ETV Bharat / international

ଆମେରିକାରେ ହ୍ରାସ ପାଉଛି ମୃତ୍ୟୁ ହାର, ସଂକ୍ରମଣ ସଂଖ୍ୟା ସ୍ଥିର

author img

By

Published : Jun 18, 2020, 1:03 PM IST

ଆମେରିକାରେ ପୂର୍ବ ଅପେକ୍ଷା ମୃତ୍ୟୁ ସଂଖ୍ୟା କମ ହେଉଥିବାବେଳେ, ସଂକ୍ରମଣ ସଂଖ୍ୟା କିନ୍ତୁ ବୃଦ୍ଧି ପାଇବାରେ ଲାଗିଛି । ଅଧିକ ପଢନ୍ତୁ....

ଆମେରିକାରେ ହ୍ରାସ ପାଉଛି ମୃତ୍ୟୁ ହାର, ସଂକ୍ରମଣ ସଂଖ୍ୟା ସ୍ଥିର
ଆମେରିକାରେ ହ୍ରାସ ପାଉଛି ମୃତ୍ୟୁ ହାର, ସଂକ୍ରମଣ ସଂଖ୍ୟା ସ୍ଥିର

ୱାଶିଂଟନ: ଆମେରିକାରେ ତାଣ୍ଡବ ରଚିଥିବା କୋରୋନାରେ ମୃତ୍ୟୁ ସଂଖ୍ୟା ଏବେ କମ ହେବାରେ ଲାଗିଛି । ହେଲେ ଦେଶରେ ଦିନକୁ ଦିନ ସଂକ୍ରମଣ ସଂଖ୍ୟା ବୃଦ୍ଧି ମୁଣ୍ଡ ବନ୍ଧାର କାରଣ ପାଲଟିଛି । ଗତ 24 ଘଣ୍ଟାରେ 25 ହଜାର 557ଟି ନୂଆ ପଜିଟିଭ ମାମଲା ରିପୋର୍ଟ ହୋଇଥିବାବେଳେ ଏଥିରେ 809 ଜଣଙ୍କର ମୃତ୍ୟୁ ହୋଇଛି ।

ଜନହପକିନ୍ସ ଅନୁଯାୟୀ, ଗୁରୁବାର ସକାଳ ସୁଦ୍ଧା ଆମେରିକାରେ ମହାମାରୀ କୋରୋନା ଭାଇରସରେ ସଂକ୍ରମିତଙ୍କ ସଂଖ୍ୟା 21 ଲକ୍ଷ 63 ହଜାର 290କୁ ବୃଦ୍ଧି ପାଇଛି । ଏଥି ସହିତ 1ଲକ୍ଷ 17 ହଜାର 717 ଜଣଙ୍କର ମୃତ୍ୟୁ ଘଟିଛି । ଯାହା କୁହାଯାଉଛି ଯେ, ପ୍ରଥମ ବିଶ୍ବଯୁଦ୍ଧ ସମୟରେ ପ୍ରାଣହାନୀ ଘଟିଥିବା ଲୋକଙ୍କ ସଂଖ୍ୟା ଠାରୁ ବେଶ ଅଧିକ ରହିଛି ।

ତେବେ ଏହି ମହାମାରୀରେ 9 ଲକ୍ଷ 15 ହଜାର ଲୋକ ମଧ୍ୟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହା ବ୍ୟତୀତ 11 ଲକ୍ଷ 98 ହଜାରଟି ମାମଲା ସକ୍ରିୟ ରହିଛି । ଯୁକ୍ତରାଷ୍ଟ୍ରରେ କୋରୋନା ସଂକ୍ରମିତ ଲୋକଙ୍କ ମଧ୍ୟରୁ 6 ପ୍ରତିଶତ ଲୋକଙ୍କର ମୃତ୍ୟୁ ହୋଇଛି। 41 ପ୍ରତିଶତ ଲୋକ ଏହି ମହାମାରୀରେ ସୁସ୍ଥ ହୋଇଛନ୍ତି ।

ସୁବୁଠୁ ପ୍ରଭାବିତ ହୋଇଥିବା ସହର ନ୍ୟୁୟର୍କରେ ସର୍ବାଧିକ 4 ଲକ୍ଷ 6 ହଜାର 367 ରହିଛି । ଏଥିରେ 30 ହଜାର 939 ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ, 69 ହଜାରରୁ ଊର୍ଦ୍ଧ୍ବ ସୁସ୍ଥ ହୋଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.