ETV Bharat / international

ଆମେରିକାରେ ପୁଣି ଗର୍ଜିଲା ବନ୍ଧୁକ: 10 ମୃତ, 16 ଆହତ - ଗୁଳିଚାଳଣାରେ 30ଜଣଙ୍କର ମୃତ୍ୟୁ

ଗୋଟିଏ ଦିନରେ ଦୁଇ ଦୁଇ ଥର ଆମେରିକାରେ ଗୁଳିମାଡ । ଭିନ୍ନ ଭିନ୍ନ ସ୍ଥାନରେ ଦୁର୍ବୃତ୍ତଙ୍କ ଅତର୍କିତ ଗୁଳିମାଡରେ 30ଜଣଙ୍କର ମୃତ୍ୟୁ ହୋଇଛି ।

ଫାଇଲ ଫଟୋ
author img

By

Published : Aug 4, 2019, 3:12 PM IST

ୱାଶିଂଟନ: ଆମେରିକାରେ ସିରିଜ ଗୁଳି ମାଡ । ପ୍ରଥମେ ଟେକ୍ସାସରେ ଗୁଳିକାଣ୍ଡ ପରେ ଓହିଅ ଡାୟଟନରେ ହୋଇଛି ଗୁଳିବର୍ଷଣ । ଟେକ୍ସାସରେ 20 ଜଣ ପ୍ରାଣ ହରାଇଥିବାବେଳେ 26 ଜଣ ଆହତ ହୋଇଥିବାବେଳେ ଓହିଅରେ 10 ଜଣଙ୍କର ମୃତ୍ୟୁ ହେବା ସହ 16 ଆହତ ହୋଇଛନ୍ତି । ତେବେ ଏହି ଗୁଳିକାଣ୍ଡରେ ଜଣେ ଦୁର୍ବୃତ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ଗୋଟିଏ ଦିନରେ ଆମେରିକାର ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ଗୁଳି ବର୍ଷଣ ହୋଇଥିବାବେଳେ କାରଣ ସ୍ପଷ୍ଟ ହୋଇନାହିଁ ।

ସେପଟେ ସମସ୍ତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସ୍ଥାନୀୟ ପୋଲିସ ଘଟଣାର ତଦନ୍ତ କରିବା ସହ ଏଫବିଆଇ ମଧ୍ୟ ତଦନ୍ତରେ ସାମିଲ ଅଛନ୍ତି । ତେବେ ଘଟଣାର ପ୍ରତ୍ୟକ୍ଷଦର୍ଶୀଙ୍କୁ ତଦନ୍ତରେ ସହଯୋଗ କରିବା ନେଇ ମଧ୍ୟ କୁହାଯାଇଛି ।

ଟେକ୍ସାସର ଏକ ସପିଂ ମଲରେ ଗୁଳିବର୍ଷଣ ହୋଇଥିବାବେଳେ ଜଣକୁ ଅଟକ ରଖିଛି ପୋଲିସ । ତେବେ ଗୋଟିଏ ଦିନରେ ଆମେରିକାର ଭିନ୍ନ ଭିନ୍ନ ସ୍ଥାନରେ ଦୁର୍ବୃତ୍ତ ଗୁଳି ମାଡ କରିଥିବା ବେଳେ ଇଆଇ ପାସୋ ପୋଲିସ, ଏଫବିଆଇ ଓ ଏଟିଏଫର ଏକ ଘଟଣାର ତଦନ୍ତ ଜାରି ରଖିଛି । ଘଟଣାକୁ ନେଇ ରାଷ୍ଟ୍ରପତି ଟ୍ରମ୍ପ ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଘଟଣା ଉପରେ ନଜର ରଖିଛନ୍ତି ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.