ETV Bharat / international

ଆମେରିକାରେ କମୁଛି ମୃତ୍ୟୁ ସଂଖ୍ୟା, ସଂକ୍ରମଣ ମାମଲା ବଳବତ୍ତର

author img

By

Published : Jun 8, 2020, 10:28 AM IST

ଆମେରିକାରେ ଧିରେ ଧିରେ ହ୍ରାସ ପାଉଛି କୋରୋନା ମୃତ୍ୟୁ ସଂଖ୍ୟା । ଗତ 24 ଘଣ୍ଟା ମଧ୍ୟରେ 373 ଜଣଙ୍କର ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

ଆମେରିକାରେ କମୁଛି ମୃତ୍ୟୁ ହାର, ସଂକ୍ରମଣ ମାମଲା ପୂର୍ବପରି ବଳବତ୍ତର

ୱାଶିଂଟନ: କୋରୋନା ଭାଇରସର କେନ୍ଦ୍ର ପାଲଟିଥିବା ଆମେରିକାରେ ଏବେ ମୃତ୍ୟୁ ସଂଖ୍ୟା ହ୍ରାସ ପାଉଛି । ଦୀର୍ଘ 72 ଦିନ ପରେ ପ୍ରଥମ ଥର 400ରୁ କମ ଲୋକଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି । ତେବେ ସଂକ୍ରମଣ ସଂଖ୍ୟା ପୂର୍ବପରି ବଳବତ୍ତର ରହିଛି ।

ସୂଚନାମୁତାବକ, ଗତ 24 ଘଣ୍ଟା ମଧ୍ୟରେ 18,905 ନୂଆ ମାମଲା ରିପୋର୍ଟ ହୋଇଥିବାବେଳେ, ଏଥିରେ 373 ଜଣଙ୍କର ମୃତ୍ୟୁ ହୋଇଛି । ଯାହାଦ୍ବାରା ଦେଶରେ ମୋଟ କୋରୋନାରେ ମୃତ୍ୟୁ ସଂଖ୍ୟା 1 ଲକ୍ଷ 12 ହଜାର 469ରେ ପହଞ୍ଚିଛି ।

ସମଗ୍ର ବିଶ୍ୱରେ ପ୍ରାୟ ଏକ ତୃତୀୟାଂଶ କୋରୋନା ସଂକ୍ରମିତ ଥିବାବେଳେ, କୋରୋନା ଭାଇରସରେ ଆକ୍ରାନ୍ତଙ୍କ ସଂଖ୍ୟା 20 ଲକ୍ଷ 77 ହଜାରକୁ ବୃଦ୍ଧି ପାଇଛି । ତେବେ ଏଥିରେ 7 ଲକ୍ଷ 61 ହଜାର ଲୋକ ମଧ୍ୟ ସୁସ୍ଥ ହୋଇଛନ୍ତି । ଦେଖିବାକୁ ଗଲେ ମହାମାରୀରେ 6 ପ୍ରତିଶତ ଲୋକଙ୍କର ମୃତ୍ୟୁ ହୋଇଛି । 33 ପ୍ରତିଶତ ଲୋକ ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି ।

ଆମେରିକାର ନ୍ୟୁୟର୍କ ସିଟିରେ ସର୍ବାଧିକ 3 ଲକ୍ଷ 98 ହଜାର 828 ମାମଲା ରହିଛି । କେବଳ ନ୍ୟୁୟର୍କରେ 30 ହଜାର 442 ଜଣଙ୍କର ମୃତ୍ୟୁ ହୋଇଛି । ଏହାପରେ ନ୍ୟୁ ଜର୍ସିରେ 1 ଲକ୍ଷ 66 ହଜାର କୋରୋନା ସଂକ୍ରମିତ ଥିବାବେଳେ, ଏଥିରେ 12 ହଜାର 216 ଜଣଙ୍କର ମୃତ୍ୟୁ ହୋଇଥିଲା। ଏଥିସହ ମୈସାଚୁସେଟ୍ସ, ଇଲିନୋଇସ, ଫ୍ଲୋରିଡା ମଧ୍ୟ ସବୁଠାରୁ ଅଧିକ ପ୍ରଭାବିତ ସହର ଭାବେ ରହିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.