ETV Bharat / international

ଚୀନକୁ ଆମେରିକାର ବଡ ଝଟକା, ସୁରକ୍ଷା ପାଇଁ ବ୍ୟାନ କଲା ହୁଆୱାଇ ଏବଂ ଜେଟିଇ - ସୁରକ୍ଷା ପାଇଁ ବ୍ୟାନ କଲା ହୁଆୱାଇ ଏବଂ ଜେଟିଇ

ଚୀନ କମ୍ପାନୀଗୁଡିକର ଯୋଗାଯୋଗ ଉପକରଣ ସୁରକ୍ଷା ପାଇଁ ବିପଜ୍ଜନକ କହି ଦୁଇଟି କମ୍ପାନୀକୁ ବ୍ୟାନ କଲା ଆମେରିକା । ଏହା ପୂର୍ବରୁ ଭାରତରେ 59ଟି ଡିଜିଟାଲ ଆପ ଉପରେ ପ୍ରତିବନ୍ଧିକ ଲଗାଇଛି ଭାରତ । ଅଧିକ ପଢନ୍ତୁ...

ସୁରକ୍ଷା ପାଇଁ ବ୍ୟାନ କଲା ହୁଆୱାଇ ଏବଂ ଜେଟିଇ
ସୁରକ୍ଷା ପାଇଁ ବ୍ୟାନ କଲା ହୁଆୱାଇ ଏବଂ ଜେଟିଇ
author img

By

Published : Jul 1, 2020, 10:40 AM IST

ୱାଶିଂଟନ: ଚୀନକୁ ପୁଣି ଏକ ଝଟକା । ଭାରତ ପରେ ଆମେରିକା ଉଠାଇଲା କଡା ପଦକ୍ଷେପ । ବିବାଦ ପରେ ଚାଇନାର 59 ଟି ଆପକୁ ଭାରତ ବ୍ୟାନ କରିଛି । ଆମେରିକା ସରକାର ଚୀନର 2ଟି କମ୍ପାନୀକୁ ଅସୁରକ୍ଷିତ କହି ହୁଆୱାଇ ଟେକ୍ନୋଲୋଜି ଏବଂ ଜେଟିଇ କର୍ପ ଉପରେ ପ୍ରତିବନ୍ଧକ ଲଗାଇଛି ।

ଆମେରିକାର ଫେଡେରାଲ କମ୍ୟୁନିକେସନ କମିଶନ ଏହି କମ୍ପାନୀଗୁଡ଼ିକୁ 5-0 ଭୋଟ ଆଧାରରେ ବିପଜ୍ଜନକ ବୋଲି କହିଛନ୍ତି । ଆମେରିକା ସରକାର ମଧ୍ୟ ଏହି କମ୍ପାନୀଗୁଡିକ ସହିତ ଟାଇ ଅପ କରିଥିଲା । ଏଥିରୁ 8.3 ବିଲିୟନ ଡଲାର ମୂଲ୍ୟର ସାମଗ୍ରୀ କ୍ରୟ କରିଥାନ୍ତା ଆମେରିକା, କିନ୍ତୁ ବର୍ତ୍ତମାନ ଏହାକୁ ବନ୍ଦ କରି ଦିଆଯାଇଛି।

ଭାରତରେ ମଧ୍ୟ ହୁଆୱାଇ ଉପରେ ମଧ୍ୟ ସଙ୍କଟ ଜାରି ରହିଛି, କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। ଯେଉଁଥିରେ ହୁଆୱାଇ 5G ନେଟୱାର୍କ ଆବଣ୍ଟନରେ ଏକ ଦାବିଦାର ହୋଇଥିବାବେଳେ ବର୍ତ୍ତମାନ ଏହା ଉପରେ ପ୍ରତିବନ୍ଧକ ଲାଗି ପାରେ ।

ଆମେରିକାର ଏଫସିସି ଅଧ୍ୟକ୍ଷ ଅଜିତ ପାଏ ମଙ୍ଗଳବାର ଏକ ବିବୃତ୍ତିରେ କହିଛନ୍ତି ଯେ, ଆମେ ଆମର ନେଟୱାର୍କକୁ ଚାଇନାର କମ୍ପାନୀ ସହ ଅଂଶୀଦାର କରିପାରିବୁ ନାହିଁ, ଯାହା ଆମର ଯୋଗାଯୋଗ ଭିତ୍ତିଭୂମିକୁ କ୍ଷତି ପହଞ୍ଚାଇପାରେ। ତେବେ ଏପର୍ଯ୍ୟନ୍ତ ଏହି ନିଷ୍ପତ୍ତି ଉପରେ ଉଭୟ କମ୍ପାନୀ ପକ୍ଷରୁ କୌଣସି ବିବୃତ୍ତି ପ୍ରକାଶ କରାଯାଇ ନାହିଁ ।

ସୂଚନାଯୋଗ୍ୟ, ଚୀନ କମ୍ପାନୀଗୁଡିକର ଯୋଗାଯୋଗ ଉପକରଣ ସୁରକ୍ଷା ପାଇଁ ବିପଜ୍ଜନକ ବୋଲି କୁହାଯାଉଛି। ଚାଇନାର କମ୍ପାନୀଗୁଡିକ ଏହି ଉପକରଣ ମାଧ୍ୟମରେ ସାରା ବିଶ୍ୱରେ ଗୁପ୍ତଚର ତଥ୍ୟ ଚୋରି କରିଥିବା ଅଭିଯୋଗ ହୋଇଛି । ବିଶେଷ କରି ଡାଟା ଚୋରି ଏବଂ ସାରା ବିଶ୍ୱରେ ସୁରକ୍ଷା ସମ୍ବନ୍ଧୀୟ ମାମଲାରେ ହୁଆୱାଇ ଏବଂ ଜେଟିଇ ନାମକ ଦୁଇଟି ଚାଇନିଜ କମ୍ପାନୀ ଉପରେ ପ୍ରଶ୍ନ ଉଠିଛି । ଏହି ଦୁଇଟି କମ୍ପାନୀର ମାଲିକାନା ଉପରେ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.