ETV Bharat / international

ବୋମ୍ୱ ସାଇକ୍ଲୋନ ପ୍ରଭାବ: ଆମେରିକାରେ 1300 ବିମାନ ବାତିଲ - America news

ଝଡ ତୋଫାନ ଯୋଗୁଁ କୋଲୋରଡୋ ରାସ୍ତାଘାଟରେ ପ୍ରବଳ ବରଫ ଜମିରହିଛି । ଉଦ୍ଧାର କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି ହୋଇଛି । ଡେନଭର ପୋଲିସ ପକ୍ଷରୁ ଲୋକଙ୍କୁ ସତର୍କ ସୂଚନା ଦିଆଯାଇଛି । ଘରୁ ବାହାରିବା ସମୟରେ ପରିସ୍ଥିତି ଦେଖି ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ ଓ ପ୍ରଶାସନ ।

ପ୍ରତୀକାତ୍ମକ ଫଟୋ
author img

By

Published : Mar 15, 2019, 11:14 AM IST

ୱାଶିଂଟନ: ଯୁକ୍ତରାଷ୍ଟ୍ର ଆମେରିକାରେ ଏବେ ମାତିଛି ବରଫ ଝଡ । ଏହାର ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଏହି ଝଡ ଯୋଗୁଁ 1300 ବିମାନ ବାତିଲ ହୋଇଛି । ଏହାସହ ଗତକାଲି ଏହି ଝଡରେ ଜଣେ ପୋଲିସ ଅଫିସରଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି ।

ବିଶେଷ କରି କୋଲୋରଡୋ, ୱେମିଙ୍ଗ, ନେବ୍ରାସ୍କା ଏବଂ ଡାକୋଟା ସହରରେ ଏହାର ପ୍ରଭାବ ଅଧିକ ରହିଛି । ଝଡ ଯୋଗୁଁ କୋଲୋରଡୋ ଗଭର୍ଣ୍ଣର ଜାରେଡ ପୋଲିସ ସହରରେ ରାଜ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି । ଏହାସହ ବାକି ସହରଙ୍କୁ ହାଇଆଲର୍ଟରେ ରଖାଯାଇଥିବା ସେ ସୂଚନା ଦେଇଛନ୍ତି । ଉଦ୍ଧାର କାର୍ଯ୍ୟରେ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି । ତେବେ ଏହି ଝଡରେ ଜଣେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବାବେଳେ ଆଉ ଅଧିକ କ୍ଷୟକ୍ଷତିର ସୂଚନା ମିଳିପାରିନାହିଁ ।

  • At this point #DPD has recieved 125 Crash Reports. The only portion of the city that remains on #AccidentAlert is District 3 (SouthEast portion of #Denver). If you absolutely have to head out, please be cautious. #BombCyclone

    — Denver Police Dept. (@DenverPolice) March 14, 2019 " class="align-text-top noRightClick twitterSection" data=" ">

ଝଡ ତୋଫାନ ଯୋଗୁଁ ରାସ୍ତାଘାଟରେ ପ୍ରବଳ ବରଫ ଜମିରହିଛି । ଫଳରେ ଉଦ୍ଧାର କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି ହୋଇଛି । ଡେନଭର ପୋଲିସ ପକ୍ଷରୁ ଲୋକଙ୍କୁ ସତର୍କ ସୂଚନା ଦିଆଯାଇଛି । ଘରୁ ବାହାରିବା ସମୟରେ ପରିସ୍ଥିତି ଦେଖି ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ ଓ ପ୍ରଶାସନ । ଟ୍ବିଟ୍‌ କରି ପୋଲିସ କହିଛି ଯେ ସେତେ ଜରୁରୀ କାମ ନଥିଲେ ଘରୁ ବାହାରନାହିଁ । କୋଲୋରଡୋରେ ଲକ୍ଷାଧିକ ଲୋକ ବିପନ୍ନ ସ୍ଥିତିରେ ଥିବାବେଳେ ସେମାନଙ୍କୁ ବାହାରକୁ ବାହାରିବା ପାଇଁ ମନା କରାଯାଇଛି । ଏହାସହ ପୋଲିସ କୌଣସି ମୃତାହତର ସୂଚନା ଦେଇନଥିବାବେଳେ କିଛି ଦୁର୍ଘଟଣାର ରିପୋର୍ଟ ଆସିଥିବା କହିଛି ।

ତେବେ ଏହି ଝଡକୁ ପାଣିପାଗ ବିଶେ‌ଷଜ୍ଞ ‘ବୋମ୍ବ ସାଇକ୍ଲୋନ’ର ନାମ ଦେଇଛନ୍ତି । ଏହି ଭୟଙ୍କର ବରଫ ଝଡ ଆମେରିକା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ପାହାଡିଆ ଅଞ୍ଚଳରୁ ଆରମ୍ଭ କରି ମୁଖ୍ୟ ଜନବସତି ପର୍ଯ୍ୟନ୍ତ ଲାଗି ରହିଥିବା ପ୍ରବଳ ପବନ ସାଙ୍ଗକୁ ବରଫ ଝଡ ଯୋଗୁଁ ଏବେ ୧୩୦୦ରୁ ଅଧିକ ବିମାନ ବାତିଲ କରିଦିଆଯାଇଛି । ସହରରେ ସମସ୍ତ ବିଦ୍ୟାଳୟ, ସରକାରୀ ଅଫିସ ଓ ବ୍ୟବସାୟ ସଙ୍ଘ ବନ୍ଦ ରହିଛି । ଝଡ ପ୍ରଭାବରେ ଲକ୍ଷାଧିକ ଲୋକଙ୍କ ଘରେ ବିଦ୍ୟୁତ ସଂଯୋଗ କଟିଯାଇଛି । ରାସ୍ତାରେ ବରଫ ଜମି ରହିଥିବାରୁ ବିଭିନ୍ନ ଜାଗାରେ ହଜାରରୁ ଉର୍ଦ୍ଧ୍ବ ବାଇକ ଆରୋହୀ ଅଟକି ରହିଥିବାର ସୂଚନା ରହିଛି ।

Intro:Body:

SpandanaNew Delhi: Congress' social media head Divya Spandana has mocked the Prime Minister through his followers by tweeting a meme. Divya tweeted that Modi supporters are stupid.

In her tweet, she wrote that 1 of the 3 Modi supporters are as stupid as the other two. She also gave the caption 'My favourite! Aren't they adorable?'

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.