ETV Bharat / international

32 ଦିନର ସଂଘର୍ଷ, ନୂଆ ଜୀବନ ପାଇଲା 5 ମାସର ଶିଶୁ - ନୂଆ ଜୀବନ ପାଇଲା 5 ମାସର ଶିଶୁ

ବ୍ରାଜିଲରେ ଏକ 5 ମାସର ଶିଶୁ କୋରୋନା ଆକ୍ରାନ୍ତ ହେବା ପରେ ସେ କୋମାରେ ଏକ ମାସରୁ ଉର୍ଦ୍ଧ୍ବ ସଂଘର୍ଷ କରିଥିଲା । ଏହାପରେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛି । ଅଧିକ ପଢନ୍ତୁ...

32 ଦିନର ସଂଘର୍ଷ, ନୂଆ ଜୀବନ ପାଇଲା 5 ମାସର ଶିଶୁ

author img

By

Published : Jun 1, 2020, 10:30 AM IST

ବ୍ରାସିଲିଆ: ​ବ୍ରାଜିଲରେ ​କୋରୋନା ଭାଇରସ ପ୍ରକୋପ ଜାରି ରହିଛି । ଏପରି ସମୟରେ ଏକ 5 ମାସର ଶିଶୁ କୋରୋନାକୁ ହରାଇବାରେ ସକ୍ଷମ ହୋଇଛି । ଡୋମ ନାମକ ଏହି ଶିଶୁ ପ୍ରାୟ ଏକ ମାସ ଧରି କୋମାରେ ରହିଥିଲା । କିନ୍ତୁ ଡାକ୍ତରଙ୍କ କଠିନ ପରିଶ୍ରମ ଯୋଗୁଁ ଶିଶୁଟି ନୂଆ ଜୀବନ ଲାଭ କରିଛି ।

ଜନ୍ମର କିଛି ଦିନ ପରେ, ପିଲାଟି କୋଭିଡ-19ରେ ଆକ୍ରାନ୍ତ ହୋଇଥିଲା । ତାଙ୍କୁ ଚିକିତ୍ସା ପାଇଁ ରିଓ-ଡି-ଜେନେରିଓ ର ପ୍ରୋ-କାର୍ଡିଆକୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଯେଉଁଠାରେ ସେ 54 ଦିନ ରହିଥିବାବେଳେ, 32 ଦିନ କୋମାରେ ଭେଣ୍ଟିଲେଟରରେ ରହିଥିଲେ ।

ଡୋମର ପିତା ୱୈଗନର ଆଣ୍ଡ୍ରେଡ କହିଛନ୍ତି ଯେ, 'ଶିଶୁ ଟିକୁ ପ୍ରଥମେ ନିଶ୍ୱାସ ନେବାରେ ଅସୁବିଧା ହେଉଥିବା ଦେଖିବାକୁ ମିଲିଥିଲା । ଡାକ୍ତରମାନେ ଭାବିଲେ ଏହା ଜୀବାଣୁ ସଂକ୍ରମଣ ବୋଲି, କିନ୍ତୁ ଔଷଧ ସତ୍ତ୍ବେ କୌଣସି ଉନ୍ନତି ହୋଇନଥିଲା । ଏହାପରେ ଆମେ ତାକୁ ଡାକ୍ତରଖାନାକୁ ଆଣିଥିଲୁ। ଏହାପରେ ପରୀକ୍ଷା ପରେ ଜଣାପଡିଲା ଯେ, ଶିଶୁଟି କୋରୋନା ପଜିଟିଭ ଅଛି' ।

ସୂଚନାମୁତାବକ, ୱୈଗନର ଏବଂ ତାଙ୍କ ପତ୍ନୀ ଡୋମଙ୍କୁ ନେଇ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ, ଯେଉଁଠି ସେ କୋରୋନା ଦ୍ବାରା ସଂକ୍ରମିତ ହୋଇଥିଲେ । ଡୋମ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ବହୁତ ଖୁସି ଅଛନ୍ତି ଉଭୟ ବାପା ଓ ମାଆ । ଡୋମର ମାତା ଭିଭିଆନେ ମୋଣ୍ଟେଇରୋ ଏହାକୁ ଏକ ଚମତ୍କାର ବୋଲି କହିଛନ୍ତି । ସେ କହିଛନ୍ତି, 'ଡୋମର ସୁସ୍ଥ ହେବା ଆମ ପାଇଁ କିଛି ଚମତ୍କାରରୁ କମ ନୁହେଁ । ଯେତେବେଳେ ଆମେ ଜାଣିବାକୁ ପାଇଲୁ ଯେ, ଶିଶୁ ଟି ଯେତବେଳେ କୋରୋନା ସଂକ୍ରମିତ ହୋଇଛି, ଆମେ ସେତବେଳେ ଦୁଃଖରେ ଭାଙ୍ଗିପଡିଥିଲୁ । ଆମେ କଣ କରିବା ବୁଝିପାରି ନଥିଲୁ । କିନ୍ତୁ ଶେଷରେ ଭଗବାନ ଆମର ପ୍ରାର୍ଥନା ଶୁଣିଲେ'।

ଡାକ୍ତରଙ୍କ କହିବାନୁସାରେ, ଡୋମ ବର୍ତ୍ତମାନ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି ଏବଂ ଶୀଘ୍ର ହସ୍ପିଟାଲରୁ ଡିସଚାର୍ଜ ହେବ । ଡୋମଙ୍କ ପିତା କହିଛନ୍ତି ଯେ, ଜୁନ 14ରେ ତାଙ୍କ ପୁଅକୁ 6 ମାସ ହେବ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.