ETV Bharat / international

ଟ୍ରମ୍ପଙ୍କ ପ୍ରଚାର କାର୍ଯ୍ୟରେ ନିୟୋଜିତ 6 କର୍ମଚାରୀ କୋରୋନା ପଜିଟିଭ୍ - କୋରୋନା ଭାଇରସ

ନିର୍ବାଚନୀ ପ୍ରଚାର ପୂର୍ବରୁ ଟ୍ରମ୍ପଙ୍କୁ ବଡ ଝଟକା। ରାଷ୍ଟ୍ରପତି ନିର୍ବାଚନ ପାଇଁ ଟ୍ରମ୍ପଙ୍କ ନିର୍ବାଚନ ପ୍ରସ୍ତୁତୀ କାର୍ଯ୍ୟକ୍ରମ ନିର୍ଦ୍ଧାରଣ କରୁଥିବା 6 କର୍ମଚାରୀଙ୍କ କୋରୋନା ରିପୋର୍ଟ ପଜିଟିଭ୍।

ଟ୍ରମ୍ପଙ୍କ ପ୍ରଚାର କାର୍ଯ୍ୟରେ ନିୟୋଜିତ 6 କର୍ମକର୍ତ୍ତା କୋରୋନା ପଜିଟିଭ୍

author img

By

Published : Jun 21, 2020, 2:14 PM IST

ୱାଶିଂଟନ: ନିର୍ବାଚନୀ ପ୍ରଚାର ପୂର୍ବରୁ ଟ୍ରମ୍ପଙ୍କୁ ବଡ ଝଟକା। ରାଷ୍ଟ୍ରପତି ନିର୍ବାଚନ ପାଇଁ ଟ୍ରମ୍ପଙ୍କ ନିର୍ବାଚନ ପ୍ରସ୍ତୁତୀ କାର୍ଯ୍ୟକ୍ରମ ନିର୍ଦ୍ଧାରଣ କରୁଥିବା 6 କର୍ମଚାରୀଙ୍କ କୋରୋନା ରିପୋର୍ଟ ପଜିଟିଭ୍। ଏହି ଖବର ପରେ ଟ୍ରମ୍ପଙ୍କ ନିର୍ବାଚନୀ ପ୍ରଚାର ନେଇ ଟେନସନ ବଢିଯାଇଛି। କୋରୋନା କାଳରେ ରାଷ୍ଟ୍ରପତି ଟ୍ରମ୍ପ ନିର୍ବାଚନୀ ପ୍ରଚାର ପାଇଁ ଅଣ୍ଟା ଭିଡିଥିଲେ।

ଶନିବାର ଟ୍ରମ୍ପଙ୍କ ନିର୍ବାଚନ ପ୍ରଚାର ତୁଲସା ଓକଲାହୋମାରେ କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା। ହେଲେ କାର୍ଯ୍ୟକ୍ରମ ଦାୟିତ୍ବରେ ଥିବା 6 କର୍ମଚାରୀ କୋରୋନା ଭୂତାଣୁରେ ସଂକ୍ରମିତ ହେବା ପରେ ଏହାକୁ ବାତିଲ କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ନିର୍ବାଚନ ପ୍ରଚାର ଅଭିଯାନ ନିର୍ଦ୍ଦେଶକ ଟିମ ମୃତଗ।

ସୂଚନା ଥାଉକି , ରାଷ୍ଟ୍ରପତିଙ୍କ ନିର୍ବାଚନ ରାଲି ପୂର୍ବରୁ ଶତାଧିକଙ୍କ କୋରୋନା ପରୀକ୍ଷା କରାଯାଇଥିଲା। ମାର୍ଚ୍ଚ ୨ ତାରିଖରୁ ତାଙ୍କର ପ୍ରଥମ ଏବଂ ଅଭିଯାନ ଯୋଗାଯୋଗ ନିର୍ଦ୍ଦେଶକ ଟିମ୍ ମୃତଗ କହିଛନ୍ତି ଯେ ପ୍ରଥମ ଦଳର ସଦସ୍ୟଙ୍କ ମଧ୍ୟରୁ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା। ଏବଂ ତୁରନ୍ତ ସେମାନଙ୍କୁ କଣ୍ଟେନମେଣ୍ଟରେ ରଖାଯାଇଥିଲା।

ମୃତଗ ଏକ ବିବୃତ୍ତିରେ କହିଛନ୍ତି ଯେ, କୌଣସି କୋଭିଡ୍ ପଜିଟିଭ୍ କର୍ମଚାରୀ କିମ୍ବା ତାଙ୍କ ଯୋଗାଯୋଗରେ ଥିବା ବ୍ୟକ୍ତି ଏହି ରାଲିରେ ଉପସ୍ଥିତ ରହିବେ ନାହିଁ। ତେବେ କୋରୋନା ପଜିଟିଭ୍ ଆସିଥିବା 6 ଜଣ ବ୍ୟକ୍ତିଙ୍କ ମଧ୍ୟରୁ 2 ଜଣ ସିକ୍ରେଟ୍ ସର୍ଭିସ୍ ଏଜେଣ୍ଟ ଭାବେ କାର୍ଯ୍ୟରତ।

ଟ୍ରମ୍ପ, ହ୍ବାଇଟ ହାଉସ ଏବଂ ରାଷ୍ଟ୍ରପତିଙ୍କ ପୁନଃ ନିର୍ବାଚନ ପ୍ରଚାର ସଂଗଠନ ତୁଲସର ଏକ 19,000 ସିଟ୍ ବିଶିଷ୍ଟ ଏକ ମଞ୍ଚରେ ଆୟୋଜନ କରି ସମାଲୋଚିତ ହୋଇଥିବା ବେଳେ ଏହି ଚିନ୍ତାଜନକ ଖବର ଆସିଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.