ETV Bharat / international

ପାକିସ୍ତାନକୁ ଭେଣ୍ଟିଲେଟର ଯୋଗାଇବ ଆମେରିକା: ଟ୍ରମ୍ପ - ଭେଣ୍ଟିଲେଟର

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ପାକିସ୍ତାନ କୋରୋନା ଭାଇରସ ପୀଡିତଙ୍କ ପାଇଁ ଭେଣ୍ଟିଲେଟର ମାଗିଛି ଏବଂ ଏହାକୁ ଉପଲବ୍ଧ କରାଇବାକୁ ଆମେରିକା ରାଜି ହୋଇଛି। ହ୍ବାଇଟ ହାଉସରେ ଏକ ସାମ୍ବାଦିକ ସମ୍ମିଳନୀରେ ଟ୍ରମ୍ପ ଏହା କହିଛନ୍ତି । ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ
author img

By

Published : Apr 24, 2020, 8:03 PM IST

ୱାଶିଂଟନ: ସାରା ବିଶ୍ବ ଏବେ କୋରୋନା ଗ୍ରାସରେ । ବିଶ୍ବବାସୀ ପରସ୍ପରର ସହଯୋଗ ଓ ସହଭାଗିତାରେ କୋରୋନା ମୁକାବିଲା ପାଇଁ ପ୍ରସାୟ ଜାରି ରଖିଛନ୍ତି । ଏପରିସ୍ଥଳେ ଅନେକ ରାଷ୍ଟ୍ର କୋରୋନରେ ପୀଡିତ ମାତ୍ର ସେଠାରେ ଆବଶ୍ୟକୀୟ କୋରୋନା ଚିକିତ୍ସା ଉପକରଣର ଅହେତୁକ ଅଭାବ ରହିଛି । ଏପରିସ୍ଥଳେ କୋରୋନା ମୁକାବିଲା ପାଇଁ ଆମେରିକା ପାକିସ୍ତାନକୁ ଭେଣ୍ଟିଲିଟର ପ୍ରଦାନ କରିବ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ଼୍ଡ ଟ୍ରମ୍ପ ।

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ପାକିସ୍ତାନ କୋରୋନା ଭାଇରସ ପୀଡିତଙ୍କ ପାଇଁ ଭେଣ୍ଟିଲେଟର ମାଗିଛି ଏବଂ ଏହାକୁ ଉପଲବ୍ଧ କରାଇବାକୁ ଆମେରିକା ରାଜି ହୋଇଛି। ହ୍ବାଇଟ ହାଉସରେ ଏକ ସାମ୍ବାଦିକ ସମ୍ମିଳନୀରେ ଟ୍ରମ୍ପ ଏହା କହିଛନ୍ତି । ସେ କହିଛନ୍ତି ଯେ ଅନେକ ଦେଶର ନେତା ତାଙ୍କ ସହ କଥା ହୋଇଛନ୍ତି ଯିଏ ଭେଣ୍ଟିଲେଟର ଆବଶ୍ୟକ କରୁଛନ୍ତି । ଟ୍ରମ୍ପ କହିଛନ୍ତି ଯେ ସେ ଏହି ନେତାମାନଙ୍କୁ କହିଥିଲେ ଯେ ଆମେରିକା ସେମାନଙ୍କୁ ଏହି ଆବଶ୍ୟକତା ପୂରଣ କରିବାରେ ସାହାଯ୍ୟ କରିବ।

ଆମେରିକାର ରାଷ୍ଟ୍ରପତି କହିଛନ୍ତି, ପାକିସ୍ତାନ ପିଏମଙ୍କ ସହ ଆଲୋଚନାରେ ସେମାନଙ୍କୁ କିଛି ଭେଣ୍ଟିଲେଟର ଦରକାର । ଯାହା ଆମେରିକା ସେମାନଙ୍କୁ ପ୍ରଦାନ କରିବ ।

ଟ୍ରମ୍ପ କହିଛନ୍ତି, ବର୍ତ୍ତମାନ ଆମେରିକା ହଜାରେ, ଲକ୍ଷ ଲକ୍ଷ ଭେଣ୍ଟିଲେଟର ତିଆରି କରୁଛି । ଆମେ ମେକ୍ସିକୋକୁ 500 ପଠାଇଛୁ । ଏହା ପରେ 500 ଫ୍ରାନ୍ସକୁ ପଠାଇବାକୁ ଯାଉଛୁ । ସ୍ପେନକୁ ଓ ଇଟାଲୀକୁ ମଧ୍ୟ ଭେଣ୍ଟିଲିଟର ଦିଆଯାଇଛି। ।

ଭେଣ୍ଟିଲେଟରକୁ ପଠାଯିବାକୁ ଥିବା ଦେଶଗୁଡିକ ମଧ୍ୟରେ ଟ୍ରମ୍ପ ପାକିସ୍ତାନର ନାମ ରଖିଥିଲେ, କିନ୍ତୁ ଏହା କେବେ ପଠାଯିବ ଏବଂ କେତେ ସଂଖ୍ୟକ ପଠାଯିବ ସେ ନେଇ କୌଣସି ସୂଚନା ଦେଇନାହାଁନ୍ତି ।

@ IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.