରମଣ, ସତର୍କ କରାଇଲେ ବାଇଡେନ - ଆମେରିକା ରାଷ୍ଟ୍ରପତି

ଆଗାମୀ ୨୪ ରୁ ୩୬ ଘଣ୍ଟା ମଧ୍ୟରେ କାବୁଲ୍ ଅନ୍ତର୍ଜାତୀୟ ବିମାନବନ୍ଦରରେ ଆଉ ଏକ ଆତଙ୍କୀ ହମଲା ନେଇ ସତର୍କ କରାଇଲେ ଆମେରିକା ରାଷ୍ଟ୍ରପତି । ଅଧିକ ପଢନ୍ତୁ...

'ଆସନ୍ତା ୨୪-୩୬ ଘଣ୍ଟା ମଧ୍ୟରେ କାବୁଲରେ ହୋଇପାରେ ଆଉ ଏକ ଆତଙ୍କୀ ହମଲା'

author img

By

Published : Aug 29, 2021, 10:52 AM IST

ୱାଶିଂଟନ: ଆଗାମୀ ୨୪ ରୁ ୩୬ ଘଣ୍ଟା ମଧ୍ୟରେ କାବୁଲ୍ ଅନ୍ତର୍ଜାତୀୟ ବିମାନବନ୍ଦରରେ ହୋଇପାରେ ଆଉ ଏକ ଆତଙ୍କବାଦୀ ଆକ୍ରମଣ । ଏନେଇ ଆଶଙ୍କା କଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ISIS-K ଆତଙ୍କୀ ହମଲା ପରେ ଆମେରିକା ଗତକାଲି(ଶନିବାର) ଏହି ଆତଙ୍କୀ ସଙ୍ଗଠନ ଉପରେ ଏୟାର୍ ଷ୍ଟ୍ରାଇକ୍ କରିଥିଲା ।

ଏଥିରେ କାବୁଲ ବିସ୍ଫୋରଣର ମାଷ୍ଟର ମାଇଣ୍ଡ ନିପାତ ହୋଇଥିବା ଜଣାପଡିଛି । ତେବେ ଏହାପରେ ପ୍ରତିଶୋଧ ପରାୟଣ ହୋଇ ISIS-K ଆଉ ଏକ ହମଲା କରିପାରେ ବୋଲି ଜୋ ବାଇଡେନ୍ ସୂଚନା ଦେଇଛନ୍ତି । ବାଇଡେନ କହିଛନ୍ତି ଯେ, 'କାବୁଲ ପରିସ୍ଥିତି ଅତ୍ୟନ୍ତ ଭୟାନକ ହେବାରେ ଲାଗିଛି । ବିମାନବନ୍ଦରରେ ଆଉ ଏକ ଆତଙ୍କବାଦୀ ଆକ୍ରମଣର ଆଶଙ୍କା ଅଧିକ ରହିଛି । ପରବର୍ତ୍ତୀ 24-36 ଘଣ୍ଟା ମଧ୍ୟରେ ଏକ ଆକ୍ରମଣ ସମ୍ଭାବନା ନେଇ ଆମ ସୈନିକମାନେ ସୂଚନା ଦେଇଛନ୍ତି ।'

ଏଥିସହ ବାଇଡେନ କହିଛନ୍ତି ଯେ, 'ଆଜି ସକାଳେ ମୁଁ ୱାଶିଂଟନରେ ମୋର ଜାତୀୟ ସୁରକ୍ଷା ଦଳ ଏବଂ ମୋର କମାଣ୍ଡରଙ୍କ ସହ ସାକ୍ଷାତ କରିଥିଲି । ଆଫଗାନିସ୍ତାନରେ ଆତଙ୍କବାଦୀ ଗୋଷ୍ଠୀ ISIS-K ବିରୁଦ୍ଧରେ ଗତକାଲି ରାତିରେ ଆମେରିକା ସୈନ୍ୟବାହିନୀ ନେଇଥିବା ଷ୍ଟ୍ରାଇକ୍ ବିଷୟରେ ଆଲୋଚନା କରିଥିଲୁ ।' କାବୁଲରେ ଆମର ସୈନ୍ୟ ଏବଂ ନିରୀହ ସାଧାରଣ ନାଗରିକଙ୍କ ସୁରକ୍ଷା ଦାୟିତ୍ବ ଆମର ବୋଲି ବାଇଡେନ କହିଛନ୍ତି ।

ସୂଚନା ଅନୁଯାୟୀ ଗତ ଗୁରୁବାର ହମିଦ କାରଜାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ଘଟିଥିବା ଆତ୍ମଘାତୀ ବିସ୍ଫୋରଣରେ ଆମେରିକାର 13 ଜଣ ସୈନିକଙ୍କ ସମେତ 169 ଜଣ ଆଫଗାନିସ୍ତାନ ନାଗରିକଙ୍କ ପ୍ରାଣହାନୀ ଘଟିଥିଲା । ଏହାର ପ୍ରତିବାଦରେ ଶନିବାର ଆମେରିକା ISIS-K ଆତଙ୍କୀ ସଙ୍ଗଠନ ଉପରେ ହମଲା କରିଥିଲା । ତେବେ ଆତଙ୍କବାଦୀ ବିରୁଦ୍ଧରେ ଏହି ହମଲା ଶେଷ ନୁହେଁ ବୋଲି ବାଇଡେନ କହିଛନ୍ତି । ଯେପର୍ଯ୍ୟନ୍ତ ଆତଙ୍କୀ କାର୍ଯ୍ୟକଳାପ ବନ୍ଦ ନ ହୋଇଛି, ସେପର୍ଯ୍ୟନ୍ତ ଏପରି ଆତଙ୍କବାଦୀ ବିରୋଧୀ ପଦକ୍ଷେପ ଜାରିରହିବ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.