ଅକଲାଣ୍ଡ: ନ୍ୟୁଜିଲାଣ୍ଡରୁ ହଟୁନି ବିପଦ । ଭୂମିକମ୍ପ ପରେ ଭୂମିକମ୍ପରେ ଥରୁଛି ଦେଶ । ଗତ ଗୁରୁବାର ଦିନ 8.1 ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିବାବେଳେ ଆଜି ପୁଣି ଭୂମିକମ୍ପ ଅନୁଭୂତ ହୋଇଛି ।
ରିକ୍ଟର ସ୍କେଲରେ ଏହାର ତୀବ୍ରତା 6.3 ରହିଛି । ଏନେଇ ୟୁଏସ ଜିଓଲୋଜିକାଲ ସର୍ଭେ ପକ୍ଷରୁ ସୂଚନା ଦିଆଯାଇଛି । ମଧ୍ୟରାତ୍ରିରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିବାବେଳେ ଏଥିରେ କୌଣସି କ୍ଷୟକ୍ଷତି ହୋଇଥିବାର ସୂଚନା ମିଳିନାହିଁ ।
ସେହିପରି ସୁନାମୀର ମଧ୍ୟ ଆଲର୍ଟ ନାହିଁ । ସୂଚନାଥାଉକି, କିଛି ଦିନ ହେବ ନ୍ୟୁଜଲାଣ୍ଡରେ ଭୂମିକମ୍ପ ଅନୁଭୂତ ହେଉଛି । ଗତ ଗୁରୁବାର ଦିନ 8.1 ତୀବ୍ରତାର ଭୂମିକମ୍ପ ହୋଇଥିବାବେଳେ ଏଥିରେ ସୁନାମୀ ଆଲର୍ଟ ଥିଲା ।