ETV Bharat / international

ଆମେରିକାରେ 15 ଲକ୍ଷ ସଂକ୍ରମିତ, 90 ହଜାର ଛୁଇଁଲା ମୃତ୍ୟୁସଂଖ୍ୟା - ଆମେରିକାରେ 15 ଲକ୍ଷ ସଂକ୍ରମିତ

ସମଗ୍ର ଦୁନିଆରେ କୋରନା ଆକ୍ରାନ୍ତଙ୍କ ସଂଖ୍ୟା ଆମେରିକାରେ ଏକ ତୃତୀୟାଂଶ ରହିଛି । କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ରବିବାର ସୁଦ୍ଧା ବୃଦ୍ଧି ପାଇ ପ୍ରାୟ 15 ଲକ୍ଷ ରେ ପହଞ୍ଚିଛି । ଅଧିକ ପଢନ୍ତୁ....

ଆମେରିକାରେ 15 ଲକ୍ଷ ସଂକ୍ରମିତ, 90 ହଜାର ଛୁଇଁଲା ମୃତ୍ୟୁ ସଂଖ୍ୟା

author img

By

Published : May 17, 2020, 9:47 AM IST

ଓ୍ବାଶିଂଟନ: ଆମେରିକାରେ ତାଣ୍ଡବ ରଚିଛି କୋରୋନା ଭାଇରସ । ଦେଶରେ ମହାମାରୀ କ୍ରମାଗତ ଭାବେ ଭୟାବହତାର ରୂପ ନେଉଛି । ଶନିବାର ଆମେରିକାରେ 23 ହଜାର 488ଟି ନୂଆ ପଜିଟିଭ କେସ ରିପୋର୍ଟ ହୋଇଛି । ସେହିପରି ଗତ 24 ଘଣ୍ଟା ଭିତରେ 1,237 ଜଣଙ୍କର ମୃତ୍ୟୁ ଘଟିଛି । ତେବେ ଏହାର ଗୋଟିଏ ଦିନ ପୂର୍ବରୁ 26 ହଜାର 629ଟି ନୂଆ ମାମଲା ସାମ୍ନାକୁ ଆସିଥିଲା ।

ତେବେ ଚୀନର ଓହାନରୁ ଉତ୍ପନ ହୋଇଥିବା ଏହି ଭାଇରସ ଚୀନ ଅପେକ୍ଷା ଆମେରିକାରେ ସର୍ବାଧିକ କ୍ଷତି ପହଞ୍ଚାଇଛି । ସମଗ୍ର ଦୁନିଆରେ କୋରନା ଆକ୍ରାନ୍ତଙ୍କ ସଂଖ୍ୟା ଆମେରିକାରେ ଏକ ତୃତୀୟାଂଶ ରହିଛି । କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ରବିବାର ସୁଦ୍ଧା ବୃଦ୍ଧି ପାଇ ପ୍ରାୟ 15 ଲକ୍ଷ ରେ ପହଞ୍ଚିଛି । ସେହିପରି ସମୂଦାୟ 90 ହଜାରରୁ ଉର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁ ଘଟିଛି । କୋରୋନାରେ ଆକ୍ରାନ୍ତ ହୋଇଥିବା ଲୋକଙ୍କ ମଧ୍ୟରୁ 3 ଲକ୍ଷ 39 ହଜାର ଲୋକ ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି ।

ତେବେ ଆମେରିକାର ନ୍ୟୁୟର୍କ ସହର ଏଥିରେ ସର୍ବାଧିକ ପ୍ରବାବିତ ହୋଇଥିବାବେଳେ, 3 ଲକ୍ଷ 58 ହଜାରରୁ ଉର୍ଦ୍ଧ୍ବ ମାମଲା ରିପୋର୍ଟ ହୋଇଛି । ସେଥିରୁ 28 ହଜାର 134 ଲୋକଙ୍କର ମୃତ୍ୟୁ ହୋଇଛି । ନ୍ୟୁୟର୍କ ପରେ ନ୍ୟୁଜର୍ସିର ସ୍ଥିତି ମଧ୍ୟ ଗମ୍ଭୀର ରହିଛି । ଏଠାରେ 1 ଲକ୍ଷ 46 ହଜାର 389 ଜଣ ଆକ୍ରାନ୍ତ ହୋଇଥିବାବେଳେ, 10 ହଜାରରୁ ଉର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁ ଘଟିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.