ETV Bharat / international

Afghanistan Crisis; ସରିଲା ବାୟୁସେନାର ଉଦ୍ଧାର କାର୍ଯ୍ୟ - indian air force

ଆଫଗାନିସ୍ତାନରୁ ଚାଲିଥିବା ଉଦ୍ଧାର କାର୍ଯ୍ୟରେ ପଡିଲା ପୂର୍ଣ୍ଣଚ୍ଛେଦ । ଅଧିକ ପଢନ୍ତୁ...

Afghanistan Crisis
Afghanistan Crisis
author img

By

Published : Aug 31, 2021, 2:50 PM IST

ନୂଆଦିଲ୍ଲୀ: ଆଫଗାନିସ୍ତାନରୁ ଚାଲିଥିବା ଉଦ୍ଧାର କାର୍ଯ୍ୟରେ ପଡିଲା ପୂର୍ଣ୍ଣଚ୍ଛେଦ । ଭାରତୀୟ ବାୟୁସେନା (Indian Air Force) ଚଳାଇଥିବା ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି । ଦୀର୍ଘ ୧୫ ଦିନ ଧରି ବାୟୁସେନାର ଅଧିକାରୀ ଆଫଗାନରେ ରହୁଥିବା ଭାରତୀୟଙ୍କ ସମେତ ଆଫଗାନ ନାଗରିକ (ଯେଉଁମାନେ ଦେଶ ଛାଡିବାକୁ ) ଚାହିଁଥିଲେ ତାଙ୍କୁ ଉଦ୍ଧାର କରି ଭାରତ ଫେରାଇ ଆଣିଛି ।

ଭାରତୀୟ ବାୟୁସେନା ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଆଫଗାନରେ ଥିବା ଭାରତୀୟଙ୍କୁ ଆଣିବା ପାଇଁ C-17 ଓ C-130J ଗ୍ଲୋବାଲ ମାଷ୍ଟର ସମେତ ଏୟାର ଇଣ୍ଡିଆର ଏକାଧିକ ବିମାନ ଲଗାଇଥିଲା ଭାରତ । ଏହାସହ କାବୁଲ ଓ ତାଜାକିସ୍ତାନ ବିମାନ ବନ୍ଦରକୁ ବ୍ୟବହାର କରିଥିଲା ଏୟାର ଫୋର୍ସ । ଉଦ୍ଧାର କାର୍ଯ୍ୟ ଶେଷ ହୋଇଥିବା ବେଳେ ସମସ୍ତ ବିମାନ ଓ ଗ୍ଲୋବାଲ ମାଷ୍ଟର ନିଜ ନିଜ ସ୍ଥାନକୁ ଫେରି ଆସିଛନ୍ତି ।

ଭାରତ ନିଜ ନାଗରିକଙ୍କୁ ଉଦ୍ଧାର ପାଇଁ ତାଜାକିସ୍ତାନର ଦୁଶାଁବେ ଏୟାର ବେସ ବ୍ୟବହାର କରୁଥିଲା । C-130 ବିମାନ ଯୋଗ କାବୁଲରୁ ଦୁଶାଁବେ ସ୍ଥାନାନ୍ତରଣ କରାଯାଉଥିଲା । ସେହି ଠାରୁ ଉଦ୍ଧାର ନାଗରିକଙ୍କୁ ନେଇ ଭାରତ ଆସୁଥିଲା ଗ୍ଲୋବାଲ ମାଷ୍ଟର । ଉଦ୍ଧାର କାର୍ଯ୍ୟରେ କନ୍ଦାହାର ସ୍ଥିତ ବାଣିଜ୍ୟ ଦୂତାବାସ ସମସ୍ତ ସହଯୋଗ କରିଥିଲା ।

ଖାଲି ଏତିକି ନୁହେଁ ଅପରେସନ ହେଉଥିବା ସମସ୍ତ ବିମାନ ବନ୍ଦରରେ ଆବଶ୍ୟକୀୟ କାର୍ଯ୍ୟ ପାଇଁ ବାୟୁସେନାର ଗରୁଡ କମାଣ୍ଡୋ ଓ ଆଇଟିବିପି ଯବାନ ମଧ୍ୟ ମୁତୟନ ହୋଇଥିଲେ । ତେବେ ଭାରତୀୟ ବାୟୁସେନା, ଏୟାର ଇଣ୍ଡିଆ, ସେନା, ବୈଦେଶିକ ମନ୍ତ୍ରଣାଳୟର ଅଧିକାରୀ ଓ ବିଦେଶୀ ଏଜେନ୍ସିଙ୍କ ମିଳିତ ଉଦ୍ୟମରେ ଭାରତ ନିଜର ସମସ୍ତ ନାଗରିକଙ୍କୁ ଉଦ୍ଧାର କରିଛି । ତେବେ ଯଦି କିଛି ନାଗରିକ ଥିବେ କିମ୍ବା ଆଫଗାନର କୌଣସି ସଂଖ୍ୟାଲଘୁ ନାଗରିକ ଭାରତରେ ଶରଣ ନେବାକୁ ଚାହୁଁଥିବେ ସେମାନଙ୍କୁ ମଧ୍ୟ ଉଦ୍ଧାର କରାଯିବ ବୋଲି ବୈଦେଶିକ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.