ETV Bharat / international

ଇତିହାସ ରଚିଲେ ଆମେରିକାୀୟ ମହିଳା ମହାକାଶଚାରୀ - 'ସ୍ପେସଓ୍ବାକ' 2 ମହିଳା ମହାକାଶଚାରୀ

ଆମେରିକାର 2 ମହିଳା ମହାକାଶଚାରୀ କ୍ରୀଷ୍ଟନ କୋଚ ଓ ଜେସିକା ମୀର 'ସେପ୍ସଓ୍ବାକ' କରି ଶୁକ୍ରବାର ଇତିହାସ ରଚିଛନ୍ତି।

ଫଟୋ ସୌଜନ୍ୟ: ଇଟିଭି ଭାରତ
author img

By

Published : Oct 19, 2019, 3:26 PM IST

ଓ୍ବାଶିଂଟନ: ଆମେରିକୀୟ ମହିଳା ମହାକାଶଚାରୀ କ୍ରୀଷ୍ଟନ କୋଚ ଓ ଜେସିକା ମୀର ଏକା ସଙ୍ଗରେ ସ୍ପେସଓ୍ବାକ କରି ଇତିହାସ ରଚିଛନ୍ତି । ପ୍ରାୟ 450 'ସ୍ପେସଓ୍ବାକ'ରେ ଏଭଳି ଘଟଣା ପ୍ରଥମ ଥର ଘଟିଛି । ଅନ୍ତରୀକ୍ଷରେ କେବଳ ମହିଳା ପହଞ୍ଚିଛନ୍ତି ଆଉ ତାଙ୍କ ସହ କେହି ପୁରୁଷ ଯାତ୍ରୀ ମଧ୍ୟ ନାହାଁନ୍ତି ।

ଅନ୍ତରାଷ୍ଟ୍ରୀୟ ଅନ୍ତରିକ୍ଷ କେନ୍ଦ୍ର(ଆଇଏସଏସ)ର ଉର୍ଜା ନିୟନ୍ତ୍ରକକୁ ବଦଳାଇବା ପାଇଁ 2 ମହିଳା ମହାକାଶଚାରୀ ଅନ୍ତରାଷ୍ଟ୍ରୀୟ ସମାୟା ଅନୁସାରେ ସକାଳ 11ଟା 38 ସମୟରେ ସ୍ପେସ କ୍ରାଫ୍ଟରୁ ବାହାରକୁ ବାହାରିଥିଲେ। ଅନ୍ତରୀକ୍ଷ ଯାନର ସଂପ୍ରେଷକ ସ୍ଟିଫନ ଓ୍ବିଲସନ କହିଛନ୍ତିଯେ, କ୍ରୀଷ୍ଟନ ତୁମେ ଏହି ଏୟାରଲକକୁ ହଟାଇ ଦେଇପାରିବ।

ଏହି ଦୁଇ ମହିଳା ମହାକାଶଚାରୀ ମିଶନର ଆରମ୍ଭ ନିଜର ଅନ୍ତରୀକ୍ଷ ପୋଷାକ ଓ ସୁରକ୍ଷା ଉପକରଣ ସାହାର୍ଯ୍ୟରେ ସ୍ପେସୱାର୍କ କରିଛନ୍ତି । ମିଶନର କିଛି ମିନିଟ ପୂର୍ବରୁ ଆମେରିକା ଅନ୍ତରିକ୍ଷ ଏଜେନ୍ସି ନାସା ପ୍ରଶାସକ ଜିମ ବ୍ରିଡେଷ୍ଟୀନ ଏହି ମିଶନର ସାଙ୍କେତିକ ମହତ୍ତ୍ବ ବିଷୟରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ । ସେ କହିଛନ୍ତି ଆମେ ନିଶ୍ଚିତ କରିବାକୁ ଚାହୁଁଛୁଯେ, ଅନ୍ତରୀକ୍ଷ ସମସ୍ତ ଲୋକଙ୍କ ପାଇଁ ଉପଲବ୍ଧ । ସେ ଆହୁରି କହିଛନ୍ତି ମୋର 11 ବର୍ଷର ଝିଅ ଅଛି ମୁଁ ତାକୁ ସେତିକି ସୁଯୋଗ ଦେବି ଯାହା ମତେ ବଡ ହେଲାପରେ ମିଳିଛି ।

ଇଲୋକ୍ଟ୍ରୋନିକ ଇଞ୍ଜିନିୟର କ୍ରୀଷ୍ଟନ କୋଚ, ମୀରଙ୍କର ନେତୃତ୍ବ ନେଇଥିଲେ । ମୀର ଜୀବ ବିଜ୍ଞାନରେ ଡକ୍ଟରେଟ ଉପାଧି ହାସଲ କରିଛନ୍ତି । ଏହ ତାଙ୍କର ପ୍ରଥମ ସ୍ପେସ ଓ୍ବାର୍କ । ଯାହାକୁ ସଫଳ ଭାବେ କରି ସେ ବହୁତ ଖୁସିଥିବା କହିଛନ୍ତି । ଦୁଇ ଜଣ ଯାତ୍ରୀ ଅନ୍ତରୀକ୍ଷ କେନ୍ଦ୍ରରେ ଖରାପ ହୋଇଯାଇଥିବା ବ୍ୟାଟେରୀ ଚାର୍ଜ ଓ ଡିଚାର୍ଜ ୟୁନିଟକୁ ବଦଳାଇବାର ଥିଲା ଯେଉଁଥିପାଇଁ ସେ ସ୍ପେସଓ୍ବାକ କରିଛନ୍ତି । ଏହାକୁ ବିସିଡିୟୁ ଚାର୍ଜ ମଧ୍ୟ କୁହାଯାଏ । ଅନ୍ତରିକ୍ଷ କେନ୍ଦ୍ର ସୌର ଶକ୍ତି ଉପରେ ନିର୍ଭରଶୀଳ କିନ୍ତୁ କକ୍ଷରେ ସୂର୍ଯ୍ୟକିରଣ ସିଧାସଳଖ ପଡିନଥାଏ । ଯେଉଁଥିପାଇଁ ବ୍ୟାଟେରୀର ସାହାର୍ଯ୍ୟ ହୋଇଥାଏ ଆଉ ବିସିଡିୟୁ ଚାର୍ଜର ମାତ୍ରାକୁ ନିୟନ୍ତ୍ରଣ କରିଥାଏ ।

ଭିଡିଓ ସୌଜନ୍ୟ: ନାସା ଟ୍ବିଟର

ଆମେରିକା 1983ରେ ଦେଶର ପ୍ରଥମ ମହିଳା ମହାକାଶଚାରୀଙ୍କୁ ମହାକାଶ ପଠାଇଥିଲେ । ସେହି ସମୟରେ ସୈଲୀ ରାଇଟ ସାତଂବେ ସ୍ପେସ ଶଟଲ ମିଶନ ଅନୁସାରେ ଅନ୍ତରୀକ୍ଷ ଯାଇଥିଲେ । ତେବେ ସମସ୍ତ ଦେଶ ମଧ୍ୟରୁ ଆମେରିକାର ସବୁଠୁ ଅଧିକ ମହିଳା ଯାତ୍ରୀ ଅନ୍ତରିକ୍ଷ ଯାଇସାରିଛନ୍ତି ।

Intro:Body:

y

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.