ETV Bharat / international

CPJ Report : 2021ରେ ବିଶ୍ବରେ ୨୯୩ ଗଣମାଧ୍ୟମ ପ୍ରତିନିଧି ଗିରଫ, ଚୀନରେ ସର୍ବାଧିକ - ସାମ୍ବାଦିକ ସୁରକ୍ଷା କମିଟି ରିପୋର୍ଟ ୨୦୨୧

ଆମେରିକାର ନ୍ୟୁୟର୍କରେ ଥିବା ସାମ୍ବାଦିକ ସୁରକ୍ଷା କମିଟି (CPJ)ର ଚଳିତ ବର୍ଷର ରିପୋର୍ଟ ଆସିଛି । ବିଶ୍ବରେ ଅନ୍ୟ ଦେଶ ତୁଳନାରେ ଚୀନରେ ସର୍ବାଧିକ ସାମ୍ବାଦିକ ଅସୁରକ୍ଷିତ ବୋଲି ଜଣାପଡ଼ିଛି ।

CPJ Report : 2021ରେ ବିଶ୍ବରେ ୨୯୩ ଗଣମାଧ୍ୟମ ପ୍ରତିନିଧି ଗିରଫ, ଚୀନରୁ ସର୍ବାଧିକ

author img

By

Published : Dec 10, 2021, 2:59 PM IST

ୱାଶିଂଟନ: ସାମ୍ବାଦିକ ସୁରକ୍ଷା କମିଟି (Committee to Protect Journalists)ର ରିପୋର୍ଟ ଅନୁସାରେ ବିଶ୍ବରେ ଚଳିତ ବର୍ଷ ବୃତ୍ତି ପାଇଁ ଗିରଫ ହୋଇଛନ୍ତି ୨୯୩ ଜଣ ଗଣମାଧ୍ୟମ ପ୍ରତିନିଧି । ୨୦୨୦ ମସିହାରେ ୨୮୦ ଜଣ ଗିରଫ ହୋଇଥିବା ବେଳେ ଚଳିତ ବର୍ଷ ଏହାର ସଂଖ୍ୟା ବୃଦ୍ଧି ପାଇଛି । ଖବର ସଂଗ୍ରହ କରିବା ସମୟରେ ବିଶ୍ବରେ ମୃତ୍ୟୁବରଣ କରିଛନ୍ତି ୨୪ ଜଣ ସାମ୍ବାଦିକ ।

ଏହି ରିପୋର୍ଟ ଅନୁସାରେ ଚୀନରେ ଅଧିକ ଅସୁରକ୍ଷିତ (China remains World's worst jailer of Journalists) ରହିଛନ୍ତି ଗଣମାଧ୍ୟମ ପ୍ରତିନିଧି । ବିଶ୍ବର ମୋଟ ସଂଖ୍ୟାଠାରୁ ଚୀନରେ କେବଳ ୫୦ ଜଣ ଗିରଫ ହୋଇଛନ୍ତି । ସେପଟେ ମିଆଁମାରରେ ୨୬ ଜଣ ଗିରଫ ହୋଇଥିବା ବେଳେ ଇଜିପ୍ଟରେ ୨୫, ଭିଏତନାମରେ ୨୩, ବେଲାରସରେ ୧୯ ଜଣ ହୋଇଛନ୍ତି ଗିରଫ । ଏହି ଦେଶଗୁଡ଼ିକ ତାଲିକାର ଶୀର୍ଷ ୫ ତାଲିକାରେ ରହିଛି ।

ତେବେ ଗଣମାଧ୍ୟମକୁ ରିପୋର୍ଟିଂରେ ସ୍ବାଧୀନତା ଦିଆଯାଉନଥିବାରୁ ଗିରଫଙ୍କ ସଂଖ୍ୟା ବୃଦ୍ଧି ପାଇଛି ବୋଲି ରିପୋର୍ଟେର ଦର୍ଶାଯାଇଛି । ଏହା ୬ଷ୍ଠ ଥର ପାଇଁ CPJ ରିପୋର୍ଟରେ ୨୫୦ ଜଣ ଗଣମାଧ୍ୟମ ପ୍ରତିନିଧି ଗିରଫ ହୋଇଥିବା ରେକର୍ଡ କରାଯାଇଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.