ETV Bharat / international

ଆମେରିକାରେ ନୂଆ ହଟସ୍ପଟ ଚିହ୍ନଟ, 2.1 ମିଲିୟନ ଅଭିମୁଖେ ଆକ୍ରାନ୍ତ ସଂଖ୍ୟା

author img

By

Published : Jun 17, 2020, 7:35 AM IST

ଆମେରିକାରେ ନିଆଁ ବେଗରେ ବ୍ୟାପିବାରେ ଲାଗିଛି କୋରୋନା ସଂକ୍ରମଣ । ବର୍ତ୍ତମାନ ସୁଦ୍ଧା ଦେଶରେ ଆକ୍ରାନ୍ତ ସଂଖ୍ୟା 2.1 ମିଲିୟନ ପାର କରିଥିବା ବେଳେ ମୃତ୍ୟୁ ସଂଖ୍ୟା 116,000 ଛୁଇଁଥିବା ଜଣା ପଡିଛି ।

corona situation in america, corona update in america, corona tally in america, coronavirus news, ଆମେରିକାରେ କୋରୋନା ସ୍ଥିତି, ଆମେରିକାରେ କୋରୋନା ଅପଡେଟ, ଆମେରିକାରେ କୋରୋନା ଟାଲି, କୋରୋନା ଭାଇରସ ନ୍ୟୁଜ୍‌
ଆମେରିକାରେ ନୂଆ ହଟସ୍ପଟ ଚିହ୍ନଟ, 2.1 ମିଲିୟନ ଅଭିମୁଖେ ଆକ୍ରାନ୍ତ ସଂଖ୍ୟା

ୱାଶିଂଟନ: ଆମେରିକାରେ ନିଆଁ ବେଗରେ ବ୍ୟାପିବାରେ ଲାଗିଛି କୋରୋନା ସଂକ୍ରମଣ । ବର୍ତ୍ତମାନ ସୁଦ୍ଧା ଦେଶରେ ଆକ୍ରାନ୍ତ ସଂଖ୍ୟା 2.1 ମିଲିୟନ ପାର କରିଥିବା ବେଳେ ମୃତ୍ୟୁ ସଂଖ୍ୟା 1,16,000 ଛୁଇଁଥିବା ଜଣା ପଡିଛି । ସେପଟେ ଦେଶରେ କୋରୋନାରୁ ରକ୍ଷା ପାଇଁ କଡାକଡି ନିୟମ ରହିବା ସତ୍ତ୍ବେ ଉଭା ହେବାରେ ଲାଗିଛି ନୂଆ ନୂଆ ହଟସ୍ପଟ । ମଙ୍ଗଳବାର ସୁଦ୍ଧା ଦେଶରେ ଆକ୍ରାନ୍ତ ସଂଖ୍ୟା 2,114,026ରେ ପହଞ୍ଚିଛି । ବର୍ତ୍ତମାନ ବିଶ୍ବରେ ଉଭୟ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟାରେ ଆମେରିକା ନିଜର ଶୀର୍ଷ ସ୍ଥାନ ବଜାୟ ରଖିଛି ।

ଏକଦା କୋରୋନାର ମୁଖ୍ୟ ହଟସ୍ପଟ ଭାବେ ନ୍ୟୁୟର୍କକୁ ବିବେଚନା କରାଯାଉଥିଲା । ହେଲେ ରାଜ୍ୟପାଳ ଆଣ୍ଡ୍ରିୟୁ କୁଓମୋଙ୍କ କହିବା ଅନୁଯାୟୀ ନ୍ୟୁୟର୍କ ସବୁଠାରୁ ଖରାପ ପରିସ୍ଥିତିରୁ ବାହାରି ସବୁଠାରୁ ଭଲ ପରିସ୍ଥିତି ଦେଖିଛି । ମାର୍ଚ୍ଚ ତୁଳନାରେ ରବିବାର ନ୍ୟୁୟର୍କରେ 1608 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ତିନି ଦିନରେ ମୃତ୍ୟୁ ସଂଖ୍ୟା ମାତ୍ର 27 ରହିଛି । ଯାହା ସ୍ଥିତିରେ ସୁଧାରକୁ ଇଙ୍ଗିତ କରେ । କିନ୍ତୁ ବିପରୀତ ଭାବେ ଦେଶର ଦକ୍ଷିଣ, ପଶ୍ଚିମ ଓ ଦକ୍ଷିଣ-ପଶ୍ଚିମାଞ୍ଚଳରେ ଦିନକୁ ଦିନ ପରିସ୍ଥିତି ବିଗିଡିବାରେ ଲାଗିଛି ।

ଗତ ସପ୍ତାହେ ମଧ୍ୟରେ ଆମେରିକାର ଅନ୍ୟୁନ 23ଟି ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିଥିବା ଦେଖିବାକୁ ମିଳିଥିଲା । ଏନେଇ ଟେକ୍ସାସ ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇ କହିଛି କି ରବିବାର ସମ୍ପୃକ୍ତ ଅଞ୍ଚଳରେ 2287 ଜଣ ଆକ୍ରାନ୍ତଙ୍କ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଯାହା ସମ୍ପୃକ୍ତ ଅଞ୍ଚଳରେ ଗୋଟିଏ ଦିନରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ସର୍ବାଧିକ ସଂଖ୍ୟା । ତେବେ ଏହାକୁ ରୋକିବାକୁ ହେଲେ ଦେଶରେ ପୁଣି ଥରେ କଡାକଡି ସାମାଜିକ ଦୂରତା ନିୟମ ଲାଗୁ କରିବାର ଆବଶ୍ୟକତା ରହିଥିବା ଡାକ୍ତରମାନେ ପ୍ରକାଶ କରିଛନ୍ତି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.