ETV Bharat / international

ମାସ୍କ ପରେ 1,255 ମାଗଣା ଭେଣ୍ଟିଲେଟର ପ୍ରଦାନ କଲେ ଟେସଲା ସିଇଓ - coronavirus updates

ଟେସଲା ସିଇଓ ଏଲୋନ୍ ମସ୍କ ମଙ୍ଗଳବାର COVID-19 ମହାମାରୀର ମୁକାବିଲା ପାଇଁ 1,255ଟି ଭେଣ୍ଟିଲେଟର ପ୍ରଦାନ କରିବା ପାଇଁ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Mar 24, 2020, 7:16 PM IST

ସନଫ୍ରାନ୍ସିସ୍କୋ: ମଲ୍ଟି ବିଲିୟନେୟାର, ଟେକ୍ ମୋଗଲ ଓ ଟେସଲା ସିଇଓ ଏଲୋନ୍ ମସ୍କ ମଙ୍ଗଳବାର COVID-19 ମହାମାରୀର ମୁକାବିଲା ପାଇଁ 1,255ଟି ଭେଣ୍ଟିଲେଟର ପ୍ରଦାନ କରିବା ପାଇଁ ସୂଚନା ଦେଇଛନ୍ତି ।

କୋରୋନା ଭାଇରସ୍ ବିସ୍ତାର ବିରୁଦ୍ଧରେ ଚାଲିଥିବା ସଂଗ୍ରାମରେ ଅତିରିକ୍ତ ଭେଣ୍ଟିଲେଟରର ଆବଶ୍ୟକତା ଓ ସଂକ୍ରମିତ ରୋଗୀଙ୍କ ପାଇଁ ଭେଣ୍ଟିଲେଟର ପ୍ରତିରକ୍ଷା ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ଅଙ୍ଗ ପାଲଟିଛି । ଏହାକୁ ଦୃଷ୍ଟିରେ ରଖି ଟେସଲା ସିଇଓ ଏହି ପଦକ୍ଷେପ ନେଇଛନ୍ତି ।

ଏହା ସହିତ ମସ୍କ ସୋମବାର ଆମେରିକାର ଏକ ଡାକ୍ତରଖାନାକୁ 50,000 N95 ସର୍ଜିକାଲ୍ ମାସ୍କ ଏବଂ ବିଭିନ୍ନ ଡାକ୍ତରୀ ସାମଗ୍ରୀ ଦାନ କରିଥିଲେ ।

ଟେସଲା ସିଇଓ ମାସ୍କ ଏକ ପ୍ରତିଶ୍ରୁତି ଦେଇଛନ୍ତି ଯେ ତାଙ୍କ କମ୍ପାନୀ N95 ସୁରକ୍ଷା ସ୍ତର ସହିତ 250,000 ମାସ୍କ ଡାକ୍ତରଖାନାକୁ ଦାନ କରିବେ । ସୋମବାର ଡାକ୍ତରୀ କର୍ମଚାରୀଙ୍କ ସ୍ବାସ୍ଥ୍ୟ ରକ୍ଷା ପାଇଁ ଡିଜାଇନ୍ ହୋଇଥିବା 50,000 ମାସ୍କ ଡା. କ୍ରିଷ୍ଟିନା ଆଡାମସ୍ ୱାଲଡୋର୍ଡଙ୍କୁ ପ୍ରଦାନ କରିଥିଲେ ।

ଜନ୍ ହପକିନ୍ସ ବିଶ୍ବବିଦ୍ୟାଳୟ ଅନୁଯାୟୀ ମଙ୍ଗଳବାର ସୁଦ୍ଧା ବିଶ୍ବ ସ୍ତରରେ ମୋଟ 381,499 କୋରୋନା ଭାଇରସ ସଂକ୍ରମଣ ଚିହ୍ନଟ ହୋଇଛି । ଯେଉଁଥିରେ 16,557 ଜଣଙ୍କର ମୃତ୍ୟୁ ଘଟିଛି । ଅତିକମରେ 101,794 ଲୋକ ସୁସ୍ଥ ହୋଇଥିବା ରିପୋର୍ଟରେ ଦର୍ଶାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.