ETV Bharat / international

ୟୁଟ୍ୟୁବରେ 4ଟିରୁ ଗୋଟିଏ କୋଭିଡ-19 ଭିଡିଓ ଲୋକଙ୍କୁ କରୁଛି ବିଭ୍ରାନ୍ତ

କୋରୋନା ମହାମାରୀକୁ ନେଇ ଲୋକଙ୍କ ମନରେ ଏବେ ବି ରହିଛି ଅନେକ ବିଭ୍ରାନ୍ତିକର ତଥ୍ୟ । ଏମିତିରେ ସୋସିଆଲ ମିଡିଆ ଜରିଆରେ ଲୋକଙ୍କୁ କୋରୋନା ସମ୍ପର୍କିତ ସଠିକ ତଥ୍ୟ ପ୍ରଦାନ କରିବା ପାଇଁ ଜାରି ରହିଛି ପ୍ରୟାସ । ହେଲେ ଦୁଃଖର ବିଷୟ କି ଇଂରାଜୀ ଭାଷାରେ ରିଲିଜ ହେଉଥିବା ଭିଡିଓ ସବୁ ମଧ୍ୟରେ ପ୍ରତି 4ଟି ଗୋଟିଏ ଭିଡିଓ ଲୋକଙ୍କୁ ଭୂଲ ତଥ୍ୟ ଦେବା ସହ ବିଭ୍ରାନ୍ତ କରୁଛି ବୋଲି ଜଣାପଡିଛି ।

youtube, misleading covid-19 video in youtube, misinformation on covid-29, latest technology news, ୟୁଟ୍ୟୁବ, ୟୁଟ୍ୟୁବରେ କୋଭିଡ-19 ଭୁଲ ଓ ବିଭ୍ରାନ୍ତିକର ତଥ୍ୟ, କୋଭିଡ-19 ସମ୍ବନ୍ଧୀୟ ଭୁଲ ତଥ୍ୟ, ଲାଟେଷ୍ଟ ଟେକ୍ନୋଲୋଜି ନ୍ୟୁଜ୍‌
ୟୁଟ୍ୟୁବରେ 4ଟିରୁ ଗୋଟିଏ କୋଭିଡ-19 ଭିଡିଓ ଲୋକଙ୍କୁ କରୁଛି ବିଭ୍ରାନ୍ତ
author img

By

Published : May 15, 2020, 1:07 AM IST

ଟରଣ୍ଟୋ: କୋରୋନା ମହାମାରୀକୁ ନେଇ ଲୋକଙ୍କ ମନରେ ଏବେ ବି ରହିଛି ଅନେକ ବିଭ୍ରାନ୍ତିକର ତଥ୍ୟ । ଯାହା କୋରୋନା ପ୍ରତି ଲୋକଙ୍କ ଭୟକୁ ଦ୍ବିଗୁଣିତ କରୁଛି । ଏମିତିରେ ସୋସିଆଲ ମିଡିଆ ଜରିଆରେ ଲୋକଙ୍କୁ କୋରୋନା ସମ୍ପର୍କିତ ସଠିକ ତଥ୍ୟ ପ୍ରଦାନ କରିବା ପାଇଁ ଜାରି ରହିଛି ପ୍ରୟାସ । ହେଲେ ଦୁଃଖର ବିଷୟ କି ଇଂରାଜୀ ଭାଷାରେ ରିଲିଜ ହେଉଥିବା ଭିଡିଓ ସବୁ ମଧ୍ୟରେ ପ୍ରତି 4ଟି ଗୋଟିଏ ଭିଡିଓ ଲୋକଙ୍କୁ ଭୂଲ ତଥ୍ୟ ଦେବା ସହ ବିଭ୍ରାନ୍ତ କରୁଛି ବୋଲି ଜଣାପଡିଛି ।

ନିକଟରେ ଏନେଇ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି କି ଏହି ପ୍ରକାର ଭିଡିଓ ଗୁଡିକରେ ଅନେକ ସମୟରେ ଲୋକଙ୍କୁ ଅନେକ ଭୂଲ ତଥ୍ୟ ଦିଆଯାଉଛି । ଯେପରିକି ବିଦେଶୀ ରାଷ୍ଟ୍ର ଗୁଡିକର କୋରୋନା ମୁକାବିଲା ଓ ଫାର୍ମାସ୍ୟୁଟିକାଲ କମ୍ପାନୀ ଗୁଡିକ ପାଖରେ ଏହାର ନିରାକରଣ ରହିଛି ହେଲେ ସେମାନେ ଏହାକୁ ସର୍ବସାଧାରଣ କରିବାକୁ ଚାହୁଁ ନାହାନ୍ତି ଆଦି ତଥ୍ୟ । ଏପରିକି ଏପରି ଭିଡିଓରେ ଜାତିଗତ, ଲିଙ୍ଗଗତ ଓ ବର୍ଣ୍ଣଗତ ଭେଦଭାବ କରାଯାଉଥିବା ମଧ୍ୟ ଦେଖିବାକୁ ମିଳିଛି ।

ଏହା ସମାଜ ପାଇଁ ସତର୍କ ଘଣ୍ଟା ସଦୃଶ । ସମାଜକୁ ଶିକ୍ଷିତ କରିବାରେ ସୋସିଆଲ ମିଡିଆର ଭୂମିକା ଯେତିକି ଗୁରୁତ୍ବପୂର୍ଣ୍ଣ, ସମାଜକୁ ବିଭ୍ରାନ୍ତ କରିବାରେ ଓ ଭୁଲ ତଥ୍ୟ ପହଞ୍ଚାଇବାରେ ମଧ୍ୟ ସୋସିଆଲ ମିଡିଆର ଭୂମିକା ସେତିକି ଗୁରୁତ୍ବପୂର୍ଣ୍ଣ । ତେଣୁ ଏନେଇ ବାରମ୍ବାର କୁହାଯାଉଛି କି କୋରୋନା ମହାମାରୀ ପରି ବିପତ୍ତି ସମ୍ବନ୍ଧୀୟ କୌଣସି ତଥ୍ୟ ପାଇବାକୁ ହେଲେ ସରକାରୀ ୱେବସାଇଟରେ ଦେଖନ୍ତୁ । ନଚେତ ପ୍ରଦତ୍ତ ହେଲ୍ପଲାଇନରେ ଯୋଗାଯୋଗ କରନ୍ତୁ । ଯଦି ଅନ୍ୟ କୌଣସି ମାଧ୍ୟମରୁ କିଛି ବି ଖବର ପାଉଛନ୍ତି ତେବେ ଏହା କେତେ ସତ କେତେ ମିଛ ତାହା ଥରେ ପରଖନ୍ତୁ ।

ତେବେ ନିକଟରେ ଗୁଗୁଲ ସିଇଓ ସୁନ୍ଦର ପିଚାଇ ଏହି ଘଟଣା ପାଇଁ ଏକ ବଡ ଘୋଷଣା କରିଥିଲେ । ସେ କହିଥିଲେ କୋରୋନା ବର୍ତ୍ତମାନ ପାଇଁ ସମ୍ବେଦନଶୀଳ ବିଷୟ । ତେଣୁ ଏସମ୍ବନ୍ଧୀୟ ଭୂଲ ଓ ବିଭ୍ରାନ୍ତିକର ତଥ୍ୟ ଯୋଗାଉଥିବା ଭିଡିଓକୁ ୟୁଟ୍ୟୁବରୁ ଡିଲିଟ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.