ETV Bharat / international

ଭାରତ ପରେ ଟିକ୍‌ଟକ୍‌ ବ୍ୟାନ କରିପାରେ ଆମେରିକା ! - ଭାରତ ପରେ ଟିକଟକ ବ୍ୟାନ କରିପାରେ ଆମେରିକା

ଭାରତ-ଚୀନ ସଂଘର୍ଷ ପରେ ଭାରତ ଚୀନର ଟିକ୍‌ଟକ୍ ସହ 59ଟି ଆପକୁ ବ୍ୟାନ କରିଛି । ତେବେ ଆମେରିକାରେ ମଧ୍ୟ ଏହି ଟିକ୍‌ଟକ୍ ବ୍ୟାନ ନେଇ ଚର୍ଚ୍ଚା ଯୋର ଧରିଛି । ଅଧିକ ପଢନ୍ତୁ...

ଭାରତ ପରେ ଟିକଟକ ବ୍ୟାନ କରିପାରେ ଆମେରିକା !
ଭାରତ ପରେ ଟିକଟକ ବ୍ୟାନ କରିପାରେ ଆମେରିକା !
author img

By

Published : Jul 1, 2020, 7:08 PM IST

ୱାଶିଂଟନ: ଭାରତରେ ଟିକଟକ ସମେତ 59ଟି ଚାଇନିଜ ଆପରେ ହୋଇଥିବା ନିଷେଧାଦେଶ ଉପରେ ଆମେରିକାରେ ମଧ୍ୟ ଚର୍ଚ୍ଚା ହେଉଛି । କିଛି ସାଂସଦ ଏହାକୁ ସମର୍ଥନ କରୁଛନ୍ତି। ଏହି ସାଂସଦମାନେ ଏହାକୁ ବିଚାର କରିବାକୁ ଆମେରିକା ସରକାରଙ୍କୁ ନିବେଦନ କରିଛନ୍ତି । ଛୋଟ ଛୋଟ ଭିଡିଓ ସେୟାରିଂ ଆପ ଯେକୌଣସି ଦେଶର ସୁରକ୍ଷା ପାଇଁ ଏକ ଗୁରୁତର ବିପଦ ସାଜିପାରେ ବୋଲି ବିଶ୍ୱାସ କରାଯାଏ।

ସୋମବାର ଭାରତ ସରକାର ଟିକ୍‌ଟକ୍, ୟୁସି ବ୍ରାଉଜର ସମେତ 59 ଟି ଚାଇନିଜ ଆପ ଉପରେ ପ୍ରତିବନ୍ଧକ ଲଗାଇ କହିଛନ୍ତି ଯେ, ଏହା ଦେଶର ସୁରକ୍ଷା, ଅଖଣ୍ଡତା ଏବଂ ସାର୍ବଭୌମତ୍ୱ ପାଇଁ ବିପଦ ଦାୟୀ ଅଟେ। ଚୀନ ସୈନ୍ୟଙ୍କ ସହ ଚାଲିଥିବା ବିବାଦ ମଧ୍ୟରେ ଲଦାଖରେ ପ୍ରକୃତ ନିୟନ୍ତ୍ରଣ ରେଖା ଉପରେ ଏହି ପ୍ରତିବନ୍ଧକ ଲଗାଯାଇଛି। ଏହି ନିଷିଦ୍ଧ ଆପର ତାଲିକାରେ ୱିଚାଟ ଏବଂ ଭିଗୋ ଲାଇଭ ମଧ୍ୟ ଅନ୍ତର୍ଭୁକ୍ତ।

ରିପବ୍ଲିକନ ପାର୍ଟିର ସିନେଟର ଜନ କର୍ନିନ ଦ ଓ୍ବାଶିଂଟନ ପୋଷ୍ଟରରେ ପ୍ରକାଶ ପାଇଥିବା ଏକ ଖବରକୁ ତାଙ୍କ ଟ୍ୱିଟରେ ଟ୍ୟାଗ କରି କହିଛନ୍ତି ଯେ, ରକ୍ତାକ୍ତ ସଂଘର୍ଷ ପରେ ଭାରତ ଟିକଟକ ସହିତ ଅନ୍ୟ ଚାଇନିଜ ଆପ ଉପରେ ପ୍ରତିବନ୍ଧକ ଲଗାଇଛି। ଏହି ଘଟଣାରେ ରିପବ୍ଲିକନ ପାର୍ଟିର ସାଂସଦ କ୍ରୋଫୋର୍ଡ କହିଛନ୍ତି, ଟିକଟକକୁ ବନ୍ଦ କରିବା ପୂର୍ବରୁ ଏହା ନିଜଆଡୁ ବନ୍ଦ କରିଦେବା ଉଚିତ। ଗତ ସପ୍ତାହରେ ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ରବର୍ଟ ଓ’ବ୍ରାଇନ ଅଭିଯୋଗ କରିଛନ୍ତି ଯେ ଚୀନ ସରକାର ଟିକଟକ କୁ ନିଜ ଉଦ୍ଦେଶ୍ୟରେ ବ୍ୟବହାର କରୁଛନ୍ତି।

ଆମେରିକା ସଂସଦରେ ଅତି କମରେ ଦୁଇଟି ବିଲ ବିଚାରାଧୀନ ଅଛି ଯେଉଁଥିରେ କେନ୍ଦ୍ର ସରକାରଙ୍କ ଅଧିକାରୀମାନେ ନିଜ ଫୋନରେ ଟିକଟକ ବ୍ୟବହାର ନକରିବାକୁ ବ୍ୟବସ୍ଥା ରହିଛି । ଏଥିରୁ ଜଣାପଡୁଛି ଯେ ଭାରତର ପଦକ୍ଷେପ ପରେ ଆମେରିକାରେ ଟିକଟକ ଆପ ଉପରେ ନିଷେଧାଦେଶ ଲାଗିପାରେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.