ETV Bharat / international

ମେକ୍ସିକୋରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ, 6 ଯବାନ ଶହୀଦ

author img

By

Published : Feb 22, 2021, 7:23 AM IST

ମେକ୍ସିକୋରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ଏଥିରେ 6 ଜଣ ଯବାନ ଶହୀଦ ହୋଇଛନ୍ତି । ଅଧିକ ପଢନ୍ତୁ...

ମେକ୍ସିକୋ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ, 6 ସୈନ୍ୟ ଶହୀଦ

ମେକ୍ସିକୋ ସିଟି: ଗତ ରବିବାର ମେକ୍ସିକାନ ବାୟୁସେନାର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ 6 ଜଣ ସୈନ୍ୟ ଶହୀଦ ହୋଇଛନ୍ତି । ତେବେ ଏହି ଅଘଟଣ ଭେରାକ୍ରୁଜ ରାଜ୍ୟର ଇମିଲିଆନୋ ଜାପାତା ମୁନିସିପାଲିଟି ଅଞ୍ଚଳରେ ଘଟିଥିବା ଜାତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ(ସେଡେନା) ପକ୍ଷରୁ ସୂଚନା ମିଳିଛି ।

ରବିବାର ସକାଳ ସମୟରେ ଏଲ ଲେନ୍ସେରୋ ବିମାନ ବନ୍ଦରରୁ ଯାତ୍ରା ଆରମ୍ଭ କରିଥିବା LearJet 45 ଦୁର୍ଘଟଣାଗ୍ରସ୍ତ ହୋଇଥିବା ସେଡେନା ସୂଚନା ଦେଇଛି । ଏହି ବିମାନର ରେଜିଷ୍ଟ୍ରେସନ ନମ୍ବର 3912 ବୋଲି ଜଣାପଡିଛି ।

ଏହି ଦୁର୍ଘଟଣାର କାରଣ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିନଥିବା ବେଳେ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ତଦନ୍ତ ପ୍ରକ୍ରିୟାରେ ଜୁଡିସିଆଲ କମିଶନ, ଯାଞ୍ଚ ଏବଂ ସେନାର ଜେନେରାଲ୍ ଓ ବାୟୁସେନାଙ୍କୁ ନିୟୋଜିତ କରାଯାଇଥିବା ସେଡେନା ସୂଚନା ଦେଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.