ETV Bharat / international

ଗୁଆଟେମାଲାରେ ବ୍ୟାତା 'ଏଟା' ତାଣ୍ଡବ: 4 ମୃତ, 2 ନିଖୋଜ - 4-dead-2-missing-in-guatemala

'ଏଟା' ପ୍ରଭାବରେ ସେଣ୍ଟ୍ରାଲ ଆମେରିକାର ପ୍ରବଳ ବର୍ଷା । ଏହାର ପ୍ରଭାବରେ ଗୁଆଟେମାଲାରେ ଅତି କମରେ 4 ଜଣଙ୍କର ମୃତ୍ୟୁ ସହ 2 ଜଣ ନିଖୋଜ ଅଛନ୍ତି। ଅଧିକ ଖବର ପଢନ୍ତୁ...

ଗୁଆଟେମାଲାରେ ବ୍ୟାତା 'ଏଟା' ତାଣ୍ଡବ:  4 ମୃତ, 2 ନିଖୋଜ

author img

By

Published : Nov 6, 2020, 8:25 AM IST

ୱାସିଂଟନ୍: ଟ୍ରପିକାଲ୍ ଡିପ୍ରେସନ୍ 'ଏଟା' ପ୍ରଭାବରେ ସେଣ୍ଟ୍ରାଲ ଆମେରିକାର ପ୍ରବଳ ବର୍ଷା । ଏହାର ପ୍ରଭାବରେ ଗୁଆଟେମାଲାରେ ଅତି କମରେ 4 ଜଣଙ୍କର ମୃତ୍ୟୁ ଘଟିଛି । ଏହାସହ ଅନ୍ୟ ଦୁଇଜଣ ନିଖୋଜ ଅଛନ୍ତି ବୋଲି ବିପର୍ଯ୍ୟୟ ପରିଚାଳନା ବିଭାଗର ଜାତୀୟ ସଂଯୋଜକ କହିଛନ୍ତି ।

ଏଜେନ୍ସି ଅନୁଯାୟୀ, ଏଟା ଦ୍ବାରା 33,282 ଲୋକ ପ୍ରଭାବିତ ହୋଇଥିବାବେଳେ 1,801 ଜଣଙ୍କୁ ଘରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିବାକୁ ପଡିଛି । ବିସ୍ଥାପିତ ଲୋକଙ୍କ ମଧ୍ୟରୁ 408 ଜଣ ଆଲଟା ଭେରାପଜ, ଇଜାବଲ ଏବଂ କ୍ୱିଚର ଉତ୍ତର ବିଭାଗର 9ଟି ଆଶ୍ରୟସ୍ଥଳୀରେ ଅଛନ୍ତି । ଗୁରୁବାର ସକାଳେ ଦୁଇଟି ସହରରେ ପ୍ରବଳ ବର୍ଷା ପରେ ଭୂସ୍ଖଳନ ହେତୁ ଏହି ମୃତ୍ୟୁ ଘଟିଛି ବୋଲି କନରେଡ କହିଛନ୍ତି ।

ଗୁଆଟେମାଲା କର୍ତ୍ତୃପକ୍ଷ କହିଛନ୍ତି ଯେ, ବାତ୍ୟାରେ 92ଟି ଘର ଭୁଶୁଡ଼ି ପଡ଼ିଥିବା ବେଳେ ଅନ୍ୟ 443 ଟି ସାମାନ୍ୟରୁ ମଧ୍ୟମ କ୍ଷତିଗ୍ରସ୍ତ ହୋଇଛି । ଇଜାବଲ୍ ଏବଂ ଆଲଟା ଭେରାପଜ୍, ବର୍ଷା ଦ୍ବାରା ଅଧିକ ପ୍ରଭାବିତ ହୋଇଥିବା ସହର । ଗୁରୁବାର, ଏଟା ଉତ୍ତର ହୋଣ୍ଡୁରାସର ଲା ସେଇବା ବନ୍ଦରଠାରୁ 145 କିଲୋମିଟର ଦକ୍ଷିଣରେ ଅବସ୍ଥିତ ଏବଂ କାରିବିଆନ୍ ସାଗରକୁ ଫେରିବା ଆଶା କରାଯାଉଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.