ETV Bharat / international

ୟୁରୋପ, ହଂକଂ ପରେ ଆମେରିକାରେ ପ୍ରଥମ କୋରୋନା ପୁନଃସଂକ୍ରମଣ ରିପୋର୍ଟ

author img

By

Published : Aug 29, 2020, 2:11 PM IST

ହଂକଂ ଏବଂ ୟୁରୋପ ପରେ ଏବେ ଆମେରିକାରେ କୋରୋନାରେ ଥରେ ଆକ୍ରାନ୍ତ ହେବା ପରେ ପୁଣି ଥରେ ସଂକ୍ରମିତ ହେଉଥିବା ଦେଖିବାକୁ ମିଳିଛି ।

ଆମେରିକାରେ କୋରୋନାର ପୁନଃ ସଂକ୍ରମଣ
ୟୁରୋପ, ହଂକଂ ପରେ ଆମେରିକାରେ ପ୍ରଥମ କୋରୋନା ପୁନଃସଂକ୍ରମଣ ରିପୋର୍ଟ

ୱାଶିଂଟନ: ହଂକଂ ଏବଂ ୟୁରୋପ ପରେ ଏବେ ଆମେରିକାରେ କୋରୋନାରେ ଥରେ ଆକ୍ରାନ୍ତ ହେବା ପରେ ପୁଣି ଥରେ ସଂକ୍ରମିତ ହେଉଥିବା ଦେଖିବାକୁ ମିଳିଛି ।

ଆମେରିକାରେ କୋଭିଡ-19 ଲକ୍ଷଣ ଥିବା 25 ବର୍ଷ ବୟସ୍କା ରେନୋ ବ୍ୟକ୍ତି ପ୍ରଥମେ ଏପ୍ରିଲରେ ପଜିଟିଭ ଚିହ୍ନଟ ହେବା ପରେ ଏବେ ପୁଣି ଥରେ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେ ଦ୍ୱିତୀୟ ଥର ଅସୁସ୍ଥ ହେବା ପରେ ନିମୋନିଆରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଏପରିକି ତାଙ୍କୁ ଅକ୍ସିଜେନ ମଧ୍ୟ ଦିଆଯାଇଥିଲା ।

ନେଭାଡା ରାଜ୍ୟ ଜନସ୍ୱାସ୍ଥ୍ୟ ଲାବ୍ରୋଟୋରୀର ନିର୍ଦ୍ଦେଶକ ମାର୍କ ପାଣ୍ଡୋରି କହିଛନ୍ତି ଯେ ପ୍ରତ୍ୟେକ ସ୍ତରରେ ଜେନେଟିକ୍ ପରୀକ୍ଷଣରୁ ଜଣାପଡିଛି ଯେ ଭୂତାଣୁ ପ୍ରମୁଖ ଉପାୟରେ ସମାନ ରହିଥାଏ କିନ୍ତୁ ଅତି କମରେ 12ଟି ସ୍ପଟ୍‌ରେ ଭିନ୍ନ ରହୁଛି । ଫଳରେ ଦ୍ୱିତୀୟ ଥର ସଂକ୍ରମିତ ହେବାର ସମ୍ଭାବନା ରହୁଛି ।

ଅନୁସନ୍ଧାନଗୁଡିକ ଏପର୍ଯ୍ୟନ୍ତ ଅନ୍ୟ ବୈଜ୍ଞାନିକମାନଙ୍କ ଦ୍ୱାରା ପ୍ରକାଶିତ କିମ୍ବା ସମୀକ୍ଷା କରାଯାଇନାହିଁ, କିନ୍ତୁ ଏକ ଅନୁସନ୍ଧାନ ସାଇଟରେ ପୋଷ୍ଟ କରାଯାଇଛି ।

ପାଣ୍ଡୋରି କହିଛନ୍ତି ଯେ ଯଦି ଜଣେ ପୁନର୍ବାର ଅସୁସ୍ଥ ହେଉଛନ୍ତି ତେବେ ଏହା ଅତି ଗୁରୁତର ହୋଇପାରେ ବୋଲି ସେ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.