ETV Bharat / international

କ୍ରୀଡା, ପର୍ଯ୍ୟଟନ ଓ ଇତିହାସର ଅଦ୍ଭୁତ ସଙ୍ଗମ ‘ୟୋସିମିଟ ଜାତୀୟ ଉଦ୍ୟାନ’

author img

By

Published : Sep 21, 2020, 2:17 PM IST

ମୁଖ୍ୟତଃ ନିଜ ଆକର୍ଷଣୀୟ ଜଳପ୍ରପାତ ପାଇଁ ଅନ୍ତର୍ଜାତୀୟସ୍ତରରେ ଖ୍ୟାତି ଅର୍ଜନ କରିଥିବା ୟୋସିମିଟ ଜାତୀୟ ଉଦ୍ୟାନର ଅନ୍ୟତମ ଆକର୍ଷଣ ହେଉଛି ଏଠାରେ ଥିବା ବିରାଟକାୟ ପଥର ଖଣ୍ଡ । ଏହାବ୍ୟତୀତ ଏହି ସ୍ଥାନର ଇତିହାସ ଏହି ସ୍ଥାନକୁ ଅଧିକ ଖାସ କରିଥାଏ । ଜାଣନ୍ତୁ କ’ଣ ରହିଛି ୟୋସିମିଟର ସ୍ବତନ୍ତ୍ରତା:

yosemite national park, unknown fact, unknown fact on yosemite national park, ୟୋସିମିଟ ଜାତୀୟ ଉଦ୍ୟାନ, ଅଜଣା କଥା, ୟୋସିମିଟ ଜାତୀୟ ଉଦ୍ୟାନ ଅଜଣା କଥା
ଫଟୋ ସୌଜନ୍ୟ @https://www.gousa.in/destination/yosemite-national-park

ପ୍ରକୃତିର ଗନ୍ତାଘରେ ଭରି ରହିଛି ଅନେକ ଉପହାର । କେତେବେଳେ ଏହା ମଣିଷକୁ ନିଜ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଆକର୍ଷିତ କରିଥାଏ ତ କେତେବେଳେ ପୁଣି ଏହା ନିଜର ଭିନ୍ନ ସଂରଚନାକୁ ନେଇ ମଣିଷକୁ ଆଶ୍ଚର୍ଯ୍ୟ କରିଦିଏ । ଏହି ପରି ଏକ ଚିତ୍ତାକର୍ଷକ ଓ ପର୍ଯ୍ୟଟକଙ୍କ ମନ ମୋହିଲା ଭଳି ସ୍ଥାନ ହେଉଛି ଆମେରିକାର କାଲିଫର୍ଣ୍ଣିଆସ୍ଥିତ ୟୋସିମିଟ ଜାତୀୟ ଉଦ୍ୟାନ । ଏହା ନା ଯେ କେବଳ ପର୍ଯ୍ୟଟକଙ୍କୁ ଏକ ସ୍ମରଣୀୟ ଅନୁଭୂତି ଦିଏ ବରଂ ଏହା ପ୍ରକୃତିର କୋଳରେ ରହି ଏହାର ମଜା ଉଠାଇବା ପାଇଁ ମଧ୍ୟ ବେଶ ଉପାଦେୟ । ଏହି ଜାତୀୟ ଉଦ୍ୟାନରେ ଥିବା ୟୋସିମିଟ ଭ୍ୟାଲି ମଧ୍ୟ ପର୍ଯ୍ୟଟନ କ୍ଷେତ୍ରର ଏକ ବେଶ ଜଣାଶୁଣା ନାମ ।

ମୁଖ୍ୟତଃ ନିଜ ଆକର୍ଷଣୀୟ ଜଳପ୍ରପାତ ପାଇଁ ଅନ୍ତର୍ଜାତୀୟସ୍ତରରେ ଖ୍ୟାତି ଅର୍ଜନ କରିଥିବା ୟୋସିମିଟ ଜାତୀୟ ଉଦ୍ୟାନର ଅନ୍ୟତମ ଆକର୍ଷଣ ହେଉଛି ଏଠାରେ ଥିବା ବିରାଟକାୟ ପଥର ଖଣ୍ଡ । ଏହାବ୍ୟତୀତ ଏହି ସ୍ଥାନର ଇତିହାସ ଏହି ସ୍ଥାନକୁ ଅଧିକ ଖାସ କରିଥାଏ । ଜାଣନ୍ତୁ କ’ଣ ରହିଛି ୟୋସିମିଟର ସ୍ବତନ୍ତ୍ରତା:

ଆମେରିକାର ପ୍ରଥମ ଜାତୀୟ ଉଦ୍ୟାନ:

ସଂରକ୍ଷମବାଦୀ ଗ୍ୟାଲେନ କ୍ଲାର୍କଙ୍କୁ ମୁଖ୍ୟତଃ ଏହି ଉଦ୍ୟାନର ଆବିଷ୍କାରକ କୁହାଯାଉଥିବା ବେଳେ ଏହା ପଛରେ ରହିଛି ଛୋଟିଆ ରହସ୍ୟ । ବାସ୍ତବରେ କ୍ଲାର୍କଙ୍କ ପୂର୍ବରୁ ଏହି ସ୍ଥାନଟିକୁ ଅନ୍ୟ ଜଣେ ବ୍ୟକ୍ତି ଚିହ୍ନଟ କରିଥିଲେ । କ୍ଲାର୍କ ତାଙ୍କ ସହ ଭେଟିବା ପରେ ସେ ଏହି ସ୍ଥାନଟିକୁ ଏକ ଉଦ୍ୟାନର ମାନ୍ୟତା ଦେଇ ଜାତୀୟ ଦରବାରରେ ପରିଚିତ କରାଇଥିଲେ । 1864 ମସିହାରେ ଆବ୍ରାହମ ଲିଙ୍କନ ଏହି ସ୍ଥାନଟିକୁ କାଲିଫର୍ଣ୍ଣିଆ ଅନ୍ତର୍ଭୁକ୍ତ କରିଥିବା ବେଳେ ଏହାର 2 ବର୍ଷ ପରେ କ୍ଲାର୍କଙ୍କୁ ଉଦ୍ୟାନର ଜନକ ଭାବେ ଆଖ୍ୟା ଦିଆଯାଇଥିଲା ।

ଏହି ଉଦ୍ୟାନକୁ ଅଧିକ ଜୀବନ୍ତ କରିବା ପାଇଁ ଏଠାରେ ବୃକ୍ଷ ରୋପଣ ସହ ଏଠାକୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ବେଶ ସୁରୁଖୁରୁରେ ସମ୍ଭାଳି ଥିଲେ କ୍ଲାର୍କ । ଏହି ସ୍ଥାନଟି ତାଙ୍କର ଏତେ ପସନ୍ଦର ଥିଲା କି ତାଙ୍କର ମୃତ୍ୟୁ ପରେ ମର ଶରୀରକୁ ଏହାର ଜଙ୍ଗଲରେ ହିଁ ପୋତା ଯାଇଥିଲା ।

ଏକ ନିର୍ଦ୍ଦିଷ୍ଟ ସମୟରେ ଆଲୋକିତ ହୁଏ ଉଦ୍ୟାନର ଝରଣା:

ଏହାର ସ୍ଥିତି ଏପରି ସ୍ଥାନରେ ରହିଛି କି ବର୍ଷର ଏକ ନିର୍ଦ୍ଦିଷ୍ଟ ସମୟରେ ଏଠାରେ ଦେଖିବାକୁ ମିଳେ ପ୍ରକୃତିର ନିଆରା ଦୃଶ୍ୟ । ଫେବୃଆରୀ ମାସ ମଧ୍ୟଭାଗରେ ଏଠାରେ ଠିକ ସନ୍ଧ୍ୟା ସମୟରେ ଆଲୋକିତ ହୁଏ ଝରଣା । ସୂର୍ଯ୍ୟାସ୍ତ ସମୟରେ ଘୋଡା ଲାଞ୍ଜ ବା ହର୍ସଟେଲ ବୋଲାଉଥିବା ଝରଣାଟି ଏକ ରଙ୍ଗୀନ ରିବନ ପରି ଦେଖାଯାଏ । ଲାଗେ ଯେମିତି ଏହାର ଲାଞ୍ଜରେ କେହି ନିଆଁ ଲଗାଇ ଦେଇଛି ।

ପଥର ଚଢା ବା ରକ କ୍ଲାଇମ୍ବିଂ କ୍ରୀଡାର ଜନ୍ମସ୍ଥାନ:

ୟୋସିମିଟ ଜାତୀୟ ଉଦ୍ୟାନରେ ରହିଛି ଗ୍ରାନାଇଟ ଖାଦାନ ଭରା ପାହାଡ । ବିଶ୍ବାସ କରାଯାଏ କି ରକ କ୍ଲାଇମ୍ବିଂ କ୍ରୀଡା ଏହିଠାରୁ ହିଁ ସୃଷ୍ଟି । ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ଏହି ସ୍ଥାନରେ ରକ କ୍ଲାଇମ୍ବିଂ କ୍ରୀଡା ପାଇଁ ପର୍ଯ୍ୟଟକ ଓ କ୍ରୀଡାବିତ୍‌ଙ୍କ ଭିଡ ବିଶେଷ ପିରଲକ୍ଷିତ ହେଉଥିଲା । ତେବେ 2003 ମସିହାରେ ଏହି ସ୍ଥାନଟି ନ୍ୟାସନାଲ ରେଜିଷ୍ଟର ଅଫ ହିଷ୍ଟୋରିକ ପ୍ଲେସେସରେ ସ୍ଥାନୀତ ହୋଇଥିଲା ।

ବଫାଲୋ ଜବାନ ଥିଲେ ଉଦ୍ୟାନର ପ୍ରଥମ ଜଗୁଆଳୀ:

1899 ମସିହାରେ ଆଫ୍ରିକାନ-ଆମେରିକୀୟ ସେନା ବଫାଲୋ ଜବାନମାନଙ୍କୁ ୟୋସିମିଟ ଉଦ୍ୟାନର ଦେଖାଶୁଣା ଦାୟିତ୍ବ ଦିଆଯାଇଥିଲା । ଏମାନଙ୍କୁ ନିୟୋଜିତ କରିବା ପଛରେ ଉଦ୍ଦେଶ୍ୟ ଥିଲା ପ୍ରାକୃତିକ ଦୈବିପାକରୁ ଉଦ୍ୟାନକୁ ରକ୍ଷା ଦେବା ସହ ଏହାକୁ ସମସ୍ତ ପ୍ରକାରର ସୁରକ୍ଷା ପ୍ରଦାନ କରିବା ।

ଯୁଦ୍ଧକାଳୀନ ହସ୍ପିଟାଲ ଏବେ ପ୍ରସିଦ୍ଧ ହୋଟେଲ:

ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ସ୍ଥାନରେ ପର୍ଯ୍ୟଟକଙ୍କ ରହିବା ପାଇଁ କୌଣସି ବ୍ୟବସ୍ଥା ରହିନଥିଲା । 1920 ମସିହାର ପ୍ରାରମ୍ଭିକ ସମୟରେ ଏନେଇ ପ୍ରଥମେ ଅହୱାହନି ହୋଟେଲ ସ୍ଥାପନ ନେଇ ଯୋଜନା ଆରମ୍ଭ ହୋଇଥିଲା । ଏହି ହୋଟେଲରେ ସମସ୍ତ ସୁବିଧା ସହ ରହିବା ଓ ଖାଇବାର ବ୍ୟାପକ ବନ୍ଦୋବସ୍ତ କରିବାର ଯୋଜନା ଥିଲା । ଏହି ଯୋଜନା ଅନୁଯାୟୀ କାର୍ଯ୍ୟ ଆରମ୍ଭ ହେଲା, କିନ୍ତୁ ଯୁଦ୍ଧା ଯୋଗୁଁ ଏହି ସ୍ଥାନକୁ ସେ ସମୟରେ ପ୍ରାଥମିକ ଭାବେ ଯୁଦ୍ଧକାଳୀନ ହସ୍ପିଟାଲ ଭାବେ ବ୍ୟବହାର କରାଯାଇଥିଲା ।

ଲଟେରୀରେ ବାଛି ହେବ ନିଜ କ୍ୟାମ୍ପ:

ଛୁଟିରେ ସମୟ ବିତାଇବା ପାଇଁ ପର୍ଯ୍ୟଟକ କ୍ୟାମ୍ପକୁ ଖୁବ ପସନ୍ଦ କରିଥାଆନ୍ତି । ଏଥିପାଇଁ କ୍ୟାମ୍ପ ସାଇଟ ଖୋଜିବା ଏକ କଷ୍ଟକର ବ୍ୟାପାର । ଯାହାକୁ ଦୂର କରିବା ପାଇଁ ୟୋସିମିଟ ଉଦ୍ୟାନରେ ରହିଛି ସମସ୍ତ ସୁବିଧା ସୁଯୋଗ ସହ ଏକାଧିକ କ୍ୟାମ୍ପ । ତେବେ ପର୍ଯ୍ୟଟକ କେଉଁ କ୍ୟାମ୍ପକୁ ଯିବେ ସେଥିପାଇଁ ସେମାନଙ୍କୁ ଲଟେରୀ ଉଠାଇବାକୁ ପଡିଥାଏ । ଲଟେରୀରେ ଯେଉଁ କ୍ୟାମ୍ପ ନମ୍ବର ଆସିବ ପର୍ଯ୍ୟଟକମାନେ ସେଠାରେ ଯାଇ ରହିପାରିବେ ।

ଭ୍ରମ ସୃଷ୍ଟି କରେ ସୋଡା ସ୍ପ୍ରିଙ୍ଗ:

ଉନବିଂଶ ଶତାବ୍ଦୀର ଶେଷ ପର୍ଯ୍ୟାୟରେ ଜନ ବାପଟିଷ୍ଟ ଲେମ୍ବର୍ଟ ଏଠାରେ ସ୍ଥାପନ କରିଥିଲେ ସୋଡା ସ୍ପ୍ରିଙ୍ଗ କ୍ୟାବିନ । ଏହି କ୍ୟାବିନରେ ସୋଡା ସାଇତି ରଖାଯାଇଥାଏ । ଏଥିରେ ଛାତ ନଥିବା ବେଳେ ଏଠାରେ ଦୀର୍ଘ ଦିନ ଧରି ସୋଡାକୁ ସାଇତି ରଖାଯାଇଥାଏ । ଅନେକ ଭାବନ୍ତି କି ମଦ୍ୟପାନ କରିବା ପାଇଁ ଏହି ସ୍ଥାନଟିକୁ ନିର୍ମାଣ କରାଯାଇଛି । ବାସ୍ତବରେ କିନ୍ତୁ ଏହାକୁ ସୋଡା ସଂରକ୍ଷଣ ପାଇଁ ପ୍ରସ୍ତୁତ କରାଯାଇଥିଲା ।

ଶୀତ କାଳୀନ କ୍ରୀଡା ପାଇଁ ବିଶ୍ବସ୍ତରୀୟ ସ୍ଥାନ ୟୋସିମିଟ:

ମୁଖ୍ୟତଃ ଗ୍ରୀଷ୍ଟ ସମୟରେ ପର୍ଯ୍ୟଟନସ୍ଥଳୀ ଭାବେ ଜଣା ଯାଉଥିବା ୟୋସିମିଟ ବିଂଶ ଶତାବ୍ଦୀର ପ୍ରାରମ୍ଭିକ ସମୟରେ ଶୀତ କାଳୀନ କ୍ରୀଡ ପାଇଁ ଏକ ପସନ୍ଦର ଜାଗାରେ ପରିଣତ ହୋଇଥିଲା । ଏହି ସ୍ଥାନ ବିଶ୍ବସ୍ତରୀୟ କ୍ରୀଡା ଆୟୋଜନ ପାଇଁ ସର୍ବୋତ୍କୃଷ୍ଟ ହୋଇଥିବାରୁ ଏଠାରେ 1932 ୱିଣ୍ଟର ଅଲିମ୍ପିକ୍ସର ଆୟୋଜନ କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.